ହାଇଦ୍ରାବାଦ: ରିଅଲମି ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହି ଲାଇନଅପରେ ଅନେକ ଡିଭାଇସ ଲଞ୍ଚ ହେବାକୁ ଥିବା ବେଳେ Realme P3 Pro ସ୍ମାର୍ଟଫୋନ ଲଞ୍ଚ ହେବ ବୋଲି ସ୍ପଷ୍ଟ ହୋଇଛି । ଟିଜରରେ ସ୍ମାର୍ଟଫୋନର ଫିଚର ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳିଛି । ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା Realme P2 Pro 5Gର ସଫଳତା ପରେ କମ୍ପାନୀ Realme P3 Proକୁ ଭାରତ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏହା ବିକ୍ରି ଲାଗି ଫ୍ଲିପକାର୍ଟରେ ଉପଲବ୍ଧ ହେବା ନେଇ ସ୍ପଷ୍ଟ ହୋଇଛି ।
The #realmeP3Pro isn’t just powerful; it’s built for champions! 🔥
— realme (@realmeIndia) February 3, 2025
Curated in collaboration with the team of Krafton, this device delivers smoother gameplay & meets all tournament standards.
Get ready for one of the best mid-range devices for BGMI! 🚀#RealPassionNeverDies pic.twitter.com/c1ELdLt8ik
Realme P3 series: ଲଞ୍ଚର ଖୁଲାସା
- ଫ୍ଲିପକାର୍ଟ ନିଜ ୱେବସାଇଟ୍ରେ ଏକ ମାଇକ୍ରୋସାଇଟ୍ ଜାରି କରି ଏହି ଇ-କମର୍ସ ପ୍ଲାଟଫର୍ମରେ ରିଅଲମି ପି3 ସିରିଜର ଉପଲବ୍ଧତା ନେଇ ସ୍ପଷ୍ଟ କରିଛି ।
- କମ୍ପାନୀ ଏହାର ଲଞ୍ଚ ତାରିଖର ଏଯାଏଁ ଖୁଲାସା କରିନଥିବା ବେଳେ Pro ସ୍ମାର୍ଟଫୋନ ବ୍ୟତୀତ ଏହି ସିରିଜରେ ଆଉ କେଉଁ ଡିଭାଇସ ଲଞ୍ଚ ହେବ ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦେଇନାହିଁ ।
GT Boost ଫିଚର କଣ ?
- Realme P3 Pro ସ୍ମାର୍ଟଫୋନକୁ କମ୍ପାନୀ GT Boost ଫିଚର ସହିତ ଆଣିବ ବୋଲି ସ୍ପଷ୍ଟ କରିଛି ।
- ଏହା ଷ୍ଟେବଲ୍ ଫ୍ରେମ ରେଟ୍, ହାଇ ଫ୍ରେମ ରେଟ୍ ସପୋର୍ଟ, ସ୍ଥିର ନେଟୱର୍କ କନେକ୍ସସନ, କୁଶଳ ବ୍ୟାଟେରୀ ଉପଯୋଗ ଓ ଟଚ୍ ସଠିକତା ପ୍ରଦାନ କରିବ ।
- ଏହି ଫିଚର ଉନ୍ନତ ଗ୍ରାଫିକ୍ସ, ଦ୍ରୁତ ଟଚ୍ ରେସପନ୍ସ ଓ ଉନ୍ନତ ପ୍ରତିକ୍ରିୟା ସହିତ ଗେମିଂ ଅନୁଭବକୁ ମଧ୍ୟ ଅଧିକ ଉନ୍ନତ କରିବ ।
- GT Boost ଫିଚର ଚଳିତ ମାସରୁ realme GT 7 Pro ସ୍ମାର୍ଟଫୋନରେ ମଧ୍ୟ ଉପଲବ୍ଧ ହେବ ।
କଲର ଅପସନ ଓ ଦାମ
91ମୋବାଇଲ୍ସର ଏକ ରିପୋର୍ଟ ଅନୁସାରେ, ରିଅଲମି P3 Pro ଫେବୃଆରୀତ ତୃତୀୟ ସପ୍ତାହରେ ଭାରତୀୟ ବଜାରରେ ଲଞ୍ଚ ହୋଇପାରେ । ଏହା Saturn Brown, Galaxy Purple ଓ Nebula Blue କଲର ଅପସନ ସହିତ ଆସିପାରେ । ଯଦି ଏହାର ରାମ୍ ଓ ଷ୍ଟୋରେଜ ସମ୍ପର୍କରେ କହିବା ତେବେ ଏହା 3ଟି ଭାରିଏଣ୍ଟ 8GB + 128GB, 8GB + 256GB ଓ 12GB + 256GB ସହିତ ଉପଲବ୍ଧ ହୋଇପାରେ । Realme P3 ସିରିଜରେ କମ୍ପାନୀ P3 5G, P3x 5G ଓ P3 Ultraକୁ ଆଣିପାରେ । Realme P3 Pro ଦାମ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା ବେଳେ Realme P2 Pro ସ୍ମାର୍ଟଫୋନ ଭାରତରେ Rs 21,999ରେ ଲଞ୍ଚ ହୋଇଥିଲା ।