ETV Bharat / state

ଥଇଥାନ କେନ୍ଦ୍ର ନିର୍ଯାତନା: 2 ଦିନିଆ ରିମାଣ୍ଡରେ ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାସ - SAMBALPUR TORTURE CASE

2 ଦିନିଆ ରିମାଣ୍ଡରେ ଗଲେ ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାସ । ପୂର୍ବରୁ ଗିରଫ ହୋଇଥିଲେ 4 ଅଭିଯୁକ୍ତ । ଅନ୍ତେବାସୀ ନିର୍ଯାତନା ପରେ ଏବେ ଦୁଷ୍କର୍ମ ଅଭିଯୋଗ ।

SAMBALPUR TORTURE CASE
SAMBALPUR TORTURE CASE (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 8:28 AM IST

ସମ୍ବଲପୁର: ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସ ସମେତ 4 ଜଣଙ୍କୁ ପୋଲିସ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିଲା । ଗତକାଲି (ସୋମବାର) ହରିଶ୍ଚନ୍ଦ୍ର ଦାସଙ୍କୁ ଧନୁପାଲି ପୋଲିସ 2 ଦିନିଆ ରିମାଣ୍ଡରେ ନେଇଛି । ଏନେଇ ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର ସୂଚନା ଦେଇଛନ୍ତି ।

  • 2 ଦିନିଆ ରିମାଣ୍ଡରେ ଅଭିଯୁକ୍ତ:

ଏହି ଘଟଣାକୁ ନେଇ ସମ୍ବଲପୁର ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି," ହରିଶ୍ଚନ୍ଦ୍ର ଦାସ ସମର୍ଥ ଅନୁଷ୍ଠାନର ସେକ୍ରେଟାରୀ ଥିଲେ । ତାଙ୍କୁ ଧନୁପାଲି କେସ ନମ୍ବର 21/2025ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଧନୁପାଲି ଥାନା କେସ ନମ୍ବର 23/2025 ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ତାଙ୍କୁ 2 ଦିନିଆ ରିମାଣ୍ଡରେ ଅଣାଯାଇଛି । ବର୍ତ୍ତମାନ 2 ଦିନ ଧରି ତାଙ୍କୁ ପଚରାଉଚରା କରାଯିବ । ସେହି ଘଟଣାରେ ତାଙ୍କର ସମ୍ପୃକ୍ତି କେତେ ଅଛି ସେନେଇ ଖୋଳତାଡ ସହ ତାଙ୍କର ଡାକ୍ତରୀମାଇନା କରାଯିବ । ଏହି ତଦନ୍ତରେ ପୋଲିସକୁ ଅଧିକ ତଥ୍ୟ କି ସୁରାକ ମିଳିଲେ ଅନ୍ୟ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ କି ନାହିଁ ତାର ନିଷ୍ପତ୍ତି ନିଆଯିବ l DSSO ଅଗଷ୍ଟ ମାସରୁ ଏହି ଥଇଥାନ କେନ୍ଦ୍ରରେ ଥିବା ଅନିୟମିତତା ନେଇ ରିପୋର୍ଟ ଦେଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ତଦନ୍ତ ହେବ l ଯାହା ଅଭିଯୋଗ ଆସିଛି କି ଆଗକୁ ଆସିଲେ ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରାଯାଇ ତଦନ୍ତ ହେବ ।"

SAMBALPUR TORTURE CASE (ETV Bharat Odisha)

ଏହା ବି ପଢନ୍ତୁ...ଥଇଥାନ କେନ୍ଦ୍ର ନିର୍ଯାତନା: ସ୍ଥାନାନ୍ତରିତ ହେଲେ ଅନ୍ତେବାସୀ, DSSOଙ୍କୁ ନୋଟିସ୍‌ - SAMBALPUR TURTURE CASE
'ସମର୍ଥ'ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଗିରଫ ଗଲେ ଜେଲ୍

ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା, ରିପୋର୍ଟ ଦେଲେ ଉପଜିଲ୍ଲାପାଳ

  • ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ:

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ 27 ତାରିଖରେ ଆଦର୍ଶ ଶିଶୁ ମନ୍ଦିର ଦ୍ୱାରା ପରିଚାଳିତ 'ସମର୍ଥ' ନାମକ ମାନସିକ ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ଅନୁଷ୍ଠାନର କର୍ମଚାରୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହାସହ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ଅସଦାଚରଣ ହେଉଥିବା ଅଭିଯୋଗ ହୋଇଥିଲା l ଏହାର ଏକ ଭିଡିଓ ମଧ୍ୟ ଭାଇରଲ ହୋଇଥିଲା l ଏହି ଅନୁଷ୍ଠାନର ଜଣେ ପୁରାତନ ମହିଳା କର୍ମଚାରୀ ଲିପିକା ଦର୍ଜୀ ଏହି ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ନିଜେ ଭିଡିଓ ତିଆରି କରିଥିଲେ l ପରେ ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ ଏନେଇ ଧନୁପାଲି ପୋଲିସକୁ ଫୋନ କରି ଜଣାଇବା ପରେ ଧନୁପାଲି ପୋଲିସ ଏହି ଅନୁଷ୍ଠାନରେ ଚଢ଼ାଉ କରିବା ସହ ଅନୁଷ୍ଠାନର ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାସଙ୍କୁ ଗିରଫ କରିଥିଲେ ।

SAMBALPUR TORTURE CASE
SAMBALPUR TORTURE CASE (ETV Bharat Odisha)
SAMBALPUR TORTURE CASE
SAMBALPUR TORTURE CASE (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.