ETV Bharat / politics

ଜୟ ନାରାୟଣଙ୍କ ବିସ୍ଫୋରଣ: ‘ପାଣ୍ଡିଆନଙ୍କ ଇଙ୍ଗିତରେ ଗୃହ ଅଚଳ’, ଜବାବ ଦେଲା ବିଜେଡି - ODISHA ASSEMBLY BUDGET SESSION 2025

ପୁଣି ଗୃହରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ଶାସକ-ବିରୋଧୀ ମୁହାଁମୁହିଁ ।

Odisha Assembly Budget session 2025
Odisha Assembly Budget session 2025 (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 3:21 PM IST

ଭୁବନେଶ୍ୱର: ବିଧାନସଭାରେ ପୂର୍ବତନ ପ୍ରଶାସକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଚର୍ଚ୍ଚା । ଗୃହରେ ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ଇଙ୍ଗିତରେ ବିଜେଡି ବିଧାୟକ ଗୃହକୁ ଅଚଳ କରୁଛନ୍ତି ବୋଲି କହି ବିସ୍ଫୋରଣ କରିଛନ୍ତି ଜୟ ନାରାୟଣ । ଜୟଙ୍କ ମନ୍ତବ୍ୟ ପରେ ଚିଇଁକି ଉଠିଛି ବିଜେଡି ।

ପ୍ରଶ୍ନକାଳରେ ଗୃହ ଅଚଳ:

ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ହେଲେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଛି । ଅପରାହ୍ନ 12ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଲୋଚନା ଆରମ୍ଭ ପୂର୍ବରୁ ନିଜ ସ୍ଥାନରେ ଛିଡା ହୋଇ ବକ୍ତବ୍ୟ ରଖିବା ଆରମ୍ଭ କରିଥିଲେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ଫୋରଣ ବୟାନ ରଖିଥିଲେ ବିଜେପି ବିଧାୟକ । ଗୃହ କାର୍ଯ୍ୟ ଚାଲିପାରୁ ନଥିବାର କଟାକ୍ଷ କରିବା ଆରମ୍ଭ କରିଥିଲେ ।

ପୁଣି ଗୃହରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ (ETV Bharat Odisha)

ପାଣ୍ଡିଆନଙ୍କୁ ନେଇ ଜୟ ନାରାୟଣଙ୍କ ବିସ୍ଫୋରକ ବୟାନ:

ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ । ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ । କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି ପ୍ରଶ୍ନରେ ଗୃହରେ ଜୟ ନାରାୟଣ ଦେଇଥିଲେ ବିସ୍ଫୋରକ ବୟାନ । ଜୟ ନାରାୟଣ କହିଛନ୍ତି, "ଲବିରେ କିଛି ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଆମେ ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର ।’

ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ପାଲଟା ଜବାବ:

ଗୃହ ଅଚଳ ଓ ଜୟଙ୍କ ମନ୍ତବ୍ୟକୁ ନେଇ ଶାସକ - ବିରୋଧୀ ମୁହାଁମୁହିଁ ହୋଇଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଗୃହ ମଧ୍ୟ ଭାଗକୁ ଆସିଥିଲେ । ପୋଡିୟମ ନିକଟରେ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ । ନିଜ ସ୍ଥାନକୁ ଯାଇ ମତ ରଖିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିଜ ସ୍ଥାନକୁ ଯାଇ ମନ୍ତବ୍ୟ ରଖିଥିଲେ ପ୍ରମିଳା ।

ଏହାମଧ୍ୟ ପଢନ୍ତୁ...

ଖାଲି ପଡ଼ିଛି ୧୩୦୭ ଅଧ୍ୟାପକ ପଦବୀ, ଗେଷ୍ଟ ଫ୍ୟାକଲ୍ଟି ଭରସାରେ ବିଶ୍ୱବିଦ୍ୟାଳୟ

ଓଡ଼ିଶାରେ କେତେ ଅଛନ୍ତି ଭିକ୍ଷୁକ ? ବିଧାନସଭାରେ ଜଣାଇଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ

'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ-ହରଣ, ୨୦୧୪ରୁ ବଢ଼ି ଚାଲିଛି ସଂଖ୍ୟା'

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ମିଡ଼ିଆର ଚର୍ଚ୍ଚାରେ ରହିବାକୁ ଜୟ ନାରାୟଣ ମିଶ୍ର ଏପରି କହୁଛନ୍ତି । ବିଜେଡିର କିଏ କହିଛନ୍ତି ବୋଲି ପଚାରିଲେ ଜୟ କହି ପାରିଲେ ନାହିଁ । ଅସତ୍ୟକୁ କେମିତି ସତ୍ୟ କରିବେ । ବିଜେଡିରେ ପାଣ୍ଡିଆନଙ୍କର କିଛି ପ୍ରଭାବ ନାହିଁ । କେବଳ ନବୀନ ପଟ୍ଟନାୟକଙ୍କ ପ୍ରଭାବରେ ବିଜେଡି ଚାଲିଛି । ନବୀନଙ୍କ ନିର୍ଦ୍ଦେଶରେ ଦଳ ଚାଲିଛି । ଯିଏ ଗୃହର ସଦସ୍ୟ ନାହାନ୍ତି, ତାଙ୍କ କଥା ଗୃହରେ କାହିଁକି ଉଠିବ ? ବିଜେପି ଯଦି ପାଣ୍ଡିଆନଙ୍କୁ ଭୁଲି ପାରୁ ନାହାନ୍ତି, ସେହି ଜପାମାଳି ଜପନ୍ତୁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.