ଓଡିଶା

odisha

By ETV Bharat Odisha Team

Published : Apr 3, 2024, 10:13 PM IST

ETV Bharat / politics

କୋରେଇ ନିର୍ବାଚନ ମଣ୍ଡଳୀ: ବିଜେଡି ଶିବିରରେ ଆଶାୟୀଙ୍କ ଭିଡ, ସ୍ଥାନୀୟ ନେତାଙ୍କୁ ଟିକେଟ ଦାବିରେ ଦଳ ଦୁଇ ଭାଗ ! - Korei Assembly Constituency

Korei Assembly Constituency: କୋରେଇ ଆସନରୁ କିଏ ହେବେ ବିଜେଡି ପ୍ରାର୍ଥୀ ତାହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଅନ୍ୟପଟେ ଦଳୀୟ ନେତାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Korei Constituency
Korei Constituency

Korei Constituency

ଯାଜପୁର: ନିର୍ବାଚନ ଆସିଲେ ଜିଲ୍ଲାର କୋରାଇ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ଥାଏ । ବିଶେଷ ଭାବରେ ଏହି ନିର୍ବାଚନ ମଣ୍ଡଳୀକୁ ନେଇ ଘଡେଇ ଓ ଦାସ ପରିବାର ନାଁ ବହୁତ ଚର୍ଚ୍ଚାକୁ ଆସେ । ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ତଥା 'ମୋ କଲେଜ'ର ପୂର୍ବତନ ଅଧ୍ୟକ୍ଷ ଆକାଶ ଦାସନାୟକ ବିଜେଡି ଛାଡିବା ପରେ ବେଶ ରୋଚକ ମୋଡ଼ରେ ଏହି ସିଟ୍ । ସେପଟେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଆସନରେ ଏବେ ଅଶୋକ କୁମାର ବଳ ବିଧାୟକ ଥିବାବେଳେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେଉଥିବା ଶୁଣିବାକୁ ମିଳୁଛି। ଏହି ନିର୍ବାଚନ ମଣ୍ଡଳୀରେ 2009ରେ ପ୍ରୀତିରଞ୍ଜନ ଘଡାଇଙ୍କ ପରେ 2014ରେ ଆକାଶ ଦାସ ନାୟକ ଓ ତାଙ୍କ ପରେ 2019ରେ ଅଶୋକ ବଳଙ୍କୁ କୋରେଇରୁ ପ୍ରାର୍ଥୀ କରିଥିଲା ବିଜେଡି । କୋରେଇ ଆସନରେ ସବୁବେଳେ ଘଡେଇ ଓ ଦାସ ପରିବାର ଦବାଦବା ରହୁଥିବାରୁ ଟିକେଟ ଟିକେଟ କାହାର ସ୍ପଷ୍ଟ ହେଉନାହିଁ ।

ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନାଁ ଏହି ଆସନ ଚର୍ଚ୍ଚାରେ ସାମିଲ ଥିଲା । ତାଙ୍କୁ ସମ୍ବଲପୁରରୁ ଲୋକସଭା ସାଂସଦ ପ୍ରାର୍ଥୀ କରାଯିବା ପରେ ଏଠାରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ତୁମ୍ବି ତୋଫାନ ଲାଗିରହିଛି । ଆଜି ବିଜୁ ଜନତା ଦଳର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ସେଥିରେ କୋରେଇ ଆସନ ପ୍ରାର୍ଥୀଙ୍କ ନାଁ ନାହିଁ । ଅପରପକ୍ଷେ, ବବିଙ୍କ କେହି ଅନୁଗତ ନିର୍ବାଚନ ମଣ୍ଡଳୀରୁ ଟିକେଟ ହାତେଇ ନେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି । ବବିଙ୍କ ସମର୍ଥକ ଏହାକୁ ଦୃଢ ସମର୍ଥନ କରୁଥିବାବେଳେ ବିଜେଡି ଶିବିରରେ ଏହାକୁ ବିରୋଧ କରିଛନ୍ତି ବିଦ୍ରୋହୀ ଗୋଷ୍ଟୀ । କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ସ୍ଥାନୀୟ ନେତାଙ୍କୁ ଟିକେଟ ଦେବା ପାଇଁ ସେମାନେ ରଣହୁଙ୍କାର ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ - PRANAB VS DHARMENDRA

ବିଜୁ ଜନତା ଦଳ କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଥର ପାର୍ଥୀ ବଦଳାଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ପାର୍ଥୀଙ୍କୁ ବିଗତ ଦିନରେ ସର୍ବଦା ସମର୍ଥନ ଜଣାଇ ଆସିଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀବାସୀ । ପୂର୍ବରୁ ଜନତା ଦଳରୁ ବବି ଦାସଙ୍କ ବାପା ସ୍ବର୍ଗତ ଅଶୋକ ଦାସଙ୍କୁ ଦୀର୍ଘ ୨୫ ବର୍ଷ କୋରେଇବାସୀ ସୁଯୋଗ ଦେଇଥିବାବେଳେ ପାଇଲେ କ'ଣ ବୋଲି ପ୍ରଶ୍ନ କରିଛନ୍ତି ବିଦ୍ରୋହୀ ବିଜେଡି ନେତା । ବବିଙ୍କ ସମର୍ଥକଙ୍କ ମୁହଁରୁ ବବିଙ୍କ ସାନ ଭାଇ ତଥା ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଛି । ଏହାକୁ ବିରୋଧ କରି ବ୍ୟାସନଗରରେ ସାମ୍ବାଦିକ ସମ୍ମିଳନୀରେ ଦାସ ପରିବାର ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ବିଦ୍ରୋହୀ । ଏହି ସାମ୍ବାଦିକ ସମ୍ମିଳନୀ କୋରେଇ ବିଜେଡିରେ ଦେଖାଦେଇଥିବା ବିଦ୍ରୋହକୁ ପଦାରେ ପକାଇଛି । ସେପଟେ "ବିଜେଡିକୁ ବଦନାମ କରାଯାଉଛି, ଯେଉଁମାନେ ଦଳୀୟ ବ୍ୟାନରକୁ ଅସ୍ତ୍ର କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ଯୁବ ବିଜେଡି ସଭାପତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details