ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କଲା ଭାରତ, କଙ୍ଗାରୁ ଦଳ ୨-୧ରେ ସିରିଜ ଆଗୁଆ - INDIA VS AUSTRALIA 4TH TEST

ବର୍ଡର-ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟରେ ୧୮୪ ରନରେ ହାରିଲା ଭାରତ । ରୋହିତ ସେନାର ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ (WTC) ଫାଇନାଲ ଖେଳିବା ଆଶା ଧୂଳିସାତ ।

India vs Australia Border Gavaskar Trophy 4th Test
India vs Australia Border Gavaskar Trophy 4th Test (AP Photo)

By ETV Bharat Odisha Team

Published : Dec 30, 2024, 1:36 PM IST

ହାଇଦ୍ରାବାଦ: ମେଲବର୍ଣ୍ଣରେ ହାରିଲା ଭାରତ । ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କରିଛି ମେନ ଇନ୍‌ ବ୍ଲୁ । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟରେ ୧୮୪ ରନରେ ଜିତି ୨-୧ରେ ଅଗ୍ରଣୀ ହାସଲ କରିଛି କଙ୍ଗାରୁ ଦଳ । ମେଲବର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମେଲବର୍ଣ୍ଣ ଟେଷ୍ଟରେ ପରାଜୟ ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପହଞ୍ଚିବା କଷ୍ଟକର ହୋଇ ପଡ଼ିଛି ।

ହାରିଲା ଭାରତ:

ଟସ୍‌ ଜିତିବା ପରେ କଙ୍ଗାରୁ ଦଳ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୭୪ ରନ୍‌ ସଂଗ୍ରହ କରିଥିଲା । କେବଳ ଷ୍ଟିଭ ସ୍ମିଥ ୧୪୦ ରନ୍‌ ସଂଗ୍ରହ କରିଥିଲେ । ଏହା ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୬୯ ରନ୍‌ ସଂଗ୍ରହ କରିଥିଲା । ୨୧ ବର୍ଷୀୟ ନୀତିଶ କୁମାର ରେଡ୍ଡି ଭାରତ ପାଇଁ ପ୍ରଥମ ଇନିଂସରେ ୧୧୪ ରନ ସ୍କୋର କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭାରତ ବିପକ୍ଷରେ ୧୦୫ ରନ ଅଗ୍ରଣୀ ହାସଲ କରିଥିଲା । ମ୍ୟାଚର ଦ୍ୱିତୀୟ ଇନିଂସରେ ଘରୋଇ ଦଳ ଅଷ୍ଟ୍ରେଲିଆ ୨୩୪ ରନ୍ ସଂଗ୍ରହ କରିବା ସହ ଭାରତ ପାଇଁ ‌୩୪୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ପାଇଁ ୩୪୦ ରନ ଆବଶ୍ୟକ ଥିଲା । କିନ୍ତୁ ମ୍ୟାଚର ଦ୍ୱିତୀୟ ଇନିଂସର ପଞ୍ଚମ ତଥା ଶେଷ ଦିନରେ ଭାରତ ୭୯.୧ ଓଭର ଖେଳି ୧୫୫ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୧୮୪ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା ।

ସଂକ୍ଷେପରେ ସ୍କୋର:

  • ଅଷ୍ଟ୍ରେଲିଆ ୪୭୪ ଏବଂ ୨୩୪ ରନ
  • ଭାରତ ୩୬୯ ଏବଂ ୧୫୫ ରନ

ଏହା ମଧ୍ୟ ପଢ଼ନ୍ତୁ...ବକ୍ସିଂ ଡେ ଟେଷ୍ଚ: ଡେବ୍ୟୁରେ ନୀତିଶଙ୍କ ଦମଦାର ଶତକ, ଭାରତ ୩୫୮/୯

ଏହା ମଧ୍ୟ ପଢ଼ନ୍ତୁ...ମେଲବର୍ଣ୍ଣ ଟେଷ୍ଟ: ଭାରତ ଆଗରେ ବିଶାଳ ରନ ଛିଡା କଲା ଅଷ୍ଟ୍ରେଲିଆ, 474ରେ ଅଲଆଉଟ

୩୪ ରନରେ ୭ ୱିକେଟ ହରାଇଲା ଟିମ୍ ଇଣ୍ଡିଆ:

ମେଲବର୍ଣ୍ଣ ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତୀୟ ଦଳର ଦ୍ବିତୀୟ ଇନିିଂସରେ ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୩୪ ରନରେ ପଡ଼ିଥିଲା ୭ ୱିକେଟ । ଜୟସ୍ବାଲଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ, ଭାରତ ହାତରୁ ଖସି ଯାଇଥିଲା ମ୍ୟାଚ । ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମା (୯), ବିରାଟ କୋହଲି (୫) ଏବଂ କେ. ଏଲ ରାହୁଲ (୦) ରନ କରି ଭାରତ ପାଇଁ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି । ଏହି ମ୍ୟାଚରେ କେବଳ ଜୟସ୍ବାଲ ଅଧିକ ରନ କରିଥିଲେ । ସେ ୨୦୮ ବଲ ଖେଳି ୮୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଜୟସ୍ବାଲ ଆଉଟ ହେବା ପରେ ଭାରତର ପରାଜୟ ନିଶ୍ଚିନ୍ତ ହୋଇ ଯାଇଥିଲା ।

ସିଡନୀରେ ପଞ୍ଚମ ଟେଷ୍ଟ:

ମେଲବର୍ଣ୍ଣ ଟେଷ୍ଟ ବିଜୟ ସହ ୨-୧ ରେ ସିରିଜ ଆଗୁଆ ରହିଛି ଅଷ୍ଟ୍ରେଲିଆ । ୨୦୨୫ ଜାନୁଆରୀ ୩ରୁ ୭ ତାରିଖ ମଧ୍ୟରେ ସିଡନୀରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ।

ABOUT THE AUTHOR

...view details