ETV Bharat / entertainment

ଓଡ଼ିଆ ଫିଲ୍ମ 'ଅତିଥି' ଅଡିଓ ଓ ଟ୍ରେଲର ରିଲିଜ; ଏହି ଦିନ ପରଦାକୁ ଆସିବ ଫିଲ୍ମ - Odia Film Atithi

author img

By ETV Bharat Odisha Team

Published : 9 hours ago

Odia Film Atithi Release: 'ଆଭା' ପରେ ପୁଣି ପରଦାରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଭିନେତ୍ରୀ ଅନୁ ଚୌଧୁରୀ । ସେ ଆଉ ଏକ ନୂଆ ଫିଲ୍ମ 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ' ସହ ପରଦାକୁ ଫେରୁଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ଏବଂ ଅଡିଓ ରିଲିଜ ହୋଇଛି । ଯାହାକୁ ଲୋକେ ଖୁବ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ 'ଅତିଥି' କେବେ ହେବ ରିଲିଜ ଏବଂ ଏହାର କାହାଣୀ କ'ଣ ? ଜାଣନ୍ତୁ,

ସେପ୍ଟେମ୍ବର ୨୭ରେ ରିଲିଜ ଓଡ଼ିଆ ଫିଲ୍ମ 'ଅତିଥି'
ସେପ୍ଟେମ୍ବର ୨୭ରେ ରିଲିଜ ଓଡ଼ିଆ ଫିଲ୍ମ 'ଅତିଥି' (ETV Bharat Odisha)

ଭୁବନେଶ୍ୱର: ଆଉ ମାତ୍ର କିଛି ଦିନର ଅପେକ୍ଷା । ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ ' । ସେପ୍ଟେମ୍ବର ୨୭ ତାରିଖରେ ସାରା ଓଡ଼ିଶାରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ଏବଂ ଅଡିଓ ରିଲିଜ ହୋଇଛି । ଟ୍ରେଲରରେ ସସପେନ୍ସ, ଥିଲର ଏବଂ ଡ୍ରାମା ଦେଖିବାକୁ ମିଳିଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଥିବା ବେଳେ ସେପଟେ ଫିଲ୍ମକୁ ମଧ୍ୟ ଲୋକେ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଓଡ଼ିଆ ଫିଲ୍ମ 'ଅତିଥି' ଅଡିଓ ଓ ଟ୍ରେଲର ରିଲିଜ (ETV Bharat Odisha)

4 ବର୍ଷ ପରେ ପରଦାକୁ ଆସୁଛି 'ଅତିଥି'

ରିଲ୍ସ ଆଣ୍ଡ୍ ରିଲ୍ସ ବ୍ୟାନରରେ ତିଆରି ହୋଇଛି ଚଳଚ୍ଚିତ୍ର 'ଅତିଥି' କୋଭିଡ ସମୟରେ ସୁଟିଂ ହୋଇଥିବା ବେଳେ ଅନେକ କାରଣରୁ ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ୪ ବର୍ଷ ପରେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଅଜୟ ପାଢ଼ୀ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ସ୍ଥିତ ପଟ୍ଟନାୟକ । ସେ ଏହି ଫିଲ୍ମ ଜରିଆରେ ନିର୍ମାତା ଭାବେ ପ୍ରଥମ ଥର ପାଇଁ ଓଲିଉଡରେ ପାଦ ଦେଇଛନ୍ତି । ସେପଟେ ସହ ପ୍ରଯୋଜନାରେ ସହାୟତା କରିଛନ୍ତି ପ୍ରତିମା ପଟ୍ଟନାୟକ ।

'ଅତିଥି' ଷ୍ଟାରକାଷ୍ଟ

'ଅତିଥି' ଫିଲ୍ମରେ ମୁଖ୍ୟ ଭୂମିକାରେ ସୁକାନ୍ତ ରଥ, ଚିନ୍ମୟ ମିଶ୍ର, ମନୋଜ ମିଶ୍ର, ଅନୁ ଚୌଧୁରୀ, ଦିବ୍ୟାଦିଶା, ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର, ସାୟଲ, ଶ୍ରୁତି ଶୁଭଶ୍ରୀ, ଜୀବନ ପଣ୍ଡା ଭଳି ଲୋକପ୍ରିୟ ଓଡ଼ିଆ କଳାକାର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସୁକାନ୍ତ ରଥ ଏବଂ ଅନୁ ଚୌଧୁରୀ ସ୍ୱାମୀ, ସ୍ତ୍ରୀ ଭୂମିକାରେ ନଜର ଆସିଥିବା ବେଳେ ଉଭୟଙ୍କ ଲଭ-କେମେଷ୍ଟ୍ରି ଏଥିରେ ଦେଖିବାକୁ ମିଳିବ । ଏଥିସହ ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର ଓ ଚିନ୍ମୟ ମିଶ୍ର ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ । ସେହିପରି ମନୋଜ ମିଶ୍ର ଏହି ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆଭା', ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ କାହାଣୀ ଦେଖିବେ ଦର୍ଶକ

'ଅତିଥି' କାହାଣୀ

୩ ଜଣ ଉଚ୍ଚଶିକ୍ଷିତ ଯୁବକ କିପରି ପ୍ରତିଶୋଧ ପରାୟଣ ହୋଇ ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ ପରିବାରକୁ
ବନ୍ଧକ ରଖି ସେଠାରେ କିଭଳି ବିନା ନିମନ୍ତ୍ରିତ ଅତିଥି ହୋଇ ରହିଛନ୍ତି । ଆଉ ସେହି ଘଟଣାକୁ ଜଣେ ଦକ୍ଷ ପୋଲିସ୍ ଅଧିକାରୀ ନିଜ ଦଳ ସହ ପରିଚାଳନା କରୁଛନ୍ତି । ଶେଷରେ ସମ୍ପୃକ୍ତ ଯୁବକମାନଙ୍କ ସତ୍ୟତା ଜଣାପଡୁଛି। ତା ପରେ କାହାଣୀ କେଉଁ ମୋଡ଼ ନେଉଛି ତାହା ଏ ସିନେମାରେ ଦେଖିବାକୁ ପାଇବେ ଦର୍ଶକ । ଏହା ଏକ କ୍ରାଇମ ଥ୍ରୀଲର ସିନେମା ହୋଇଥିବା ବେଳେ ଏଥିରେ ଭରପୁର ସସପିଏନ୍ସ, କମେଡି, ରୋମାନ୍ସ ରହିଛି ।

ଏହା ମଧ୍ୟ ପଢନ୍ତୁ: 46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'

'ଦର୍ଶକଙ୍କୁ ବାନ୍ଧିରଖିବ ବୋଲି ଆଶା'

ଫିଲ୍ମରେ ୩ଟି ଗୀତ ରହିଛି । ‘ତୁ ମୋ ପଲକର ଛାଇକୁ ଲେଖିଛନ୍ତି ରାକେଶ, ଗାଇଛନ୍ତି କୁଲଦୀପ ଓ ସଞ୍ଚିତା । ଦ୍ୱିତୀୟ ଗୀତ ‘ଅଜଣା ଅତିଥି’କୁ ଲେଖିଛତି ସ୍ଥିତ ପଟ୍ଟନାୟକ , ଗାଇଛନ୍ତି ହ୍ୟୁମାନ୍ ସାଗର ଓ ଅର୍ପିତା । ସଙ୍ଗୀତରେ ସଜାଇଛନ୍ତି ସୋମେଶ ଶତପଥୀ । ତୃତୀୟ ଗୀତ ‘ରାତି ସରେ’କୁ ଲେଖିଛନ୍ତି ସୁମିତ, ଗାଇଛନ୍ତି ବିରାଜ। ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅଜୟ ପାଢି ଓ ରବିନାରାୟଣ ଦାସ । କାହାଣୀ ରଚନା କରିଛନ୍ତି ମାନସ ପଢ଼ିଆରୀ । ତେବେ ଚିତ୍ତାକର୍ଷକ ଥ୍ରୀଲର ଫିଲ୍ମଟି ଆରମ୍ଭରୁ ଶେଷ ଯାଏଁ ଦର୍ଶକଙ୍କୁ ବାନ୍ଧିରଖିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ଦୁଇ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ-ତମନ୍ନା, ଦଶହରାରେ 'ଭିଲେନ' ସହ କରିବେ ଧମାକା

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.