ETV Bharat / state

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ସାଟେଲାଇଟ ଟେଲିମେଟ୍ରି ଜରିଆରେ ନଜର - OLIVE RIDLEY TURTLES

ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ । ଏଥିରେ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

OLIVE RIDLEY TURTLES
OLIVE RIDLEY TURTLES (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 10:07 PM IST

ଭୁବନେଶ୍ବର: ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ବ୍ୟାପକ ସଚେତନତା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାଟେଲାଇଟ ଟେଲିମେଟ୍ରି ଜରିଆରେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡିଛି ।

‘ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ’

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛଙ୍କର ଗତିବିଧି ଉପରେ ନଜର ରଖାଯିବ । ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷ ଗୁ଼ଡ଼ିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି ।’

ବୈଠକ ଅନୁଷ୍ଠିତ
ବୈଠକ ଅନୁଷ୍ଠିତ (ETV Bharat Odisha)

ସାଟେଲାଇଟ ଟେଲିମେଟ୍ରି ଜରିଆରେ କଇଁଛଙ୍କ ଗତିବିଧି ଉପରେ ନଜର:

ନୂଆ ପଦକ୍ଷେପ ସ୍ୱରୂପ ଅଣ୍ଡାଦାନ ଋତୁରେ ପାଣି ଭିତରେ ଭିଡ଼ିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଉଛି । ସାଟେଲାଇଟ ଟେଲିମେଟ୍ରି ଅଧ୍ୟୟନ ଜରିଆରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତିବିଧି ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଇଛି । ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ତରଫରୁ ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ୩ ବର୍ଷିଆ ଅଧ୍ୟୟନ ପାଇଁ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏହା ଦ୍ୱାରା ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କର ସ୍ଥାନ ପରିବର୍ତ୍ତନ ଜନିତ ବ୍ୟବହାର, ସମୁଦ୍ର କୂଳରେ ଗତିବିଧି, ସମ୍ଭାବ୍ୟ ଅଣ୍ଡାଦାନ ସ୍ଥାନ, ଅନ୍ୟତ୍ର ଗତିବିଧି ସଂପର୍କିତ ପ୍ରବାସୀ ଆଚରଣ ସଂପର୍କରେ ନଜର ରହିବ । ଯାହା ଦ୍ୱାରା ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଓ ସଂରକ୍ଷଣ ଦିଗରେ ପରିଚାଳନା ଅଧିକ ସହଜ ହୋଇପାରିବ ।

ଅଣ୍ଡାର ସୁରକ୍ଷା ପାଇଁ ଘେରି କରାଯାଇଛି:

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ଏହି ବିରଳ ସାମୁଦ୍ରିକ ପ୍ରାଣୀ ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଣ୍ଡା ଦେବାକୁ ଆସିଥାଆନ୍ତି । ୨୦୨୨-୨୩ ବର୍ଷରେ ଗହୀରମଥା ଉପକୂଳ ଓ ଋଷିକୂଲ୍ୟାରେ ସର୍ବାଧିକ ୧୧.୪୯ ଲକ୍ଷ ଅଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ହୋଇଥିଲା । ଗଣ ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ କଡା ନଜର ରଖାଯାଇଥିଲା । ଗତ ୨୦୨୩-୨୪ ବର୍ଷରେ ସମୂହ ଅଣ୍ଡାଦାନ ହୋଇନଥିବା ବେଳେ ବିଭିନ୍ନ ଉପକୂଳରେ ମାତ୍ର ୩ ଲକ୍ଷ ଅଣ୍ଡାଦାନ ହୋଇଥିଲା । ଏହି ସଂଖ୍ୟାରେ ବିଭିନ୍ନତାର କାରଣ ସଂପର୍କରେ ଆଲୋଚନା ହୋଇଛି । ତେବେ ଏହାର ସଠିକ କାରଣ ଏବେବି ରହସ୍ୟାବୃତ୍ତ ।’’

ବୈଠକ ଅନୁଷ୍ଠିତ
ବୈଠକ ଅନୁଷ୍ଠିତ (ETV Bharat Odisha)

ସୁରକ୍ଷା-ସଂରକ୍ଷଣ ପାଇଁ ଋତୁକାଳୀନ କାର୍ଯ୍ୟ ଆରମ୍ଭ:

ତେବେ ୨୦୨୪-୨୫ ବର୍ଷ ନିମନ୍ତେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗତ ନଭେମ୍ବର ପହିଲାରୁ ଋତୁକାଳୀନ କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ଏଥିପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି । ଗତ ନଭେମ୍ବର ୮ ତାରିଖରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂସ୍ଥାମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏ ସଂପର୍କରେ ସଚେତନ କରାଯାଇଛି । ନଭେମ୍ବର ୨୦୨୪ରୁ ଆଗାମୀ ମେ ୨୦୨୫ ପର୍ଯ୍ୟନ୍ତ ସମ୍ପୃକ୍ତ ଉପକୂଳ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ ପାଇଁ ସହଯୋଗ ନିମନ୍ତେ ଗୃହ ବିଭାଗକୁ ଅନୁରୋଧ କରାଯାଇଛି । ଏଥିପାଇଁ ସମୁଦ୍ରକୂଳ ପୋଲିସ ଥାନାକୁ ମଧ୍ୟ ସହଯୋଗ ପାଇଁ ନିର୍ଦ୍ଦେଶ ପାଇଁ ପରାମର୍ଶ ଦିଆଯାଇଛି ।

ହାଇସ୍ପିଡ ବୋଟ ମୁତୟନ:

ପୂର୍ବ ଭଳି ରାଜନଗର ବନ୍ୟପ୍ରାଣୀ, ଭଦ୍ରକ ବନ୍ୟପ୍ରାଣୀ ଓ ବ୍ରହ୍ମପୁର ଡିଭିଜନରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ହାଇସ୍ପିଡ ବୋଟ ମୁତୟନ କରାଯାଇଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ ଭିଏଚଏଫ, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ ପୋଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବା ନେଇ ସମନ୍ୱୟ ବୈଠକ କରାଯାଉଛି । ମିଳିତ ସମୁଦ୍ର ପାଟ୍ରୋଲିଂ ଏବଂ ଆଲୋକ ନିୟନ୍ତ୍ରଣ ଆୟୋଜନ ପାଇଁ ସମସ୍ତ ଉପକୂଳ ଡିଏଫଓମାନଙ୍କ ଦ୍ୱାରା ଆଇଟିଆର, ଡିଆରଡିଓ କର୍ତ୍ତୃପକ୍ଷ ,ଚାନ୍ଦିପୁର, ବିଭିନ୍ନ ଉପକୂଳରେ ଥିବା ଅନୁଷ୍ଠାନ, ମତ୍ସ୍ୟ ବିଭାଗ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ ଏବଂ ଉପକୂଳ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ ନିୟମିତ ଭାବରେ ସମନ୍ୱୟ ବୈଠକ ହେବ ।

ଏହା ମଧ୍ୟ ପଢନ୍ତୁ:

ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା

ବାଲୁକାକଳାରେ 'ସେଭ୍ ଅଲିଭ ରିଡଲେ' ବାର୍ତ୍ତା

ଅଲିଭ ରିଡ଼ଲେ କଇଁଛଙ୍କ ସ୍ୱାଗତରେ ବନବିଭାଗ, ବେସାହାରା ମତ୍ସ୍ୟଜୀବୀ !

ପ୍ରତିବର୍ଷ ନଭେମ୍ବର ପହିଲାରୁ ପରବର୍ତ୍ତୀ ବର୍ଷ ମେ' ୩୧ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ୨୦ କିଲୋମିଟର ମଧ୍ୟରେ ମୋଟର ଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା ବ୍ୟବସ୍ଥାରେ ମାଛ ଧରିବା ନିଷେଧ କରାଯାଇଛି । ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି । ଏ ସଂପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଡିଏଫଓମାନେ ନିୟମିତ ଭାବେ ସଚେତନତା ବୈଠକ କରିବେ । ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଇତ୍ୟାଦି ସମୁଦ୍ର ଯାତାୟାତ ପାଟ୍ରୋଲିଂର ଘାଟି ହେବ । ଜବତ ମାଛଧରା ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜନଗର ହେନ୍ତାଳ ବନ ଜଙ୍ଗଲ ଡିଭିଜନର ବରୁଣେଇ, ଗୁପ୍ତି, ଶାସନପେଟା ଓ କୃଷ୍ଣପ୍ରିୟାପୁରରେ ବର୍ଥିଂ ସ୍ଥାନ ରହିଛି । ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ସଂପୃକ୍ତ ଡିଏଫଓମାନଙ୍କୁ ପୂର୍ବ ବର୍ଷ ଭଳି ଆବଶ୍ୟକ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନିଶିଦ୍ଧାଞ୍ଚଳରେ ବେଆଇନ ମାଛ ଧରା ପାଇଁ ମାମଲା ରୁଜୁ ହେବ:

ଗହୀରମଥା ବ୍ୟତୀତ ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ସହ ମିଳିତ ଓ ସ୍ୱାଧୀନ ଭାବେ ପାଟ୍ରୋଲିଂ କରିପାରିବ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ । ନିଷିଦ୍ଧ ଅଞ୍ଚଳରେ ବେଆଇନ ମାଛ ଧରା ପାଇଁ ଓଏମଏଫଆରଏ ଅଧୀନରେ ମାମଲା ରୁଜୁ କରିପାରିବେ । ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ଜରିମାନା ଆଦାୟ ହେବ । କ୍ଷତିଗ୍ରସ୍ତ ମାଛଧରାଳିଙ୍କୁ ସରକାରୀ ଅନୁମୋଦନ ମୁତାବକ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉଥିବା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସୂଚନା ଦେଇଛନ୍ତି । ବିଭାଗ ଦ୍ୱାରା ମତ୍ସ୍ୟଜୀବୀଙ୍କୁ ନୋ-ଫିସିଂ ଜୋନ ବିଷୟରେ ସତର୍କ କରାଇବା ପାଇଁ ବିକଶିତ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର କଳ ନିରୀକ୍ଷଣ କରିବା ପାଇଁ ବନ କର୍ମଚାରୀଙ୍କ ଦ୍ୱାରା ଋତୁଭିତ୍ତିକ ଶିବିର ପାଇଁ ଆଉଟର ହ୍ୱିଲର ଦ୍ୱୀପରେ ସ୍ଥାନର ବ୍ୟବସ୍ଥା କରାଯିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.