ଭୁବନେଶ୍ବର: ବାଜିଲାଣି ନିର୍ବାଚନୀ ବିଗୁଲ । ରାଜ୍ୟରେ ପ୍ରତିଟି ରାଜନୈତିକ ଦଳ ସେମାନଙ୍କ ଗୋଟିଚାଳନା ଚଳାଇଛନ୍ତି । ରାଜ୍ୟରେ ଲୋକସଭା ପାଇଁ ପ୍ରଥମେ ଓଡିଶାରେ 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ପୁରୀ ପାଇଁ ସମ୍ବିତ ପାତ୍ର, ସମ୍ବଲପୁର ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡା ଆସନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ମଧ୍ୟ ଆଜି ନିଜର ୯ ଟି ଲୋକସଭା ପ୍ରାର୍ଥୀ ଓ ୭୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଏହାରି ମଧ୍ୟରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି ।
ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "କଂଗ୍ରେସ ଓ ବିଜେଡି ବିଳମ୍ବିତ ପ୍ରକ୍ରିୟାକୁ ଅବଲମ୍ବନ କରିଛନ୍ତି । କାରଣ ବିଜେପିର ହାଇଭାଲ୍ୟୁ ପ୍ରାର୍ଥୀଙ୍କୁ ମ୍ୟାଚ କଲା ଭଳି ପ୍ରାର୍ଥୀ କଂଗ୍ରେସ ଓ ବିଜେଡି ପାଖରେ ନାହାନ୍ତି । ବିଜେପି ନେତାଙ୍କ ଫେସଭାଲ୍ୟୁକୁ ମ୍ୟାଚ କଲା ଭଲି ନେତା ବିଜେଡି ଓ କଂଗ୍ରେସରେ ଏକ ପ୍ରକାର ନାହାନ୍ତି କହିଲେ ଭୁଲ ହେବ ନାହିଁ । କିନ୍ତୁ ଉଭୟ ଦଳ ଚାହୁଁଛନ୍ତି ସେମାନଙ୍କର ବିଧାୟକ ପ୍ରାର୍ଥୀଙ୍କ ସହାୟତାରେ ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ତେଣୁ ସାବଧାନତାର ସହ ପ୍ରାର୍ଥୀ ବାଛିବାକୁ ଚେଷ୍ଟା କରୁଛନ୍ତି । ଏମିତି ବି ବିଜେଡି ଭଲ ଫାଇଟ ଦେବ କାରଣ ବିଜେଡିର ସଂଗଠନ ସୁଦୃଢ ରହିଛି । ସେପଟେ କଂଗ୍ରେସର ସଂଗଠନ ସୁଦୃଢ ନଥିଲେ ମଧ୍ୟ ପାରମ୍ପରିକ ଭୋଟ ଆପଣେଇବାକୁ ଚେଷ୍ଟା କରୁଛି ଦଳ । ବର୍ତମାନ ପରିସ୍ଥିତିରୁ ବିଜେପି ଯେପରି ଅଧିକ ଫାଇଦା ନନେଇ ଯାଉ ସେଥିପାଇଁ କଂଗ୍ରେସ ଓ ବିଜେଡି କସରତ ଜାରି ରଖିଛନ୍ତି । ଫାଷ୍ଟ ମୁଭର ହିସାବରେ ବିଜେପି ରାଜନୈତିକ ପାଣିପାଗକୁ ବୁଝିସାରିଛି । ତାକୁ କାଉଣ୍ଟର କରିବାକୁ ହେଲେ ସଶକ୍ତ ଚେହେରା ସାମନାକୁ ଆଣିବାକୁ ପଡିବ ଉଭୟ କଂଗ୍ରେସ ଓ ବିଜେଡିକୁ ।"
ଏହା ମଧ୍ୟ ପଢନ୍ତୁ ...ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ବିଧାନସଭା ଲଢ଼ିବେ ନବୀନ, ସମ୍ବଲପୁର ଲୋକସଭାରୁ ପ୍ରଣବ ପ୍ରକାଶ - General Elections 2024