ETV Bharat / sports

ଚେପକ୍ ଲଢେଇ; ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବାଂଲାଦେଶର ଜବରଦସ୍ତ ବୋଲିଂ, ଫେଲମାରିଲେ କୋହଲି-ଗିଲ୍-ରୋହିତ - IND vs BAN 1st Test

author img

By ETV Bharat Sports Team

Published : 12 hours ago

Updated : 5 hours ago

IND vs BAN 1st test playing 11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଚେପକ୍ ଲଢେଇ । ପ୍ରଥମେ ବ୍ୟାଟିଂ କରୁି ଘରୋଇ ଦଳ ବ୍ୟାଟଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର 97 ରନରେ 4 ଓ୍ବିକେଟ ହରାଇଛି । ଅଧିକ ଖବର ପଢନ୍ତୁ

India vs Bangladesh
India vs Bangladesh ((AP Photo))

ଚେନ୍ନାଇ: ଘରୋଇ ଟିମ୍ ଭାରତ ଏବଂ ଭ୍ରମଣକାରୀ ଦଳ ବାଂଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ ଟେଷ୍ଟ । ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ସ୍ପିନରଙ୍କ ସ୍ବର୍ଗ ଭାବେ ପରିଚିତ ଚେପକ୍ ପିଚରେ ଭାରତ 3ଟି ପେସରଙ୍କୁ ଖେଳାଉଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏପଟେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦଳ ମାତ୍ର 96 ରନରେ 4ଟି ଓ୍ବିକେଟ ହରାଇଛି । 26 ଓଭର ଖେଳ ମଧ୍ୟରେ ଭାରତ ବାଂଲାଦେଶ ପେସର ହସନ ମହମ୍ମଦଙ୍କୁ ଖେଳିବାରେ ଅସୁବିଧାର ସାମ୍ନା କରୁଛି । ହସନ 9 ଓଭର ବୋଲିଂ କରି 19 ରନ ଦେଇ 4ଟି ଓ୍ବିକେଟ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ- ବାଂଲାଦେଶ ବିପକ୍ଷ ସିରିଜ ହେବ 'ରେକର୍ଡ ବ୍ରୋକର ସିରିଜ୍‌'; ଅନେକ ରେକର୍ଡ ଭାଙ୍ଗିବେ ଏହି ଷ୍ଟାର ଖେଳାଳି - India vs Bangladesh Test
ଏହା ବି ପଢନ୍ତୁ-ଭାରତ-ବାଂଲାଦେଶ ମ୍ୟାଚ୍‌କୁ ବିରୋଧ; BCCI ଓ ସରକାରକୁ ଘେରିଲେ ଏହି ନେତା - IND vs BAN Test

ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିନଥିଲା । ଦଳୀୟ ସ୍କୋର 14 ରନ ଥିବା ସମୟରେ ଷ୍ଟାର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର 6 ରନ ସ୍କୋର କରି ପାଭେଲିୟନ ଫେରିଥିଲେ । ଗୋଟିଏ ଓ୍ବିକେଟ ପତନ ପରେ ଆସିଥିବା ବ୍ୟାଟର ସୁବମନ ଗିଲ୍ ମଧ୍ୟ କିଛି ଖାସ କରିନଥିଲେ । 8ଟି ବଲ ଖେଳି ବିନା ଖାତା ଖୋଲି ପାରିନଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଭେଟେରାନ ବ୍ୟାଟର କୋହଲି କିନ୍ତୁ ଦଳୀୟ ସ୍କୋର ମାତ୍ର 34 ରନ ଥିବା ସମୟରେ କୋହଲି 6 ରନ ସ୍କୋର କରି ଆଉଟ ହୋଇଥିଲେ । ଏହା ପରେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରି 52 ବଲର 39 ରନ ସ୍କୋର କରି ଆଉଟ ହୋଇଥିଲେ । ବର୍ତ୍ତମାନ ପଡିଆରେ ଜୟଶ୍ବାଲ ଏବଂ ରାହୁଲ ବ୍ୟାଟିଂ କରୁଛନ୍ତି ।

ଭାରତୀୟ ଦଳ ପ୍ଲେଇଂ 11-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟଶ୍ବାଲ, ସୁବମନ ଗିଲ୍ , ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ (ଓ୍ବିକେଟ କିପର), ରବିନ୍ଦ୍ର ଜାଡେଜା, ଆର ଅଶ୍ବୀନ, ଯଶପ୍ରୀତ ବୁମରା, ଆକାଶ ଦୀପ, ମହମ୍ମଦ ସିରାଜ

ବାଂଲାଦେଶ ଦଳ ପ୍ଲେଇଂ 11-

ନାଜମୁଲ ସାଣ୍ଟୋ (ଅଧିନାୟକ), ଶାଦମାନ ଇସଲାମ, ଜାକିର ହାସନ, ମୋମିନୁଲ୍ ହକ୍, ମୁସଫିକର ରହିମ, ଶାକିବ ଅଲ ହାସନ, ଲିଟନ ଦାସ (ଓ୍ବିକେଟ କିପର), ମେହିଦୀ ମିରାଜ, ତସ୍କିନ୍ ଅହମ୍ମଦ, ହାସନ ମହମ୍ମଦ, ନାହିଦ ରାଣା,

ଏହା ବି ପଢନ୍ତୁ- ଟ୍ରେଣ୍ଡରେ କୋହଲି-ଗମ୍ଭୀର ଇଣ୍ଟରଭ୍ୟୁ; ମୈଦାନରେ ଝଗଡ଼ା ନେଇ ଉଭୟ କଲେ ମଜାଦାର ଆଲୋଚନା - Kohli and Gambhir Interview

Last Updated : 5 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.