ହାଇଦ୍ରାବାଦ : ଚାମ୍ପିଅନ୍ସ ଟ୍ରଫି 2025 ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଆସିଛି ବଡ଼ ଖବର । ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ପାକିସ୍ତାନରେ ଚାଲିଥିବା ପ୍ରସ୍ତୁତିକୁ ନେଇ ଆଇସିସି ପ୍ରତିନିଧି ସନ୍ତୋଷ ବ୍ୟକ୍ତ କରିଛନ୍ତି । ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ (2025) ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଛି ।
چئیرمین پی سی بی محسن نقوی/ آئی سی سی وفد ملاقات
— PCB Media (@TheRealPCBMedia) September 20, 2024
اسلام آباد۔۔ چئیرمین پاکستان کرکٹ بورڈ محسن نقوی سے آئی سی سی کے وفد کی ملاقات
آئی سی سی چیمپئنز ٹرافی ٹورنامنٹ 2025 کی تیاریوں کے حوالے سے تفصیلی تبادلہ خیال
ملاقات میں آئی سی سی چیمپئنز ٹرافی ٹورنامنٹ کے سکیورٹی انتظامات پر… pic.twitter.com/dCQdVOLDbf
ପ୍ରସ୍ତୁତିକୁ ନେଇ ଆଇସିସି ସନ୍ତୁଷ୍ଟ :-
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ପାକିସ୍ତାନ ଗସ୍ତ କରି ଚାମ୍ପିଅନ୍ସ ଟ୍ରଫି 2025ର ପ୍ରସ୍ତୁତିକୁ ତଦାରଖ କରିଥିଲେ । ସେଠାରେ ଏହି ପ୍ରତିନିଧି ଦଳ ସ୍ବତନ୍ତ୍ର ଭାବେ ସେହି ସ୍ଥାନ ପରିଦର୍ଶନ କରିଥିଲେ, ଯେଉଁଠାରେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଲାହୋରର ପ୍ରସିଦ୍ଧ ଗଦ୍ଦାଫି ଷ୍ଟାଡିୟମ୍, ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ ଏବଂ କରାଚିର ନ୍ୟାସନାଲ ଷ୍ଟାଡିୟମ୍ ଅନ୍ତର୍ଭୁକ୍ତ । ଏହି ପ୍ରତିନିଧି ଦଳ ମୁଖ୍ୟତଃ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
Champions Trophy 2025 will be held in 🇵🇰 Pakistan.
— Inzimam⁵⁶Sajad (@I_Engr560) September 23, 2024
ICC Delegation satisfied with all the arrangements.#PakistanCricket pic.twitter.com/Fl8KPOEiWa
ପାକିସ୍ତାନରେ ହିଁ ହେବ ଚାମ୍ପିୟନ୍ସ ଟ୍ରଫି 2025 :-
ଷ୍ଟାଡିୟମରେ ପ୍ରସ୍ତୁତିରେ ସନ୍ତୋଷ ପ୍ରକାଶ କରିବା ସହିତ ଆଇସିସି ପ୍ରତିନିଧି ଲାହୋର ଏବଂ କରାଚି ତଥା ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସନ୍ତୋଷଜନକ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଅବସରରେ ଆଇସିସି ପ୍ରତିନିଧି ଦଳ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ମଧ୍ୟ ଭେଟିଥିଲେ, ଏଠାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳ ଗୁଡ଼ିକୁ ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥା ଦିଆଯିବା ନେଇ ପିସିବି ଆଇସିସି ପ୍ରତିନିଧି ଦଳକୁ ନିଶ୍ଚିତ କରିଥିଲେ । ଦଳଗୁଡିକ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସେ ନିଶ୍ଚିତ କରିଛନ୍ତି ।
ସୂଚନାଯୋଗ୍ୟ, ଆଇସିସି ପ୍ରତିନିଧିଙ୍କ ସକରାତ୍ମକ ପ୍ରତିକ୍ରିୟା ପାକିସ୍ତାନକୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଆଶାକୁ ବଢ଼ାଇଛି । କାରଣ ପୂର୍ବରୁ ଖବର ଆସିଥିଲା ଯେ, ପାକିସ୍ତାନରେ ରାଜନୈତିକ ସ୍ଥିରତା ଅଭାବରୁ ଆଇସିସି ଇଭେଣ୍ଟ ଆୟୋଜନ ଅଧିକାରକୁ ପିସିବିଠାରୁ ଛଡ଼ାଇ ନିଆଯାଇପାରେ ।
🚨 BREAKING NEWS:-
— Asad Nasir (@asadnasir2000) September 22, 2024
Champions Trophy 2025 will be held in 🇵🇰 Pakistan.
ICC Delegation satisfied with all the arrangements. pic.twitter.com/7NmtM44w8u
ଷ୍ଟାଡିୟମ ନବୀକରଣ କାର୍ଯ୍ୟ ଜୋରଦାର :-
ଜୁଲାଇରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ, କରାଚିର ନ୍ୟାସନାଲ ଷ୍ଟାଡିୟମ ଏବଂ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମର ନବୀକରଣ ପାଇଁ 12.80 ବିଲିୟନ ଟଙ୍କା ପାଣ୍ଠି ଅନୁମୋଦନ କରିଥିଲା ଆଇସିସି । ଷ୍ଟାଡିୟମର ନବୀକରଣରେ ଦର୍ଶକ ଧାରଣ କ୍ଷମତା (ସିଟ୍ ସଂଖ୍ୟା) ବୃଦ୍ଧି, ପିଚ୍ ଏବଂ ଆଉଟଫିଲ୍ଡର ଉନ୍ନତି ଏବଂ ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ଅନ୍ତର୍ଭୁକ୍ତ ଅଛି ।
ଷ୍ଟାଡିୟମର ନବୀକରଣ ବ୍ୟତୀତ PCB ଗଦ୍ଦାଫି ଷ୍ଟାଡିୟମ ନିକଟରେ ଏକ ନୂତନ ହୋଟେଲ ନିର୍ମାଣ ଯୋଜନାରେ ମଧ୍ୟ ଅଗ୍ରଗତି କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଟୁର୍ଣ୍ଣାମେଣ୍ଟ ସମୟରେ ଉଭୟ ଅନ୍ତର୍ଜାତୀୟ ତଥା ଘରୋଇ ଦଳ ପାଇଁ ରହଣୀ ବ୍ୟବସ୍ଥା ଏବଂ ଆତିଥ୍ୟର ଏକ ଉଚ୍ଚ ମାନ ନିଶ୍ଚିତ କରିବା ।
Champions Trophy 2025 progress.#CT2025 pic.twitter.com/SKoPWstASj
— 〆Ꭺᴅɪᴛʏᴀ 🚩 (@Crickrashtra02) September 22, 2024
ଚାମ୍ପିୟନ୍ସ ଟ୍ରଫି 2025ରେ ଭାରତ ବନମ ପାକିସ୍ତାନ ! :-
ସୂଚନାଯୋଗ୍ୟ, ଏହି ଆଇସିସି ମେଗା ଇଭେଣ୍ଟରେ ମୋଟ 8ଟି ଦଳ (ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ, ଆଫଗାନିସ୍ତାନ, ପାକିସ୍ତାନ, ଇଂଲଣ୍ଡ ଓ ବାଂଲାଦେଶ) ଅଂଶଗ୍ରହଣ କରିବେ । କିନ୍ତୁ ରାଜନୈତିକ ତିକ୍ତତା କାରଣରୁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଦୀର୍ଘ ବର୍ଷରୁ ସ୍ଥଗିତ ରଖାଯାଇଛି । ତଥାପି ଦ୍ବନ୍ଦ୍ବ ଜାରି ରହିଛି । ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ସୂଚୀ ଅନୁଯାୟୀ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଅନୁଷ୍ଠିତ ହେବ ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ହେତୁ ଦୁଇ ଦଳ 2012 ପରଠାରୁ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳି ନାହାଁନ୍ତି । ଏହି ଦୁଇ ଦଳ ମଧ୍ୟରେ କେବଳ ଆଇସିସି ଇଭେଣ୍ଟରେ ହିଁ ମ୍ୟାଚ୍ ଖେଳାଯାଉଛି । କିନ୍ତୁ ବର୍ତ୍ତମାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଉଭୟ ଦଳ ମୁହାଁମୁହିଁ ହେବେ କି ନାହିଁ, ତାହା ଉପରେ ପ୍ରଶ୍ନ ଚିହ୍ନ ଉଠିଯାଇଛି ।
ଟିମ ଇଣ୍ଡିଆ ଯାଇପାରେ ପାକିସ୍ତାନ :-
ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଇସିସି ପ୍ରତିନିଧିଙ୍କ ସକରାତ୍ମକ ପ୍ରତିକ୍ରିୟା କେବଳ ପାକିସ୍ତାନର ଆୟୋଜନ ଆଶା ବଢ଼ାଇ ନାହିଁ ବରଂ ଟିମ୍ ଇଣ୍ଡିଆର ପାକିସ୍ତାନ ଏବଂ ଭାରତ ବନାମ ପାକିସ୍ତାନ ମହାଲଢ଼େଇ ମ୍ୟାଚ୍ ଆଶା ମଧ୍ୟ ବଢ଼ିଯାଇଛି । କାରଣ ପାକିସ୍ତାନରେ ସବୁଠାରୁ ବଡ ସମସ୍ୟା ଖେଳାଳିଙ୍କ ସୁରକ୍ଷା ଥିଲା, ଯେଉଁଥିରେ ଆଇସିସି ପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ :-
- ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଦ୍ବାରା ଆକାଶ ଛୁଇଁବ ପାକିସ୍ତାନର ଅର୍ଥନୀତି; ଭାରତୀୟ ଦଳ ନଗଲେ ପାକ୍ ସହିବ ବିପୁଳ କ୍ଷତି - Champions Trophy 2025
- ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ ? ଗୃହମନ୍ତ୍ରୀ ଅମିତ ଶାହ ରଖିଲେ ଏମିତି ସର୍ତ୍ତ - Champions Trophy 2025
- ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଗଲେ ରୋହିତ-କୋହଲିଙ୍କୁ ଅଛି ବିପଦ ! ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ବୟାନ - Champions Trophy 2025
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ