ଓଡିଶା

odisha

ETV Bharat / sports

Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍ - INDIA ENGLAND ODI MATCH

ବାରବାଟୀ ମ୍ୟାଚ ପାଇଁ କାହିଁକି କଳାହାଣ୍ଡି ଆଉ ମୁମ୍ବାଇରୁ ଆସିଲା ମାଟି । ଲୋସ୍କୋରିଂ ନା ହାଇସ୍କୋରିଂ ମ୍ୟାଚ ହେବ । କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ ।

pitch curator
pitch curator (pitch curator)

By ETV Bharat Odisha Team

Published : Feb 3, 2025, 8:33 PM IST

କଟକ: ଆସନ୍ତା ୯ ତାରିଖ (ରବିବାର) ଦିନ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ । ଦୀର୍ଘ ୬ ବର୍ଷ ବ୍ୟବଧାନରେ ସାଂସ୍କୃତିକ ସହର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଫ୍ୟାନ୍ସ ମଧ୍ୟ ଉତ୍ସାହିତ । ଅନଲାଇନରେ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବାରବାଟୀରେ ପହଞ୍ଚି ସମୀକ୍ଷା କରିସାରିଛନ୍ତି ।

pitch curator Anjan Khuntia exclusive interview (ETV Bharat Odisha)

ତେବେ ମ୍ୟାଚ କ୍ୟୁରେଟର ଡଃ ରଞ୍ଜନ ଖୁଣ୍ଟିଆଙ୍କ ସହିତ 'ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ'ରେ 'ଇଟିଭି ଭାରତ'ପ୍ରତିନିଧି ନାରାୟଣ ସାହୁ ପିଚ୍ ପ୍ରସ୍ତୁତି ଠାରୁ ଆରମ୍ଭ କରି ପିଚ୍ ଏବଂ ପଡିଆ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି ।

କେତେ ପ୍ରସ୍ତୁତ ପିଚ୍ ?

"ଏଥର ପିଚକୁ ବେଶ ଭଲ ଭାବରେ ପ୍ରସ୍ତୁତ କରାଯାଇଛି । ଦୀର୍ଘ 3 ମାସ ଧରି ପିଚ ପ୍ରସ୍ତୁତି ଚାଲିଛି । ଆଶା କରୁଛୁ ବହୁତ ଉଚ୍ଚ ମାନର ପିଚ ହେବ । ଉଭୟ ବ୍ୟାଟର ଏବଂ ବୋଲରଙ୍କୁ ସୁହାଇଲା ଭଳି ପିଚ ହେବ । ଯେଉଁମାନେ ଭଲ ଖେଳିବେ ନିଶ୍ଚିତ ସେମାନଙ୍କର ଜିତ ହେବ । ଆଶା କରୁଛୁ ଅଧିକ ରନ ହେବ ଏବଂ ଦର୍ଶକ ମାନେ ଉପଭୋଗ କରିବେ," ବୋଲି କହିଛନ୍ତି ମ୍ୟାଚ କ୍ୟୁରେଟର ରଞ୍ଜନ ଖୁଣ୍ଟିଆ ।

Barabati Stadium (pitch curator)

ଲୋସ୍କୋରିଂ ନା ହାଇସ୍କୋରିଂ-

"ଗତ ମ୍ୟାଚର ଲୋସ୍କୋରିଂ କଥା ମୁଁ କହିବାକୁ ଚାହୁଁନାହିଁ । ଏଥରର ମ୍ୟାଚ ହାଇସ୍କୋରିଂ ହେବ । ଆମେ କଳାହାଣ୍ଡିର ବ୍ଲାକ୍ ସଏଲ୍ (କଳା ମାଟି)କୁ ଆଣିଛୁ । କଳାହାଣ୍ଡି କଳା ମାଟିକୁ ଟେଷ୍ଟ କରିଛୁ । ମାଟିର ପାରାମିଟର ଚେକ୍ କରି ତାକୁ ବ୍ୟାବହାର କରିଛୁ । ସେହିଭଳି ନାଲି ପିଚ ପାଇଁ ରେଡ୍ ସଏଲ ଆମେ ମୁମ୍ବାଇରୁ ମଗେଇଛୁ । ବେଶ ଭଲ ଆମେ ଓ୍ବିକେଟ ପ୍ରସ୍ତୁତ କରିଛୁ । ଆଶା କରୁଛୁ ନିଶ୍ଚିତ ଭାବେ ଖେଳ ଭଲ ହେବ । ହାଇସ୍କୋରିଂ ମ୍ୟାଚ ହେବ," ବୋଲି କହିଛନ୍ତି ରଞ୍ଜନ ଖୁଣ୍ଟିଆ ।

Barabati Stadium (pitch curator)

କୁହୁଡି ସମସ୍ୟା ହେବ ବି-

"କୁକୁଡି ସମସ୍ୟା ମ୍ୟାଚରେ ହେବ ନାହିଁ । କାରଣ ମ୍ୟାଚର 3 ଦିନ ପୂର୍ବରୁ ଆମେ ଆଣ୍ଟି ଡ୍ୟୁ କେମିକାଲ ପ୍ରୟୋଗ କରିବୁ । ତା ସହିତ ସୁପର ସପର୍ ବ୍ୟବହାର ହେବ ଅମ୍ପେୟାରଙ୍କ ନିର୍ଦ୍ଦେଶ ମୁତାବକ," ବୋଲି କହିଛନ୍ତି ରଞ୍ଜନ ଖୁଣ୍ଟିଆ ।

ଟସ୍ କେତେ ଗୁରୁତ୍ୱପୂର୍ଣ୍ଣ-

"ଉଭୟ ଟିମ ପାଇଁ ଟସ୍ ଗୁରୁତ୍ୱପୂର୍ଣ୍ଣ । ତେବେ କ୍ୟୁରେଟରଙ୍କ ମତରେ ଟସ ଗୁରୁତ୍ୱପୂର୍ଣ୍ଣ ରହିବ ନାହିଁ । ଯିଏ ଭଲ ଖେଳିବ ସିଏ ମ୍ୟାଚ ଜିତିବ," ବୋଲି କହିଛନ୍ତି କ୍ୟୁରେଟର ।

Barabati Stadium (pitch curator)

ପ୍ରଥମ ବ୍ୟାଟିଂ ଫାଇଦା ଦେବ କି - "ପିଚକୁ ଆମେ ସମାନ ଭାବେ ନିର୍ମାଣ କରିଛୁ । ଗୋଟିଏ ପଟର ବ୍ୟାଟିଂରେ ପିଚ୍ ଖରାପ ହେବ ନାହିଁ କି ପଛ ବ୍ୟାଟିଂ କଲେ ସ୍କୋର କରିବା କଷ୍ଟ କର ହେବ ନାହିଁ । ବୋଲରଙ୍କ ଦକ୍ଷତା ଉପରେ ନିର୍ଭର କରେ କେତେ କମ ରନରେ ବିପକ୍ଷ ଟିମର ବ୍ୟାଟରଙ୍କୁ ଅଟକାଇପାରିବେ କମ ସ୍କୋରରେ," ବୋଲି କହିଛନ୍ତି କ୍ୟୁରେଟର ।

ଏହା ବି ପଢନ୍ତୁ- ବାରବାଟୀ ଲଢେଇ: ଅଧ ଘଣ୍ଟାରେ ସରିଗଲା ଟିକେଟ, ବୁକିଂକୁ ନେଇ ନିରାଶ ଦର୍ଶକ - INDIA VS ENGLAND ODI

ଏହା ବି ପଢନ୍ତୁ- ଇଣ୍ଡିଆ-ଇଂଲଣ୍ଡ ବାରବାଟୀ ଦିନିକିଆ, ଆଜିଠୁ ଟିକଟ୍‌ ବିକ୍ରି - BARABATI ODI

ପେସର ନା ସ୍ପିନର - "କିଏ କରିବେ କମାଲ- ତାହା ବର୍ତ୍ତମାନଠୁ କହି ହେବନି । ଆମେ ଫ୍ରେଣ୍ଡଲୀ ଓ୍ବିକେଟ ବନେଇଛୁ । ଉଭୟ ବୋଲର ଏବଂ ସ୍ପିନରଙ୍କୁ ସୁହାଇବ," ବୋଲି କହିଛନ୍ତି କ୍ୟୁରେଟର ।

କେତେ ସ୍କୋର ହେବ- "ଆମେ ଆଶା କରୁଛୁ ନିଶ୍ଚିତ ଭାବରେ 50 ଓଭରିଆ ମ୍ୟାଚରେ 320 ରନରୁ ଅଧିକ ସ୍କୋର ହେବ," ବୋଲି କହିଛନ୍ତି କ୍ୟୁରେଟର ।

ଆଉଟଫିଲ୍ଡ କେମିତି ରହିବ- "ଆଉଟଫିଲ୍ଡ ଭଲ ରହିବ । ନିତିଦିନିଆ ରୋଲିଂ କରାଯାଉଛି । ଚେସବୋର୍ଡ ଡିଜାଇନ ପଡିଆ ହେବ," ବୋଲି କହିଛନ୍ତି କ୍ୟୁରେଟର ।

କାହିଁକି ଚେସବୋର୍ଡ ଡିଜାଇନ- "ତେବେ ଘାସର କ୍ୱାଲିଟି ଭଲ ଥିଲେ ଚେସବୋର୍ଡ ଫିଲ୍ଡ କରାଯାଇପାରିବ । ଆମର ପଡିଆରେ ଭଲ ଘାସ ରହିଛି ତେଣୁ ଆମେ ଚେସବୋର୍ଡ ଡିଜାଇନ ହୋଇଛି ଦର୍ଶକଙ୍କ ପାଇଁ । ଏହି ଚେସବୋର୍ଡ ଡିଜାଇନ ପାଇଁ 15 ଦିନ ଲାଗିଥାଏ । ଘାସ କାଟିବା ପାଇଁ ଆମେରିକାର ମେସିନ ବ୍ୟବହାର କରୁଛୁ," ବୋଲି କହିଛନ୍ତି କ୍ୟୁରେଟର ।

ସ୍କୋରିଂ ଟେନସନ- "ଏଥର ଭଲ ଓ୍ବିକେଟ ପ୍ରସ୍ତୁତ ହୋଇଛି । ବିସିସିଆଇ ଚିଫ୍ କ୍ୟୁରେଟେରଙ୍କ ନିର୍ଦ୍ଦେଶକରେ ସବୁ ବ୍ୟବସ୍ଥା ହୋଇଛି । ଆମେ ଭଲ ଓ୍ବିକେଟ ପ୍ରସ୍ତୁତ କରିଛୁ । ବାଉଣ୍ତ୍ରୀ 75 ମିଟରରୁ 72 ମିଟର ମଧ୍ୟରେ ରହିବ," ବୋଲି କହିଛନ୍ତି କ୍ୟୁରେଟର ।

ଏହା ମଧ୍ୟ ପଢନ୍ତୁ:

କୋହଲିଙ୍କ ଉଦାରତା ! ଘଣ୍ଟା ଘଣ୍ଟା ଧରି ଫ୍ଲାଟ ବାହାରେ ବସିଥିଲେ ଫ୍ୟାନ୍ସ, ଘରକୁ ଡାକିଲେ ବିରାଟ

ରାଜନୀତିରେ ଏଣ୍ଟ୍ରି ମାରିବେ ଧୋନି ! ଚର୍ଚ୍ଚା ବଢାଇଲା ରାଜୀବ ଶୁକ୍ଳାଙ୍କ ମନ୍ତବ୍ୟ

ଚାମ୍ପିଅନ୍ସ ଟ୍ରଫି: ସର୍ବାଧିକ କ୍ୟାଚ୍‌ ନେଇଥିବା ୧୦ ଜଣଙ୍କ ମଧ୍ୟରେ ୩ ଭାରତୀୟ

ABOUT THE AUTHOR

...view details