ବ୍ରହ୍ମପୁର:ଆଜି ଠାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାଶ । ସହରର ଗୋଷାଇଁନୂଆଗାଁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବ ଶଙ୍କର ଏକ ବିରାଟ ଶୋଭାଯାତ୍ରା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ବ୍ରହ୍ମପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ । ଆଜି ଏକ ବିରାଟ ଶୋଭାଯାତ୍ରାରେ ଗୋଷାଇଁନୂଆଗାଁ ମା' କାଳୁଆ ମନ୍ଦିରରୁ ବାହାରି ଗୋଷାଣୀନୂଆଁଗାଁ, ବିଜିପୁର, ଖଲ୍ଲିକୋଟ କଲେଜ ଛକ, ସୁବାରାଓ ଛକ, ଟାଟାବେଞ୍ଚ ଛକ, କମାପଲ୍ଲୀ ଛକ ଏବଂ ଖୋଡାସିଙ୍ଗି ହୋଇ ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ନିଜର ସମର୍ଥକଙ୍କ ଗହଣରେ ପହଞ୍ଚିବା ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଶିବ ଶଙ୍କର । ପ୍ରାର୍ଥୀପତ୍ର ଦାଖଲ ସମୟରେ ଶିବ ଶଙ୍କର ବ୍ରହ୍ମପୁର ମହାନଗର ନିଗମର ମେୟର ରହିଥିବା ସମୟରେ ଯାହା ସହରର ବିକାଶ ହୋଇଥିଲା ଏହା ପରେ ସହରର ଆଉ ଆଖିଦୃଷ୍ଟିଆ ବିକାଶ ହୋଇନାହିଁ । ସହରବାସୀ ପୁଣିଥରେ ସେ ବିଜୟୀ ହୋଇ ଆସନ୍ତୁ ବୋଲି ଚାହୁଁଥିବା ଯୋଗୁଁ ସେ ଚଳିତଥର ସ୍ୱାଧୀନ ପ୍ରାର୍ଥୀ ହୋଇଥିବା କହିଛନ୍ତି ।