କୁନି ବୟସରେ କମାଲ, ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ୩ ବର୍ଷର ଝିଅ - India Book Of Record - INDIA BOOK OF RECORD

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 24, 2024, 10:54 PM IST

ବାଲେଶ୍ବର: ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ 3 ବର୍ଷର କୁନି ଝିଅ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ଗ୍ରାମର ହରିଶ୍ଚନ୍ଦ୍ର ବେହେରା ଓ ସଂଧ୍ୟାରାଣୀ ସାହୁଙ୍କ ଝିଅ ହଂସିକା ବେହେରା  । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ହଂସୀକା ସାଧାରଣ ଜ୍ଞାନ, ରାଜ୍ୟର ରାଜଧାନୀ ନାମ, ଜିଲ୍ଲାର ନାମ, ଜାତୀୟ ପଶୁପକ୍ଷୀ, ପ୍ରଧାନମନ୍ତ୍ର, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନାମ, ଶ୍ଳୋକ ପରି ବହୁତ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି । ଝିଅର ଏମିତି ପ୍ରତିଭା ଦେଖି ବାପା ହରିଶ୍ଚନ୍ଦ୍ର ଗତ ଜୁନ ମାସ ୧୦ ତାରିଖରେ ଅନଲାଇନ ଜରିଆରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ଝିଅର ଦକ୍ଷତାକୁ ନେଇ ୨୦ଟି ଭିଡିଓ ଅପଲୋଡ଼ କରି ଆବେଦନ କରିଥିଲେ । 

ଏହି ସମୟରେ ବଛାଯାଇଥିବା ୯୫ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୨୫ଟି ଅଙ୍ଗ, ୬ଟି ଶ୍ଳୋକ, ଆଠଟି ଗ୍ରହ, ରାଜ୍ୟ ରାଜଧାନୀ ନାମ, ଜିଲ୍ଲାର ନାମ ସହ ୨୬ଟି ପଶୁ, ୧୫ଟି ପକ୍ଷୀ, ୧୦ଟି ସରୀସୃପ, ୨୨ଟି ପନିପରିବା ଏବଂ ୧୮ଟି ଫଳର ଓଡ଼ିଆରୁ ଇଂରାଜୀକୁ ନାମ ସହିତ ଋତୁ, ବର୍ଷ, ମାସ, ସପ୍ତାହ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା । ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା । 
 

ଏହା ମଧ୍ୟ ପଢ଼ନ୍ତୁ...Wonder Boy: ବୟସ ୪ ମୁହେଁ ମୁହେଁ ସବୁ ମୁଖସ୍ତ, 39 ସେକେଣ୍ଡରେ 48ଟି ଦେଶର ରାଜଧାନୀ ନାଁ କହି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ୍‌ - International Book Of Records

ଏହା ମଧ୍ୟ ପଢ଼ନ୍ତୁ...ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସ୍ମୃତି ରେଖା ନାୟକ - IBR achiever Smruti Rekha Nayak

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.