ETV Bharat / sports

ଭାରତର 'ଅନ୍‌ଲକି' ଓପନର; ହାସଲ କରିନାହାନ୍ତି ଗୋଟିଏ ବି ଶତକ - Unlucky Indian Openers - UNLUCKY INDIAN OPENERS

Indian openers who could not scored century : ଆଜି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ୍ ଦଳର ସେହି ଓପନିଂ ବ୍ୟାଟରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଟିମ୍ ଇଣ୍ଡିଆ ପାଇଁ ଅନେକ ଥର ଇନିଂସ ଆରମ୍ଭ କରିଥିଲେ ମଧ୍ୟ ଗୋଟିଏ ବି ଶତକ ହାସଲ କରିପାରିନଥିଲେ ।

UNLUCKY INDIAN OPENERS
UNLUCKY INDIAN OPENERS (IANS Photo)
author img

By ETV Bharat Sports Team

Published : Sep 23, 2024, 7:30 PM IST

ହାଇଦ୍ରାବାଦ : ବିଶ୍ବ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଦଳ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳକୁ ଗଣାଯାଏ । କ୍ରିକେଟ୍‌ ପଡ଼ିଆରେ ଟିମ୍ ଇଣ୍ଡିଆ ସର୍ବଦା ନିଜର ପ୍ରଭାବ ବିସ୍ତାର କରିଆସିଛି । ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏସିଆ କପ୍ ଟାଇଟଲ୍ ସର୍ବାଧିକ ଥର ଜିତିଛି । ଏହା ସହିତ ଭାରତୀୟ ଦଳ 4ଟି ଆଇସିସି ବିଶ୍ବକପ୍‌ ଜିତିଛି, ଯେଉଁଥିରେ ଦୁଇଟି ଦିନିକିଆ ଏବଂ ଦୁଇଟି ଟି20 ବିଶ୍ବକପ ଅନ୍ତର୍ଭୁକ୍ତ । ଏହିସବୁ ଉପଲବ୍ଧିରେ ଭାରତୀୟ ଧୂଆଁଧାର ବ୍ୟାଟରଙ୍କ ଅବଦାନ ବେଶ ରହିଛି । ଭାରତୀୟ କ୍ରିକେଟ୍ ଦଳ ନିଜ ବୋଲିଂ ତୁଳନାରେ ବ୍ୟାଟିଂ ପାଇଁ ସର୍ବଦା ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଏବଂ ରୋହିତ ଶର୍ମାଙ୍କ ଭଳି ଭାରତର ଓପନିଂ ବ୍ୟାଟରମାନେ ଭାରତର ଇନିଂସ ଆରମ୍ଭରୁ ଦଳକୁ ସର୍ବଦା ଆଗରେ ରଖିଥା'ନ୍ତି । ଏହିପରି ଓପନରଙ୍କ ଆକ୍ରାମକ ଆରମ୍ଭ ଯୋଗୁଁ ଭାରତ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରତିପକ୍ଷକୁ ପଛକୁ ଠେଲି ଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏପରି କିଛି ଓପନରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଭାରତ ପାଇଁ ପାଳି ଆରମ୍ଭ ତ କରିଛନ୍ତି, ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ହେଲେ ଶତକ ସ୍କୋର କରିପାରିନାହାନ୍ତି ।

ଭାରତୀୟ ଓପନିଂ ବ୍ୟାଟର, ଯିଏ ହାସଲ କରିନାହାନ୍ତି ଗୋଟିଏ ବି ଶତକ :-

ଆକାଶ ଚୋପ୍ରା
ଆକାଶ ଚୋପ୍ରା (IANS Photo)

ଆକାଶ ଚୋପ୍ରା : ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ କ୍ରିକେଟର ହେଉଛନ୍ତି ସେହି ଓପନିଂ ବ୍ୟାଟରଙ୍କ ମଧ୍ୟରୁ ଜଣେ, ଯିଏ ଭାରତ ପାଇଁ ଇନିଂସ ଆରମ୍ଭ ତ କରିଛନ୍ତି, ହେଲେ ଗୋଟିଏ ବି ଶତକ ହାସଲ କରିପାରିନାହାନ୍ତି । ସେ କେବଳ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି । ଆକାଶ ଚୋପ୍ରା 10ଟି ଟେଷ୍ଟ ମ୍ୟାଚର 19 ଇନିଂସରେ 4ଟି ଅର୍ଦ୍ଧଶତକ ସହାୟତାରେ ଆକାଶ 437 ରନ୍‌ ସଂଗ୍ରହ କରିଛନ୍ତି ।

ପାର୍ଥିବ ପଟେଲ
ପାର୍ଥିବ ପଟେଲ (IANS Photo)

ପାର୍ଥିବ ପଟେଲ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ମଧ୍ୟ ସେହି ଓପନରମାନଙ୍କ ମଧ୍ୟରୁ ଜଣେ, ଯିଏ ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ଗୋଟିଏ ବି ଶତକ ହାସଲ କରିପାରି ନଥିଲେ । ପାର୍ଥିବ ଭାରତ ପାଇଁ ସମସ୍ତ 3 ଫର୍ମାଟ ଟେଷ୍ଟ, ODI ଏବଂ T20ରେ ଖେଳିଥିଲେ, କିନ୍ତୁ ଗୋଟିଏ ବି ଅନ୍ତର୍ଜାତୀୟ ଶତକ ହାସଲ କରିପାରିନଥିଲେ । ପାର୍ଥିବ ପଟେଲ ଭାରତ ପାଇଁ 25ଟି ଟେଷ୍ଟରେ 6ଟି ଅର୍ଦ୍ଧଶତକ ସହ 934 ରନ୍, 38ଟି ଦିନିକିଆରେ 4ଟି ଅର୍ଦ୍ଧଶତକ ସହ 736 ରନ୍ ଏବଂ 2 ଟି20 ମ୍ୟାଚରେ ଭାରତ ପାଇଁ ମୋଟ 36 ରନ୍ ହିଁ ସଂଗ୍ରହ କରିଛନ୍ତି ।

ଅଭିନବ ମୁକୁନ୍ଦ
ଅଭିନବ ମୁକୁନ୍ଦ (IANS Photo)

ଅଭିନବ ମୁକୁନ୍ଦ : ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟର ଅଭିନବ ମୁକୁନ୍ଦଙ୍କ ନାମରେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ନାହିଁ । ମୁକୁନ୍ଦ ଭାରତ ପାଇଁ ମାତ୍ର 7ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ 2 ଅର୍ଦ୍ଧଶତକ ସହାୟତାରେ 14 ଇନିଂସରେ ମୋଟ 320 ରନ୍ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.