ETV Bharat / state

ପରବରେ ଜମିଲା ବ୍ୟବସାୟ, କୋଟି କୋଟି ଟଙ୍କାର ବେପାର - PARAB 2024 PALLISHREE MELA

କୋରାପୁଟ ପରବ-୨୦୨୪ ପଲ୍ଲୀଶ୍ରୀ ମେଳା । ଜମିଲା ବ୍ୟବସାୟ । ମେଳାରେ ରେକର୍ଡ କଲା କୋଟି କୋଟି ଟଙ୍କାର ବେପାର ।

Koraput Parab 2024 Pallishree Mela
Koraput Parab 2024 Pallishree Mela (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 11:04 PM IST

କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ 'ପରବ-୨୦୨୪' । ଏହି ଆଦିବାସୀ ଲୋକ ମହୋତ୍ସବ ଅବସରରେ କୋରାପୁଟର ରଙ୍ଗବାଲି କୁମ୍ଭାରେ ନିକଟସ୍ଥ ନୂତନ ପରବ ପଡିଆରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । କୋରାପୁଟ ସମେତ ରାଜ୍ୟ ଓ ରାଜ୍ଯ ବାହାରର ବ୍ୟବସାୟୀମାନେ ନିଜ ନିଜ ଉତ୍ପାଦିତ ସାମଗ୍ରୀ ଆଣି ବିକ୍ରି କରି ବେସ ଲାଭବାନ ହୋଇଛନ୍ତି । ମେଳାର ୪ର୍ଥ ଦିନ ସୁଦ୍ଧା ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି ।

ବ୍ୟବସାୟିକ ମଞ୍ଚ ପଲ୍ଲୀଶ୍ରୀ ମେଳା:

Koraput Parab 2024 Pallishree Mela (ETV Bharat Odisha)

ତେବେ ପଲ୍ଲୀଶ୍ରୀ ମେଳାରେ କୋରାପୁଟ ଅଞ୍ଚଳର ମାଣ୍ଡିଆ, ସୁଆଁ ଓ ଅଦାରୁ ତିଆରି ବିଭିନ୍ନ ଖାଦ୍ୟ ସାଙ୍ଗକୁ କଫି, ମାଣ୍ଡିଆ ଚାହା, କୃଷି ଯନ୍ତ୍ରପାତି, ମାଟିର ଜିନିଷ, କାଗଜ ମଣ୍ଡରୁ ତିଆରି ବିଭିନ୍ନ କଳାକୃତି ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଆଦିବାସୀ ଲୋକ ମହୋତ୍ସବ ପରବ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରି ଆସୁଥିବା ବେଳେ ଏହାସହ କାନ୍ଧରେ କାନ୍ଧ ମିଳାଇ ଆୟୋଜିତ ହେଉଥିବା ପଲ୍ଲୀଶ୍ରୀ ମେଳା କ୍ଷୁଦ୍ର ଏବଂ ମଧ୍ୟମ ସ୍ତରର ବ୍ୟବସାୟୀ, ଉତ୍ପାଦକ, କାରିଗର, ଚିତ୍ରଶିଳ୍ପୀ, ବୁଣାକାର ଓ କୁମ୍ଭାରଙ୍କ ପାଇଁ ଉନ୍ନତମାନର ବ୍ୟବସାୟିକ ମଞ୍ଚ ପ୍ରଦାନ କରିଛି । ସେହିପରି ଗ୍ରାହକମାନଙ୍କୁ ମଧ୍ୟ ମଧ୍ୟ ଗୋଟିଏ ଜାଗାରୁ ଭଳିକି ଭଳି ଜିନିଷ କିଣିବାର ସୁବିଧା ମିଳିଛି ।

ରେକର୍ଡ କଲା ବ୍ୟବସାୟ:

କୋରାପୁଟରେ ୧୯୯୬ ମସିହାରେ ଆରମ୍ଭ ହୋଇଥିବା ପରବ ସହିତ ନିଜକୁ ସାମିଲ କରିଛି ପଲ୍ଲୀଶ୍ରୀ ମେଳା । ନିଜ କଳେବର ଵୃଦ୍ଧି କରି ଚଳିତ ବର୍ଷ କୋରାପୁଟ ଭଳି ଉପାନ୍ତ ଅଞ୍ଚଳର ଏକ ଛୋଟ ସହରରେ ଓରମାସର ସହଯୋଗରେ ୩୫୦ରୁ ଅଧିକ ଷ୍ଟଲ ଖୋଲି ବ୍ୟବସାୟ କରିବା ପାଇଁ ସୁଯୋଗ ପ୍ରଦାନ କରିପାରିଛି । ସ୍ୱୟଂସହାୟକ ଗୋଷ୍ଠି, ଓରମାସ, କୃଷି ବିଭାଗ ଓ ଡିଆଇସି ସହ ଅନୁବନ୍ଧିତ ଗୋଷ୍ଠୀ ପାଇଁ ସ୍ୱଳ୍ପ ଦେୟରେ ବ୍ୟବସାୟ କରିବାର ସୁଯୋଗ ସୃଷ୍ଟି କରାଯାଇଥିଲା । ଓରମାସର ଅତିରିକ୍ତ ନିର୍ଦ୍ଦେଶକ ରୋଶନ କାର୍ତ୍ତିକଙ୍କ କହିବାନୁଯାୟୀ, ପରବର ଚତୁର୍ଥ ଦିନ ସୁଦ୍ଧା ସମୁଦାୟ ୧୦ କୋଟିରୁ ଉର୍ଦ୍ଧ୍ଵ ବ୍ୟବସାୟ ହୋଇଛି । ଯାହାକି ଗତ ଓ ବିଗତ ବର୍ଷମାନଙ୍କ ଠାରୁ ଅଧିକ ।

ଜଙ୍ଗଲଜାତ ଦ୍ରବ୍ୟ ବିକି ଲାଭବାନ ଆଦିବାସୀ:

ସେହିପରି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଜଙ୍ଗଲ ଜାତ ଦ୍ରବ୍ୟ ଧରି ଆସିଥିବା ଆଦିବାସୀ ବ୍ୟବସାୟୀମାନେ ପରବ ଓ ପଲ୍ଲୀଶ୍ରୀ ମେଳାକୁ ଗତ ଅନେକ ବର୍ଷ ହେବ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବରେ ପରିଗଣିତ କରିଛନ୍ତି । ସେମାନଙ୍କ ଭଳି ବଣ ଜଙ୍ଗଲରେ ବସବାସ କରି ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କରୁଥିବା ଶତାଧିକ ଆଦିବାସୀ ପୁରୁଷ ଓ ମହିଳାଙ୍କ ପାଇଁ ଏହି ଉତ୍ସବ ଓ ମେଳା ବର୍ଷ ବର୍ଷ ଧରି ରୋଜଗାରର ସୁଯୋଗ ଯୋଗାଇଆସିଛି । ଏହି ମେଳାରେ ସେମାନଙ୍କ ସଂଗୃହିତ ଦ୍ରବ୍ୟର ଚାହିଦା ଢେର ରହିଥିବା ବେଳେ ଏହି ମଞ୍ଚ, ବ୍ୟବସାୟ ମାଧ୍ୟମରେ ବୃହତ୍ତର ବ୍ୟବସାୟ ପାଇଁ ଦ୍ୱାର ଉନ୍ମୁକ୍ତ କରିଦେଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ଆଦିବାସୀଙ୍କ ମେଳା ସମସ୍ତଙ୍କୁ ବିମୋହିତ କରିଥିବା ବେଳେ କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କ ଦ୍ୱାରା ତିଆରି ହେଉଥିବା ବିଭିନ୍ନ ଜିନିଷ ଗ୍ରାହକଙ୍କ ମହଲରେ ଵେଶ ଆଦୃତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...'ପରବ' ପ୍ରସ୍ତୁତି ଜୋରଦାର, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...'ପରବ-2024' ଉଦଘାଟିତ, କୋରାପୁଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବର୍ଷା

ତେବେ ଏହି ମେଳା କେବଳ କୋରାପୁଟ ଅଞ୍ଚଳର ବ୍ୟବସାୟୀଙ୍କ ପାଇଁ ଲାଭବାନ ହୋଇଥିଲା, ତାହା ନୁହେଁ ବରଂ ସମ୍ବଲପୁରର ବସ୍ତ୍ର ଭଣ୍ଡାର, କଳାହାଣ୍ଡିରୁ ଆସିଥିବା କାଠର ମୂର୍ତ୍ତି ଏବଂ ବ୍ରହ୍ମପୁର ଆଚାର, ବଡି ଓ ପାମ୍ପଡ଼ ଲୋକଙ୍କୁ ଆକୃଷ୍ଟ କରିଛି । ବ୍ୟବସାୟିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା ବେଳେ ଏହି ମେଳା କୃଷି ସଚେତନଟା ସୃଷ୍ଟି କରିବାରେ ସାହାୟକ ହୋଇଥିବା କୃଷି ଅଧିକାରୀ ତାପସ ରାଏ କହିଛନ୍ତି । ପରବ ଓ ପଲ୍ଲୀଶ୍ରୀ ମେଳାର ଆଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଦେଖୁଥିଲେ ଆସନ୍ତା ବର୍ଷ ଆହୁରି ଅଧିକ ଅଞ୍ଚଳରୁ ବ୍ୟବସାୟୀ କୋରାପୁଟକୁ ଆସିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.