ଓଡିଶା

odisha

ETV Bharat / sports

ଆଫଗାନିସ୍ତାନ ଖେଳାଳିଙ୍କୁ କ୍ରିକେଟ ଶିଖେଇବେ ଟିମ୍ ଇଣ୍ଡିଆର ଏହି ପୂର୍ବତନ କୋଚ; ଜାଣନ୍ତୁ ଏହା ପଛର ଷ୍ଟ୍ରାଟେଜି-ଗେମ୍ ପ୍ଲାନ - Afghanistan Assistant Coach Sridhar - AFGHANISTAN ASSISTANT COACH SRIDHAR

Afghanistan Cricket Board: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଫିଲ୍ଡିଂ କୋଚଙ୍କୁ ସହାୟକ କୋଚ ଭାବେ ନିଯୁକ୍ତି ଦେଲା ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଜାଣନ୍ତୁ ଏହା ପଛର ଷ୍ଟ୍ରାଟେଜି-ଗେମ୍ ପ୍ଲାନ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Sports Team

Published : Aug 22, 2024, 4:09 PM IST

Updated : Aug 22, 2024, 6:10 PM IST

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କୁ ବଡ ଦାୟିତ୍ବ ଦେଲା ଆଫଗାନିସ୍ତାନ । ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ବଡ ଘୋଷଣା । ତେବେ ଆ ଶ୍ରୀଧରଙ୍କୁ ଏହି ବଡ ଦାୟିଦ୍ବ ଦେବା ପଛର କଣ ରହିଛି ରଣନୀତି । ଆଫଗାନିସ୍ତାନ ଖେଳାଳିଙ୍କୁ ଏହା ଦେବ କେତେ ଫାଇଦା ? ଗେମ ପ୍ଲାନ, କଣ୍ଡିସନ ରିଡିଂ ଆଉ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜି ସବୁ ଶିଖାଇବେ ଶ୍ରୀଧର ।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ବୁଧବାର ଭାରତର ପୂର୍ବତନ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଏକମାତ୍ର ଟେଷ୍ଟ ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ 3 ଟିକିଆ ଦିନିଆ ମ୍ୟାଚ ସିରିଜ ପାଇଁ ଟିମ୍ ଆଫଗାନିସ୍ତାନର ସହାୟକ କୋଚ ଭାବେ ନିଯୁକ୍ତି ଦେଇଛି ।

ଏହା ବି ପଢନ୍ତୁ- You Tube ରେ ରୋନାଲ୍ଡୋଙ୍କ ଧମାକାଦାର ଏଣ୍ଟ୍ରି; ଦେଢ ଘଣ୍ଟାରେ ଭାଙ୍ଗିଲେ ଓ୍ବାର୍ଲ୍ଡ ରେକର୍ଡ, ଚୁଟକିରେ ମିଲିଅନ୍ ମିଲିଅନ୍ ସବସ୍କ୍ରାଇବର୍ସ, ଜାଣନ୍ତୁ ଚ୍ୟାନେଲ୍ ନାଁ.. - cristiano ronaldo joins YouTube

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଘୋଷଣା କରିଛି କି, "ଆଫଗାନିସ୍ତାନ କ୍ରିକେଟ ବୋର୍ଡ, ନ୍ୟୁଜିଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ 3 ଟିକିଆ ଦିନିକିଆ ସିରଜ ପାଇଁ ଆର ଶ୍ରୀଧରଙ୍କୁ ଟିମ୍ ଆଫଗାନିସ୍ତାନର ସହାୟକ କୋଚ ଭାବେ ନିଯୁକ୍ତି ମିଳିଛି ।"

ଏହା ବି ପଢନ୍ତୁ-ଟିମ୍ ଇଣ୍ଡିଆର '3 ପିଲାର'; ରୋହିତ କହିଲେ କେମିତି ଜିତିଲେ T-20 ବିଶ୍ବକପ, 5 IPL ଟ୍ରଫି - Rohit Sharma on Indian cricket team

54 ବର୍ଷୀୟ ଶ୍ରୀଧର, 2014ରୁ 2021 ପର୍ଯ୍ୟନ୍ତ 7 ବର୍ଷ ଧରି ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ଘରୋଇ କ୍ରିକେଟରେ 35ଟି ପ୍ରଥମ ଶ୍ରେଣୀ ମ୍ୟାଚ, 15 ଲିଷ୍ଟ ଏ ମ୍ୟାଚ ଖେଳିଥିବା ବେଳେ କ୍ରିକେଟ ନେଇ ଢେର ଅଭିଜ୍ଞ । ଶ୍ରୀଧର 300ରୁ ଅଧିକ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଭାରତର କୋଚିଂ କରିଛନ୍ତି ।

ଆଇପିଏଲରେ ଶ୍ରୀଧର ପଞ୍ଜାବ କିଙ୍ଗସ୍ ପକ୍ଷରୁ କୋଚିଂ ଷ୍ଟାଫ ରହିଛନ୍ତି ଶ୍ରୀଧର । ସେ ଏହି ସମୟରେ ସ୍ପିନ ବୋଲି କୋଚ ଭାବେ ପଞ୍ଜାବ ପାଇଁ କାର୍ଯ୍ୟ କରିଛନ୍ତି । ତେବେ ପଞ୍ଜାବ କିଙ୍ଗ୍ସ୍ 2014ରେ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା । ଏହା ସହିତ ଶ୍ରୀଧରଙ୍କ ନିକଟରେ ଟିମ୍ ଇଣ୍ଡିଆ ୟଙ୍ଗ୍ କ୍ରିକେଟରଙ୍କୁ କୋଚିଂ ଦେବାର ଅଭିଜ୍ଞତା ରହିଛି । ସେ ଅଣ୍ଡର-19 ଭାରତୀୟ ଟିମ୍ ପାଇଁ ସହାୟକ କୋଚ ଏବଂ ସ୍ପିନ୍ ବୋଲି କୋଚ ରହିଥିଲେ । ସେ ମଧ୍ୟ 2008ରୁ 2014 ପର୍ଯ୍ୟନ୍ତ ଭାରତୀୟ ଜାତୀୟ କ୍ରିକେଟ ଏକାଡେମୀର ସହାୟକ କୋଚ ଭାବେ କାର୍ଯ୍ୟ କରିଛନ୍ତି ।

Last Updated : Aug 22, 2024, 6:10 PM IST

ABOUT THE AUTHOR

...view details