ନୂଆଦିଲ୍ଲୀ: ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟା ଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 2024 । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ସିଏସକେ ଟିମକୁ ଲାଗିଛି ଝଟକା । ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ କ୍ରିକେଟର ଡେଭନ କନଓ୍ବେ । ଆହତ ଜନିତ ସମସ୍ୟା ଯୋଗୁଁ ସେ ପୂରା ସିଜିନରୁ ବାଦ ପଡିଛନ୍ତି । ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରରେ ଆଘାତ ଲାଗିଥିବାରୁ ସେ ଅସ୍ତ୍ରୋପଚାର କରିବେ ଏବଂ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଆଠ ସପ୍ତାହ ସମୟ ଲାଗିବ । ତେଣୁ ସେ ଚଳିତ ଆଇପିଏଲ ସିଜିନର ଗୋଟିଏବି ମ୍ୟାଚ ଖେଳିବେ ନାହିଁ ।
ଏହା ମଧ୍ୟ ପଢନ୍ତୁ-ଆଇପିଏଲ 2024: ଅଭ୍ୟାସ ଆରମ୍ଭ କଲେ CSK ଖେଳାଳି
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ସମୟରେ କନୱେଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହା ପରେ ସେ ସଙ୍ଗେ ସଙ୍ଗେ ଗ୍ରାଉଣ୍ଡ ଛାଡି ବାହାରକୁ ଆସିଥିଲା । ପରେ ତାଙ୍କ ଆଙ୍ଗୁଠିର ଏକ୍ସରେ କରାଯାଇଥିଲା । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଆସୋସିଆନ କହିଛି, '' କନଓ୍ବେଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଚଳିତ ଆଇପିଏଲ ସିଜିନ ଖେଳିବେ ନାହିଁ । ଏକ୍ସରେ ଓ ବିଶେଷଜ୍ଞଙ୍କ ପରାମର୍ଶ ଅୁଯାଇ ସୁସ୍ଥ ହେବା ପାଇଁ ତାଙ୍କୁ ଆଠ ସପ୍ତାହ ସମୟ ଲାଗିବ।'' ଡେଭନ ଆଇପିଏଲ ଖେଳିବା ନାହିଁ ଖବର ସାମ୍ନାକୁ ଆସିବା ପରେ ସିଏସକେ ଟିମ ଚିନ୍ତାରେ ।