ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଶକ୍ତି ସମାବେଶ ପରେ କଂଗ୍ରେସ ଏବେ ନିର୍ବାଚନକୁ ନେଇ ଅଣ୍ଟା ଭିଡିଲାଣି । ଏହି କ୍ରମରେ ଦଳରେ ଆରମ୍ଭ ହୋଇଛି ପୁନର୍ବିନ୍ୟାସ । ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା ତ୍ବରାନ୍ବିତ କରୁଛି ଦଳ । ଆଜି ଏଥିପାଇଁ ଦଳ ପକ୍ଷରୁ ଘୋଷଣା ହୋଇଛି ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ମାନଙ୍କର ତାଲିକା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଲିକାକୁ ଅନୁମୋଦନ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ବ ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ବରିଷ୍ଠ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଲଲାଟେନ୍ଦୁ ମହାପାତ୍ର । ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ହମିଦ୍ ହୁସେନ, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ଇଂ ସସ୍ମିତା ବେହେରା, ବିଧାୟକ ଅଧିରାଜ ପାଣିଗ୍ରାହୀ , ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣା ଧିର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଶେକ ମହାନନ୍ଦ, ଡ. ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୁୟାଁ ଓ ରବିନ୍ଦ୍ର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ ...ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି