ଓଡିଶା

odisha

ETV Bharat / politics

ଆସନ୍ତା 6ରେ ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ, ଏହା ପରେ ପ୍ରାର୍ଥୀ ଘୋଷଣା: ମନମୋହନ - 6ରେ ବିଜେପି ନିର୍ବାଚନ କମିଟି ବୈଠକ

Manmohan Samal Reaction: ବିଜେପି ପକ୍ଷରୁ ଆଜି ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 195 ଆସନରେ ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରାଯାଇଛି । ହେଲେ ଓଡ଼ିଶାରୁ ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । 6ରେ ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ ପରେ ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

Manmohan Samal Reaction
Manmohan Samal Reaction

By ETV Bharat Odisha Team

Published : Mar 2, 2024, 10:28 PM IST

Manmohan Samal Reaction

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 195 ଆସନରେ ଏହାର ପ୍ରାର୍ଥୀ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳର ବହୁ ବଡ଼ ଚେହେରା ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖଙ୍କ ନାମ ଆଜି ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ 34 କେନ୍ଦ୍ରମନ୍ତ୍ରୀ ଓ 2 ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଦଳ 195 ଆସନରେ ପ୍ରାର୍ଥୀ ଦେଇଛି । ହେଲେ ଏହି ପର୍ଯ୍ୟାୟରେ ଦଳର ଅନ୍ୟତମ ହେଭିଓ୍ବେଟ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା ହେବାର ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାହା ହୋଇନାହିଁ । ଏହି ପର୍ଯ୍ୟାୟରେ ଓଡିଶାରୁ ଗୋଟିଏ ବି ଆସନ ଘୋଷଣା ନହେବା ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟରେ ଶାସକ ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଥିବା ବେଳେ କୌଣସି ଦ୍ଵନ୍ଦ୍ବ ନଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, "ଆସନ୍ତା 6 ତାରିଖରେ ବସିବ ରାଜ୍ୟ ନିର୍ବାଚନ କମିଟି ବୈଠକ । ବୈଠକ ପରେ କେନ୍ଦ୍ରକୁ ନାଁ ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । କୌଣସି ଦ୍ଵନ୍ଦ୍ବ ନାହିଁ, ପାର୍ଲାମେଣ୍ଟ ପାର୍ଟିରେ ଚର୍ଚ୍ଚା ଆଲୋଚନା ହୋଇଛି । ଖୁବଶୀଘ୍ର ଓଡ଼ିଶାରେ ବସିବ ଇଲେକ୍ସନ କମିଟି ବୈଠକ । ଇଲେକ୍ସନ କମିଟିର ଲୋକସଭା ଓ ବିଧାନସଭା ପାଇଁ ସମସ୍ତ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆସନ୍ତାକାଲି ଆସିବ । 6 ତାରିଖରେ ବସିବ ରାଜ୍ୟ ନିର୍ବାଚନ କମିଟି ବୈଠକ । ବୈଠକ ପରେ କେନ୍ଦ୍ରକୁ ନାଁ ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ହେବ କି ମେଣ୍ଟ ! BJP ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶା ଖାତା

ପ୍ରକାଶ ଥାଉ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ବିଜେପିର ବଡ଼ ଚେହେରା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ ଆସନରୁ ଲଢିବାକୁ ଯାଉଥିବା ଓ ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାମ ଆସିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟରେ ସେପରି କିଛି ଘଟିନି । ସେହିଭଳି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରମୁଖଙ୍କ ପ୍ରାର୍ଥିତ୍ବ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏହି ପର୍ଯ୍ୟାୟରେ ଦଳ ରାଜ୍ୟର ଖାତା ଖୋଲିନି । ରାଜ୍ୟରେ ପ୍ରାର୍ଥୀ ଘୋଷଣାକୁ ଆସନ୍ତା ପର୍ଯ୍ୟାୟକୁ ଅପେକ୍ଷା କରିବାକୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details