ଓଡିଶା

odisha

ETV Bharat / sports

ସୀମାରେ ଯୁଦ୍ଧ ଲଢ଼ିଥିଲେ ବାପା, ମୈଦାନରେ ଲଢ଼ି ଭାରତକୁ ଜିତାଇଲେ ଜୁରେଲ - ଧ୍ରୁବ ଜୁରେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

Dhruv Jurel won Player Of The Match: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଜିତିଛି ଭାରତ । ଏହି ମ୍ୟାଚ୍‌ରେ ଭାରତ ପାଇଁ ହିରୋ ସାଜିଥିଲେ ଯୁବ ୱିକେଟ୍‌କିପର-ବ୍ୟାଟର ଧ୍ରୁବ ଜୁରେଲ । ତେବେ ଗତ ୨୨ ବର୍ଷ ମଧ୍ୟରେ ପ୍ରଥମ ୱିକେଟ୍‌କିପର ଭାବେ ଜୁରେଲ୍‌ ନିଜ ଡେବ୍ୟୁ ସିରିଜ୍‌ର ଏକ ମ୍ୟାଚ୍‌ରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Dhruv Jurel won Player Of The Match
Dhruv Jurel won Player Of The Match

By ETV Bharat Odisha Team

Published : Feb 26, 2024, 5:34 PM IST

ରାଞ୍ଚି: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଦମଦାର ବିଜୟ ସହ ଭାରତ ଏହି ସିରିଜ୍‌ ଅକ୍ତିଆର କରିଛି । ୩-୧ରେ ଏହି ସିରିଜ୍‌କୁ ଆଗୁଆ କବ୍‌ଜା କରିଛି ଘରୋଇ ଦଳ । ସବୁଠୁ ବଡ଼ କଥା ହେଉଛି ଏହି ମ୍ୟାଚ୍‌ରେ ଭାରତ ପାଇଁ ହିରୋ ସାଜିଛନ୍ତି ତୃତୀୟ ମ୍ୟାଚ୍‌ରେ ହିଁ ଡେବ୍ୟୁ କରିଥିବା ଯୁବ ୱିକେଟ୍‌କିପର- ବ୍ୟାଟର ଧ୍ରୁବ ଜୁରେଲ । ଏହି ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହେବା ସହିତ ଏହି ମ୍ୟାଚର ମ୍ୟାଚ୍‌ରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଗତ ୨୨ ବର୍ଷ ମଧ୍ୟରେ ପ୍ରଥମ ୱିକେଟ୍‌କିପର ଭାବେ ଜୁରେଲ୍‌ ନିଜ ଡେବ୍ୟୁ ସିରିଜ୍‌ର ଏକ ମ୍ୟାଚ୍‌ରେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଏମିତି ଥିଲା ଜୁରେଲଙ୍କ ପ୍ରଦର୍ଶନ: ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ୧୭୭ ରନରେ ୭ ୱିକେଟ୍‌ ହରାଇ ଇଂଲଣ୍ଡଠାରୁ ବହୁ ପଛରେ ପଡ଼ିଥିଲା । ଏହି ସମୟରେ ଲୋୟର ଅର୍ଡର ବ୍ୟାଟରଙ୍କ ସହ ମିଶି ଜୁରେଲ ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେ ୯୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଯାହା ଫଳରେ ଭାରତ ୩୦୦ ରନ ପାର କରିଥିଲା । ଜୁରେଲଙ୍କ ଏହି ଲଢ଼ୁଆ ପାଳି ବଳରେ ହିଁ ଭାରତ ଇଂଲଣ୍ଡକୁ ଚ୍ୟାଲେଞ୍ଜ କରିବା ସ୍ଥିତିରେ ପହଞ୍ଚି ପାରିଥିଲା । ଭାରତର ପ୍ରଥମ ଇନିଂସ୍‌ରେ ଜୁରେଲ ୧୪୯ ବଲରୁ ୬ ଚୌକା ଓ ୪ ଛକା ବଳରେ ୯୦ ରନ କରିଥିଲେ । ଏହାପରେ ଦ୍ବିତୀୟ ଇନିଂସ୍‌ରେ ଭାରତ ଯେତେବେଳଏ ୧୨୦ ରନରେ ୫ ୱିକେଟ୍‌ ହରାଇ ସାରିଥିଲା, ସେତେବେଳେ ଗିଲ୍‌ଙ୍କ ସହ ମିଶି ଭାରତକୁ ବିଜୟୀ କରାଇଥିଲେ ଜୁରେଲ । ସେ ଏହି ପାଳିରେ ଆଜି ୩୯ ରନର ଅପରାଜିତ ପାଳି ଖେଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚିରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ: ଇଂଲଣ୍ଡକୁ 5 ୱିକେଟରେ ହରାଇ ଟେଷ୍ଟ ସରିଜ୍ କବଜା

କାରଗିଲ୍‌ ଯୁଦ୍ଧ ଲଢ଼ିଥିଲେ ଜୁରେଲଙ୍କ ସୈନିକ ବାପା: ଭାରତୀୟ ଦଳରେ ସୁଯୋଗ ପାଇବା ପରେ ଜୁରେଲ ଏକାଧିକ ଇଣ୍ଟରଭ୍ୟୁରେ ତାଙ୍କ ବାପାଙ୍କୁ ନିଜର ହିରୋ ବୋଲି କହିଛନ୍ତି । ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ସେ ସବୁର ଶ୍ରେୟ ତାଙ୍କ ବାପାଙ୍କୁ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଧ୍ରୁବ ଜୁରେଲଙ୍କ ପିତା ନେମ ସିଂହ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ୧୯୯୯ ମସିହା କାରଗିଲ ଯୁଦ୍ଧ ସମୟରେ ସେ ଭାରତର ରକ୍ଷା ପାଇଁ ସୀମାରେ ନିୟୋଜିତ ଥିଲେ । ଭାରତକୁ ବିଜୟା କରିବା ପରେ ଜୁରେଲ ମୈଦାନ ମଧ୍ୟରେ ସାଲ୍ୟୁଟ କରୁଥିବା ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସେ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଏଭଳି କରିଥିବା ପ୍ରଶଂସକମାନେ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details