ETV Bharat / sports

‘ମୋତେ କାହିଁକି ବଲ ମାରୁଛ’...ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ ! ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ୍ ଦାସ - Rishabh Pant vs Litton Das

author img

By ETV Bharat Sports Team

Published : 11 hours ago

Updated : 5 hours ago

Rishabh Pant-Litton Das heated argument: ଭାରତୀୟ କ୍ରିକେଟ ଟିମ୍ ଓ୍ବିକେଟକିପର ବ୍ୟାଟର ରିଷଭ ପନ୍ତ ଏବଂ ବାଂଲାଦେଶ ଟିମ୍ ଓ୍ବିକେଟ କିପର ବ୍ୟାଟର ଲିଟନ ଦାସ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ପଡିଆରେ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

RISHABH PANT VS LITTON DAS
RISHABH PANT VS LITTON DAS (twitter)

ଚେନ୍ନାଇ: ପଡିଆରେ କ୍ରିକେଟରଙ୍କ ଝଗଡା ! ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ । ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ ଦାସ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହୋଇଛି ଘରୋଇ ଦଳ ଭାରତ ଏବଂ ଅତିଥି ଦଳ ବାଂଲାଦେଶ ମଧ୍ୟରେ ଟେଷ୍ଟ ଟକ୍କର । ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଫେଲ ମାରିଲେ ଭାରତର ଷ୍ଟାର ବ୍ୟାଟର । ରୋହିତ, ଗିଲ, କୋହଲି ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତେବେ ପାଳି ସମ୍ଭାଳିଲେ ଜୟଶ୍ବାଲ ଏବଂ ପନ୍ତ । ତେବେ ପନ୍ତ ଭଲ ଖେଳୁଥିବା ସମୟରେ ଖରାପ ସର୍ଟ ଖେଳି ଆଉଟ ହୋଇଛନ୍ତି । ବ୍ୟକ୍ତିଗତ ଭାବେ ପନ୍ତ 39 ରନ ସ୍କୋର କରିଥିବା ବେଳେ ଜୟଶ୍ବାଲ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ତେବେ ଭାରତର ସ୍କୋର 3 ଓ୍ବିକେଟ ବିନିମୟରେ ମାତ୍ର 34 ରନ ଥିଲା । ଏହା ସମୟରେ ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ଷ୍ଟାର ତଥା ଆଟାକିଂ ବ୍ୟାଟର ରିଷଭ ପନ୍ତ । ହସନ ମହମ୍ମୁଦଙ୍କ ଶାନଦାର ବୋଲିଂ ଆଗରେ ଫେଲ ମାରିଥିଲା ଭାରତୀୟ ଟିମର ଟପ୍ ଅର୍ଡର । କାରଣ ବ୍ୟାଟିଂ ଆରମ୍ଭର ମାତ୍ର ଏକ ଘଣ୍ଟା ମଧ୍ୟରେ ଭାରତ 3ଟି ଓ୍ବିକେଟ ହରାଇଥିଲା । ତେବେ ଏହା ସମୟରେ କ୍ରିଜରେ ପନ୍ତ ବ୍ୟାଟିଂ କରିବା ସମୟରେ ଲିଟନ ଦାସ ଏବଂ ପନ୍ତଙ୍କ ମଧ୍ୟରୋ ହୋଇଥିଲା ତୁତୁ ମେଁ ମେଁ ।

ପନ୍ତ-ଲିଟନ ଦାସ ମୁହାଁମୁହିଁ-

ସ୍ପିନକୁ ସୁହାଉଥିବା ପିଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସମୟରେ ପନ୍ତ କିନ୍ତୁ ଆକ୍ରମଣାତ୍ମକ ଖେଳିଥିଲେ । ସିଙ୍ଗଲ୍ ଡବଲ ଖେଳିବା ସହିତ ମୌକା ଦେଖି ବାଉଣ୍ଡ୍ରୀ ମାରୁଥିଲେ ପନ୍ତ । ଏହି ସମୟରେ ଏକ ଥ୍ରୋ (ବଲ) ବାଜିଥିଲା ପନ୍ତଙ୍କ ଦେହରେ । ଏହା ପରେ ପନ୍ତ ବାଂଲାଦେଶ ଓ୍ବିକେଟ କିପର ଲିଟନ ଦାସଙ୍କ ସହିତ ତୁତୁ ମେଁ ମେଁ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ କଥା କଟା କଟି ଘଟିଥିଲା । ଆଉ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ମାଡି ଚାଲିଛି ।

ଭାଇରାଲ ଭିଡିଓରେ ରିଷଭ ପନ୍ତ କହୁଛନ୍ତି କି, "ମୋତେ କାହିଁକି ବଲ ମାରୁଛ ?" ଏହାର ଜବାବରେ ଭିଡିଓରେ ଲିଟନ ଦାସ କହୁଛନ୍ତି, "ଓ୍ବିକେଟ ତ ଆଗରେ ଅଛି, ମୁଁ ମାରିବି ।"

ଏହା ବି ପଢନ୍ତୁ- ଚେପକ୍ ଲଢେଇ; ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବାଂଲାଦେଶର ଜବରଦସ୍ତ ବୋଲିଂ, ଫେଲମାରିଲେ କୋହଲି-ଗିଲ୍-ରୋହିତ - IND vs BAN 1st Test

Last Updated : 5 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.