ETV Bharat / state

ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing - COAL MINE PROJECTS PUBLIC HEARING

GMDC Coal Mine Project Public Hearing: କୋଇଲା ଖଣି ପାଇଁ ସରିଲା ପରିବେଶ ଜନିତ ଜଣଶୁଣାଣି । ପକ୍ଷ ରଖିବାକୁ ସମୟ ଦିଆଯାଇନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

GMDC Coal Mine Project Public Hearing
GMDC Coal Mine Project Public Hearing (ETV Bharat Odisha)
author img

By ETV Bharat Odisha Team

Published : Sep 24, 2024, 10:18 PM IST

ଅନୁଗୋଳ: ବାଦ ବିବାଦ ଓ ହୋ ହାଲ୍ଲା ଭିତରେ ସରିଲା ଅନୁଗୋଳ ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣି ପାଇଁ ପରିବେଶ ଜନିତ ଜଣଶୁଣାଣି । ଖଣି ଖନନ ସପକ୍ଷରେ ଥିବା ଲୋକେ ଜନଶୁଣାଣି ଶାନ୍ତିପୂର୍ଣ୍ଣ ଭାବରେ ସରିଥିବା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଜନଶୁଣାଣିରେ ତାଙ୍କୁ ପକ୍ଷ ରଖିବାକୁ ଦିଆଯାଇ ନାହିଁ ।

କୋଇଲା ଖଣି ଖନନ ଜନଶୁଣାଣି:

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନକୁ ମଞ୍ଜୁରୀ ମିଳିଛି । ବାର୍ଷିକ ପ୍ରାୟ ୧୫ ନିୟୁତ ଟନ କୋଇଲା ଉତ୍ପାଦନ ପାଇଁ ଏହି ସଂସ୍ଥାକୁ ମଞ୍ଜୁରୀ ମିଳିଛି । ସେଥିପାଇଁ ଆଜି ଛେଣ୍ଡିପଦା ଠାରେ ପରିବେଶ ଜନିତ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏହି ଜନଶୁଣାଣିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଅଞ୍ଚଳର ଶତାଧିକ ବାସିନ୍ଦା ଉପସ୍ଥିତ ଥିଲେ ।

GMDC Coal Mine Project Public Hearing (ETV Bharat Odisha)
GMDC Coal Mine Project Public Hearing (ETV Bharat Odisha)

ମତ ରଖିଲେ ମାତ୍ର ୨୧ ଜଣ:

ଅନ୍ୟ ପକ୍ଷରେ ଖଣିକୁ ବିରୋଧ କରୁ ଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚ, ଛେଣ୍ଡିପଦାର ଶତାଧିକ ସଦସ୍ୟ ବିକ୍ଷୋଭ ଶୋଭାଯାତ୍ରା କରି କାର୍ଯ୍ୟକ୍ରମ ହେଉଥିବା ସ୍ଥାନକୁ ଆସିଥିଲେ । ସେମାନେ ଖଣିକୁ ବିରୋଧ କରି ନାରାବାଜି ଦେଇଥିଲେ । ଏଭଳି କିଛି ସମୟ ହେବା ପରେ ଶେଷରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଖଣିକୁ ବିରୋଧ କରୁଥିବା ଲୋକେ ଏବଂ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ପ୍ରଥମେ ବାଦ ବିବାଦ ଦେଖା ଦେଇଥିଲା । ଶୁଣାଣି ବେଳେ ପ୍ରବଳ ହୋ ହଲା ହୋଇଥିଲା । ଖଣି ଖନନ ପାଇଁ ସପକ୍ଷବାଦୀ ଓ ବିପକ୍ଷବାଦୀ ମାତ୍ର ୨୧ ଜଣ ସେମାନଙ୍କ ମତ ରଖିଥିଲା । ଖଣି ବିପକ୍ଷବାଦୀ କହିବା ମାତ୍ରେ ହୋ ହଲା ଆରମ୍ଭ ହୋଇଥିଲା । ତେଣୁ ଖୁବ କମ ସମୟ ମଧ୍ୟରେ ଜନ ଶୁଣାଣି ସମାପ୍ତ କରି ଦିଆ ଯାଇଥିଲା । ତେବେ ଖଣିକୁ ବିରୋଧ କରୁଥିବା ଲୋକଙ୍କ କହିବା ଅନୁସାରେ, ଜନଶୁଣାଣିରେ ସେମାନଙ୍କୁ କଥା ଶୁଣିବାକୁ ଦିଆଗଲା ନାହିଁ । ଏହା ଜନ ଶୁଣାଣି ନଥିଲା ଏକ ପ୍ରହସନ ଥିଲା । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।

GMDC Coal Mine Project Public Hearing
GMDC Coal Mine Project Public Hearing (ETV Bharat Odisha)

ଜନଶୁଣାଣି ଏକ ପ୍ରହସନ ଥିଲା:

ଏନେଇ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କହିଛନ୍ତି, "ଆଜିର ଜନଶୁଣାଣି ଛେଣ୍ଡିପଦା ବିଧାୟକଙ୍କ ଏକ ପ୍ରାୟୋଜିl କାମ ଥିଲା । ସେ ଯେଉଁ ଲୋକମାନଙ୍କୁ ଶିଖେଇ ପଠାଇଥିଲେ କେବଳ ତାଙ୍କୁ କହିବା ପାଇଁ ସୁଯୋଗ ଦିଆଯାଉଥିଲା । ଆମେ ଯେତେବେଳେ ପରିବେଶ ସଂକ୍ରାନ୍ତରେ କିଛି ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ, ସେତେବେଳେ ବିଧାୟକଙ୍କ ଲୋକମାନେ ବିଶୃଙ୍ଖଳା କରିବା ସହ ଧମକ ଚମକ୍‌ ଦେଇ ଆମ କଥାକୁ ଶୁଣିବାକୁ ଦିଆଗଲେ ନାହିଁ । ଆମକୁ କହିବାକୁ ସମୟ ଦିଆଗଲା ନାହିଁ । ଏହା ଏକ ଜନଶୁଣାଣି ନୁହେଁ ପ୍ରହସନ ଥିଲା । କିଭଳି ଜନ ଶୁଣାଣିକୁ ସଫଳ କରିବେ କମ୍ପାନୀ, ପ୍ରଶାସନ, ସ୍ଥାନୀୟ ବିଧାୟକ ମିଳିତ ଭାବରେ ପ୍ରାୟୋଜିତ କରିଛନ୍ତି । ଏହା ଜନ ଶୁଣାଣି ନଥିଲା ଏକ ପ୍ରହସନ ଥିଲା ।"

ଆମକୁ କହିବାର ସୁଯୋଗ ମିଳିଲାନି:

ସେହିପରି ଖଣି ଖନନକୁ ବିରୋଧ କରିଥିବା ମଞ୍ଚର ଜଣେ ସଦସ୍ୟ ବିଦ୍ୟାଧର ସାହୁ କହିଛନ୍ତି,"GMDC କମ୍ପାନୀର ଦେଖା ନାହିଁ । ଏଠାକେ ଲୋକଙ୍କୁ କିଛି କହିବାକୁ ଦିଆଗଲା ନାହିଁ । ପୁରୁଷ ମହିଳା ମିଶି ପ୍ରାୟ ୨ ହଜାର ଲୋକ ଜନଶୁଣାଣିକୁ ଆସିଥିଲେ । କିନ୍ତୁ ଆମକୁ କହିବାର କିଛି ସୁଯୋଗ ମିଳିଲାନି । ତେଣୁ ଆମେ ଏ ଜନଶୁଣାଣିକୁ ବିରୋଧ କରୁଛୁ । ଆମ ଲୋକମାନଙ୍କର ଦାବି ସେମାନେ ତାଙ୍କ ଭିଟାମାଟି ଛାଡ଼ିବେ ନାହିଁ । ଜଙ୍ଗଲ ଜମି ଉପରେ ଲୋକମାନଙ୍କର ଅଧିକାର ଅଛି । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।"

କୌଣସି ଅପ୍ରିତିକର ପରିସ୍ଥିତି ହୋଇନାହିଁ:

ସେପଟେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା କହିଛନ୍ତି, "ଲୋକଙ୍କର ଯାହା ସ୍ବର ହେଲା ଏଠାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି । ପୂର୍ବତନ ବିଧାୟକ ଓ କଂଗ୍ରେସ ଦଳର ନେତା କିଛି ଲୋକଙ୍କୁ ଭଡ଼ାରେ ଆଣି ବିରୋଧ କରୁଥିଲେ । ପରିବେଶ ଜନଶୁଣାଣି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । କୌଣସି ଅପ୍ରିତିକର ପରିସ୍ଥିତି ହୋଇନାହିଁ । ମୁଁ ଏଠାର ବିଧାୟକ ଭାବରେ ପ୍ରତିଶୃତି ଦେଉଛି ଯେ, ଏଠାର ଲୋକମାନଙ୍କୁ ନିଯୁକ୍ତି, ଥଇଥାନ, ପ୍ୟାକେଜ ଦିଆଯିବ । ଯାହା ଭାରତ ବର୍ଷରେ ଏକ ଅନନ୍ୟ ହୋଇ ରହିବ ।"

ଶୁଣାଣି ସୂଚାର ରୂପେ ହେଲା:

GMDCର ମହାପ୍ରବନ୍ଧକ ସ୍ୱାଗତ ରାୟ କହିଛନ୍ତି, "ଆଜିର ଶୁଣାଣି ସୂଚାର ରୂପେ ହେଲା । ଜନ ସାଧାରଣମାନେ କମ୍ପାନୀଠାରୁ କ'ଣ ଆଶା କରୁଛନ୍ତି ଏହି ମଞ୍ଚ ମାଧ୍ୟମରେ ଆମେ ସେମାନଙ୍କଠାରୁ ଜାଣିବାକୁ ପାଇଲୁ । ଏହାର ଆମେ ଉପଯୁକ୍ତ ଉତ୍ତର ଦେଇଛୁ । ଅଞ୍ଚଳବାସୀ, ପରିବେଶ ବନ୍ୟଜନ୍ତୁ, ନଦୀ ଜଙ୍ଗଲ ଜମି ପାଇଁ ଯଥା ସମ୍ଭବ ପ୍ରୋଟେକ୍ସନ ଓ ବିକାଶ କାମ କମ୍ପାନୀ ପକ୍ଷରୁ କରାଯିବ ବୋଲି ଲୋକମାନଙ୍କୁ ଆସ୍ବସନା ଦିଆଗଲା । ଜମି ଓ ବିସ୍ଥାପନ ପାଇଁ RPDS ବୌଠକରେ ନିଷ୍ପତ୍ତି ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣି ବିରୋଧରେ ପ୍ରଜାମେଳି ! ଜନଶୁଣାଣି କରାଇ ନ ଦେବାକୁ ଶପଥ - Protest Against Coal Mine Projects

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣି ଘରୋଇକରଣକୁ ବିରୋଧ, ତାଳଚେର ବିଧାୟକଙ୍କ ଚରମ ଚେତାବନୀ

ପରବର୍ତ୍ତି ପର୍ଯ୍ୟୟରେ କ'ଣ କରାଯିବ ସରକାର ନିଷ୍ପତ୍ତି ନେବେ:

ସେହିପରି ରାଜ୍ୟ ପଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା କହିଛନ୍ତି," ଖଣି ଖନନକୁ ନେଇ କରାଯାଇଥିବା ପରିବେଶ ଜନଶୁଣାଣିରେ ୨୧ ଜଣ ଲୋକ ସେମାନଙ୍କ ବକ୍ତବ୍ୟ ରଖିଛନ୍ତି । କିଛି ଲୋକ କମ୍ପାନୀ ସପକ୍ଷରେ ଓ କିଛି ବିପକ୍ଷରେ କହିଛନ୍ତି । ବହୁତ ଲୋକ ସର୍ତ୍ତ ମୂଳକ ଭାବରେ ସମର୍ଥନ କରିଛନ୍ତି । ନିରପେକ୍ଷ ଭାବେ ଏହାକୁ ସରକାରଙ୍କ ଅବଗତ କରାଯିବ । ପରବର୍ତ୍ତି ପର୍ଯ୍ୟୟରେ କ'ଣ କରାଯିବ ତାହା ସରକାର ନିଷ୍ପତ୍ତି ନେବେ ।"

ଏହା ମଧ୍ୟ ପଢ଼ନ୍ତୁ...ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ - Shankaracharya on Beach Shacks

ଏହା ମଧ୍ୟ ପଢ଼ନ୍ତୁ...ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

୪୪୪୫ କୋଟିର ପୁଞ୍ଜିନିବେଶ:

ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କୋରପରେସନ ଲିମିଟେଡ଼ (GMDCL) ଏହି ବୈତରଣୀ କୋଲ ବ୍ଲକକୁ ଖନନ କରିବ । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ ଛେଣ୍ଡିପଦା ଠାରେ ୪୪୪୫ କୋଟିର ପୁଞ୍ଜିନିବେଶ କରାଯିବ । ଖଣି ଯୋଗୁଁ ଛେଣ୍ଡିପଦା ଜଙ୍ଗଲ, ମାଛକୁଟା, ମାଛକୁଟା ଜଙ୍ଗଲ, ପୋଡାପଡା, ପୋଡାପଡା ଜଙ୍ଗଲ, ତେନ୍ତୁଲୋଇ କୋଡାସାହି, ହାଣ୍ଡିଗୋଡା ଆଦି ୭ଟି ଗାଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି ଖଣି ପାଇଁ ୧୧୯୬ ହେକ୍ଟର ଜମି ଅଧିଗ୍ରହଣ ହେବ । ବାର୍ଷିକ ପ୍ରାୟ ୧୫ ନିୟୁତ ଟନ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ ଖଣ୍ଡ ଗାଁର ଅଧିକାଂଶ ଲୋକ ଏହି ଖଣିକୁ ବିରୋଧ କରିଛନ୍ତି । ବିଗତ ଦିନରେ ଏଠାରେ ଓଡିଶା ମାଇନିଂ କର୍ପୋରେସନ ଖଣି ଖନନ ପାଇଁ ଅନୁମତି ପାଇଥିଲା । କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଏଠାରୁ ଚାଲି ଯାଇଥିଲା। ଏବେ ପୁଣି ଗୁଜୁରାଟ କମ୍ପାନୀକୁ ଅନୁମତି ଦିଆ ଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.