ETV Bharat / state

ଦେଢ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ଅଭିଯୋଗ ଶୁଣାଣିକୁ ନେଇ ଏମିତି ଇଚ୍ଛା ପ୍ରକାଶ କଲେ ମୋହନ - CM Grievance Cell

author img

By ETV Bharat Odisha Team

Published : 2 hours ago

CM Grievance Cell Reopen: ଦେଢ ମାସ ପରେ ବସିଲା ଜନତା ଦରବାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇଚ୍ଛା ଆଗକୁ ପ୍ରତି ଜିଲ୍ଲାରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଆଜି ନୂଆ ଠିକଣାରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ ପୂରା ଖବର

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଦୀର୍ଘ ଦେଢମାସ ପରେ ଖୋଲିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର । ଛଅ ସପ୍ତାହ ପରେ ନୂଆ ଠିକଣାରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ । ବିଧାନସଭା ଚାଲିଥିବାରୁ ବନ୍ଦ ରହିଥିଲା ଅଭିଯୋଗ ଶୁଣାଣି । ସେପଟେ ଆଗକୁ ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଜିଲ୍ଲା ଗସ୍ତ ବେଳେ ଲୋକଙ୍କ ଦୁଃଖ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୋମବାର ଶୁଣିବେ ଲୋକଙ୍କ ଦୁଃଖ:

ଜନତା ଦରବାର (ETV Bharat Odisha)

ଆଜି ଠାରୁ ପ୍ରତ୍ୟେକ ସୋମବାର ହେବ ଶୁଣାଣି । ବିଧାନସଭା ଚାଲୁ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏବେ ବଜେଟ ଅଧିବେଶନ ଶେଷ ହୋଇଥିବା ବେଳେ ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର । ହେଲେ ପୂର୍ବରୁ ଯେଉଁଠି ଅଭିଯୋଗ ପ୍ରକୋଷ୍ଠ ଥିଲା ତାହାର ସ୍ଥାନ ପରିବର୍ତ୍ତନ ହୋଇଛି । ନୂଆ ଜାଗାରେ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି ।

ଅଭିଯୋଗକାରୀଙ୍କ ଲମ୍ବା ଲାଇନ:

ଜନତା ଦରବାର
ଜନତା ଦରବାର (ETV Bharat Odisha)

ଦୀର୍ଘ ଦେଢ ମାସ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବାରୁ ଅଭିଯୋଗକାରୀଙ୍କ ଲମ୍ବା ଲାଇନ ରହିଛି । ହେଲେ ଅନଲାଇନରେ ପଞ୍ଜିକରଣ କରିଥିବା ପ୍ରାୟ 1 ହଜାର ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଧାରଣ ହୋଇଥିଲା । ପ୍ରାୟ 1 ହଜାର ଅଭିଯୋଗର ଶୁଣାଣି ହୋଇଛି ।

ଆଗକୁ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି:

ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଶୁଣାଇବାକୁ ଆସୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଆଗକୁ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ଜିଲ୍ଲା ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ଜନତା ଦରବାର
ଜନତା ଦରବାର (ETV Bharat Odisha)

ପଶ୍ଚିମ-ଉତ୍ତର-ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ଶୁଣିବେ ଦୁଃଖ:

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟାରେ କହିଛନ୍ତି, ‘ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି । ଏହା ଦ୍ବାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ ।’

ଜନତା ଦରବାର
ଜନତା ଦରବାର (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, 1 ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ବୟୋଜେଷ୍ଠ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି । ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନ ହୋଇନଥିଲା ସରଳୀକରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ରଖାଯାଇଛି । ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଏବଂ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି । ଜନ ସାଧାରଣ ଅଭିଯୋଗ ପତ୍ର ଦାଖଲ କରିବେ ।’

ଜନତା ଦରବାର (ETV Bharat Odisha)

ଅଭିଯୋଗ ନେଇ ଆସିଥିଲେ ଦୁଃଖ ଶୁଣାଇଲେ:

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦୁଃଖ ଶୁଣାଇଛନ୍ତି ଅଭିଯୋଗକାରୀ । କାହାର ଭତ୍ତା ଟଙ୍କା ଅଟକି ଯାଇଥିଲା ତ କାହାର ପ୍ରତିଶ୍ରୁତି ପାଳନ ହୋଇଥିଲା । ଏସବୁ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ । ଏନେଇ ଜଣେ ମହିଳା ଅଭିଯୋଗକାରୀ କହିଛନ୍ତି, ଭତ୍ତା ଟଙ୍କା ପାଇଁ ସେ ନାନା ହଇରାଣ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆସି ଅଭିଯୋଗ ଜଣାଇଛନ୍ତି ।

ଜନତା ଦରବାର
ଜନତା ଦରବାର (ETV Bharat Odisha)

ଜନଶୁଣାଣି ସମ୍ପର୍କିତ ଅନ୍ୟ କିଛି ଖବର ପଢନ୍ତୁ:

ଜନତା ଦରବାରରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ, ଆଗକୁ RDC ସ୍ତରରେ ହେବ ଅଭିଯୋଗ ଶୁଣାଣି

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା

ଏଣିକି ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି; ପ୍ରତି ସୋମବାର ଖୋଲିବ ପ୍ରକୋଷ୍ଠ

24 ବର୍ଷରେ ମାତ୍ର 76 ଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ନବୀନ; 'ଏବେ ଭୋଗୁଛନ୍ତି ପରିଣାମ'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.