ଓଡିଶା

odisha

ETV Bharat / sports

ଆଜିଠୁ ଭାରତ-ଶ୍ରୀଲଙ୍କା T20: ଟିମ୍‌ ଇଣ୍ଡିଆର ଆରମ୍ଭ ହେବ ନୂତନ ଅଧ୍ୟାୟ, ଜାଣନ୍ତୁ କାହାର ପଲ୍ଲା ରହିବ ଭାରି ? - India vs Sri Lanka - INDIA VS SRI LANKA

India vs Sri Lanka 1st T20: ଆଜି ଭାରତ ଶ୍ରୀଲଙ୍କା ପ୍ରଥମ ଟି 20 । ନୂଆ ଅଧ୍ୟାୟ ଆରମ୍ଭ କରିବ ଭାରତୀୟ ଟିମ୍‌ । ରୋହି-ରାଟ୍‌ଙ୍କ ବିନା ମ୍ୟାଚ ଖେଳିବ ଦଳ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ସୂର୍ଯ୍ୟ ଓ ଗମ୍ଭୀରଙ୍କ ଲକ୍ଷ୍ୟ । ଦେଖନ୍ତୁ ଆଜିର ମ୍ୟାଚରେ କାହାର ପଲ୍ଲା ରହିବ ଭାରି ? ଅଧିକ ପଢନ୍ତୁ

India vs Sri Lanka 1st T20
India vs Sri Lanka 1st T20 (IANS)

By ETV Bharat Odisha Team

Published : Jul 27, 2024, 1:25 PM IST

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେବାକୁ ଯାଉଛି 3 ମ୍ୟାଚ ବିଶିଷ୍ଟ ଭାରତ-ଶ୍ରୀଲଙ୍କା ଟି 20 ସିରିଜ । ଭାରତୀୟ ଟି 20ରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ଫର୍ମାଟରେ ବଦଳିଛନ୍ତି ଦଳର ଅଧିନାୟକ ଓ ମୁଖ୍ୟ କୋଚ । ଟି 20ରୁ ରୋହିତ ଅବସର ନେବା ପରେ ସୂର୍ଯ୍ୟକୁମାର ଯାଦବଙ୍କ କାନ୍ଧରେ ଦଳର ଦାୟିତ୍ବ । ସେହିପରି ଦଳର ନୂଆ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ ଗୌତମ ଗମ୍ଭୀର । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ ଅଧିନାୟକ ଓ କୋଚ୍‌ । ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ସେପଟେ ଶ୍ରୀଲଙ୍କା ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଭାରତୀୟ ସମୟ ଆଜି ସନ୍ଧ୍ୟା 7ଟାରେ ଶ୍ରୀଲଙ୍କାର ପାଲିକର ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

ରୋହି-ରାଟ୍‌ଙ୍କ ବିନା ଟି 20 ଖେଳିବ ଭାରତ:

ଟିମ୍‌ ଇଣ୍ଡିଆ ଟି 20 ବିଶ୍ବକପ ବିଜେତା ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଫଳରେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ବିନା ଦଳ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବାକୁ ଯାଉଛି । ଉଭୟଙ୍କ ଅନୁପସ୍ଥିତିରେ ଦଳର ପ୍ରଦର୍ଶନ କିପରି ରହୁଛି ତା ଉପରେ ସମସ୍ତଙ୍କ ନଜର । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଯୁବ ଖେଳାଳିଙ୍କ ଉପରେ ନ୍ୟସ୍ତ । ରୋହିତଙ୍କ ଅବସର ପରେ ଟି 20 ଫର୍ମାଟରେ ସୂର୍ଯ୍ୟଙ୍କୁ ସ୍ଥାୟୀ ଅଧିନାୟକ ଭାବେ କାର୍ଯ୍ୟ କରିବାକୁ ଘୋଷଣା କରାଯାଇଥିଲା । ପୂର୍ବରୁ ଏହି ଫର୍ମାଟରେ ସୂର୍ଯ୍ୟ 7ଟି ମ୍ୟାଚରେ ଅଧିନାୟକ ଦାୟିତ୍ବରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁୃ-ଭାରତୀୟ ଟ୍ରାପ୍ ସୁଟିଂ ଟିମ୍‌ରେ କିଏ ଏହି ବିଜେପି ବିଧାୟିକା ? ଅଲିମ୍ପିକ୍ସ ପଦକ ପାଇଁ କରିବେ ଲଢ଼େଇ - BJP MLA at Paris Olympics

ଏହି ଖେଳାଳିଙ୍କ ଉପରେ ରହିବ ନଜର:

ବର୍ତ୍ତମାନ ଦଳରେ ସମସ୍ତ ଯୁବ ଖେଳାଳି ରହିଛନ୍ତି । ଶୁବମନ ଗିଲ ଓ ଜୟସ୍ବାଲ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇପାରନ୍ତି । ଏହି ଯୁବ ତାରକାଙ୍କ ପ୍ରଦର୍ଶନ ଉପରେ ଦଳୀୟ ସ୍କୋର ନିର୍ଭରଶୀଳ । ସେହିପରି ସୂର୍ଯ୍ୟ ଟି 20ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଧିନାୟକ ଦାୟିତ୍ବରେ ରହିଥିବାରୁ ସାମାନ୍ୟ ଚାପରେ ରହିପାରନ୍ତି । ସେହିପରି ମିଡିଲ ଅଡରରେ ରିଙ୍କୁ ସିଂ ଓ ପାଣ୍ଡ୍ୟାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ । ବୋଲିଂ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଭଲ କରିପାରନ୍ତି । ଅକ୍ଷର ପଟେଲ ଓ ଓ୍ବାଂଶିଟନ ସୁନ୍ଦର ନିଜର ସ୍ପିନିଂ ଯାଦୁରେ ଶ୍ରୀଲଙ୍କା ବ୍ୟାଟରଙ୍କୁ ଫଶାଇବାକୁ ପୁରା ପ୍ରସ୍ତୁତ ।

ଶ୍ରୀଲଙ୍କାର ଏହି ଖେଳାଳିଙ୍କ ରହିବ ନଜର:

ଭାରତୀୟ ଟିମ୍‌ର ରଣନୀତିକୁ ଭେଦ କରି ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛି । ପଥୁମ ନିଶାଙ୍କ, କୁଶାଲ ମେଣ୍ଡିସ, ଦିନେଶ ଚଣ୍ଡିମାନ ଏବଂ ଅଧିନାୟକ ଚରିତ ଆଶାଲଙ୍କା ଓ ଅଭିଷ୍କାଙ୍କ ପରି ବ୍ୟାଟର ଭାରତ ବିପକ୍ଷରେ ଭଲ ଖେଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦ୍ରୁତ ବୋଲର ମାଥିସା ଓ ଓ୍ବାନିନ୍ଦୁ ଭାରତ ପ୍ରତି ବିପଦ ସୃଷ୍ଟି କରିପାରନ୍ତି । ଦଳ ସ୍ପିନର ଓ ଅଲରାଉଣ୍ଡରଙ୍କୁ ନେଇ ସନ୍ତୁଳିତ ରହିଛି ।

କାହାର ପଲ୍ଲା ରହିବ ଭାରି ?

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 29 ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ସେଥି ମଧ୍ୟରୁ ଭାରତୀୟ ଦଳ 19 ଟି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କା ଦଳ ମାତ୍ର 9 ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚର ଫଳାଫଳ ଆସିନଥିଲା । ଦୁଇ ଦଳ ମଧ୍ୟରେ ଖେଳାଯାଇଥିଲା ଶେଷ 5 ଟି -20 ମ୍ୟାଚ୍ ଉପରେ ଯଦି ନଜର ପକାଇବା ତେବେ ଭାରତ 3ଟି ଜିତିଛି । ତେଣୁ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି ।

ABOUT THE AUTHOR

...view details