ଓଡିଶା

odisha

ନିର୍ବାଚନ ପୂର୍ବରୁ କମୁଛି କଂଗ୍ରେସ ବଳ, ଇସ୍ତଫା ଦେଇ ବିଜେପିରେ ମିଶିଲେ ବିଧାୟିକା

By ETV Bharat Odisha Team

Published : Feb 25, 2024, 9:58 AM IST

Congress MLA S Vijayadharani resign: ତାମିଲନାଡୁ କଂଗ୍ରେସ ବିଧାୟିକା ଏସ ବିଜୟାଧରଣୀଙ୍କ ଇସ୍ତଫା । ପ୍ରଥମେ ଦଳ ଛାଡିବା ପରେ ଏବେ ବିଧାୟିକା ପଦରୁ ନିଜର ଇସ୍ତଫା ଘୋଷଣା କଲେ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟିକା ଏସ ବିଜୟାଧରଣୀଙ୍କ ଇସ୍ତଫା
କଂଗ୍ରେସ ବିଧାୟିକା ଏସ ବିଜୟାଧରଣୀଙ୍କ ଇସ୍ତଫା

ଚେନ୍ନାଇ:ତାମିଲନାଡୁରେ କଂଗ୍ରେସକୁ ବଡ଼ ଝଟକା । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କଂଗ୍ରେସ ଛାଡିଲେ ଦଳର ବରିଷ୍ଠ ନେତ୍ରୀ ତଥା ବିଧାୟିକା ଏସ. ବିଜୟାଧାରଣୀ । କନ୍ୟାକୁମାରୀ ଜିଲ୍ଲା ଭିଲାଭାନକୋଡରୁ ବିଧାୟିକା ଥିବା ବିଜୟାଧରଣୀ କଂଗ୍ରେସରୁ ଇସ୍ତଫା ଦେଇ ଗତକାଲି(ଶନିବାର) ବିଜେପିରେ ସାମିଲ ହୋଇଥିଲେ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଥିଲେ । ଏହାର କିଛି ସମୟ ପରେ ବିଜୟାଧରଣୀ ଆଜି ବିଧାୟିକା ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

ଏନେଇ ବିଜୟାଧରଣୀ ଏକ୍ସରେ ଏକ ଚିଠି ପୋଷ୍ଟ କରି କହିଛନ୍ତି, ''ମୁଁ ବିଧାୟିକା ପଦରୁ ଇସ୍ତଫା ଦେଉଛି ।'' ତାମିଲନାଡୁ ବିଧାନସଭା ବାଚସ୍ପତି ଅପ୍ପାଭୁଙ୍କୁ ନିକଟକୁ ସେ ଏହି ଚିଠି ପଠାଇଛନ୍ତି । ଦଳରୁ ବିଧାୟିକାଙ୍କ ଇସ୍ତଫା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଲେଖିଥିଲା । ଏହାପୂର୍ବରୁ ବିଜୟାଧରଣୀ ବିଧାୟିକା ପଦରୁ ନିଜର ଇସ୍ତଫା ଘୋଷଣା କରିଛନ୍ତି ।

ବିଜେପିରେ ଯୋଗଦେଇ ବିଜୟାଧରଣୀ କହିଛନ୍ତି ଯେ, ମୁଁ ମୋର କ୍ୟାରିୟର ଆରମ୍ଭରୁ କଂଗ୍ରେସ ସହ ଥିଲି । ପ୍ରଥମ ଥର ପାଇଁ ମୁଁ ଦଳ ବଦଳ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଦେଶ ପାଇଁ ମୋଦିଙ୍କ ନେତୃତ୍ବ ଗୁରୁତ୍ବପୂର୍ଣ୍ଣ । ବିଜେପିକୁ ଆହୁରି ସୁଦୃଢ ହେବା ଦରକାର । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ପ୍ରଶଂସା କରି ଆହୁରି କହିଛନ୍ତି, ସେଥିମଧ୍ୟରୁ ଅନେକ ଯୋଜନା ତାମିଲନାଡୁରେ କାର୍ଯ୍ୟକାରୀ ହୋଇପାରୁନି ଯେଉଁଠି କଂଗ୍ରେସ ସହଯୋଗୀ ଦଳ ଡିଏମକେ କ୍ଷମତାରେ ଅଛି ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କାଲି ଛାଡ଼ିଥିଲେ କଂଗ୍ରେସ

ଏହା ମଧ୍ୟ ପଢନ୍ତୁ: ୟୁପି ଓ ଦିଲ୍ଲୀ ପରେ ଖୁବଶିଘ୍ର 4 ରାଜ୍ୟରେ ମେଣ୍ଟରେ ଆସନ ଘୋଷଣା କରିବ କଂଗ୍ରେସ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି । ହାତ ଛାଡି ଚାଲିଯାଉଛନ୍ତି ଦଳର ବରିଷ୍ଠ ନେତା । କିଛି ଦିନ ତଳେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ସେହିପରି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ମଧ୍ୟ କଂଗ୍ରେସରୁ ବିଜେପିକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details