ନୂଆଦିଲ୍ଲୀ: BCCI (ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ)କୁ ମିଳିଲା ନୂଆ ସଚିବ । ଜୟ ଶାହଙ୍କ ପରେ ଦେବଜିତ୍ ସାଇକିଆ ହେଲେ ନୂଆ ସଚିବ । ସାଇକିଆଙ୍କୁ ଆଜି ନିଯୁକ୍ତି ଦେଇଛି ବିସିସିଆଇ । ଆସାମର ପୂର୍ବତନ କ୍ରିକେଟର୍ ହେଉଛନ୍ତି ଦେବଜିତ୍ । ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ବିସିସଆଇର ଏହି ପଦବୀ ପ୍ରାୟ ଏକ ମାସ ହେବ ଖାଲିପଡିଥିଲା । ଜୟ ଶାହ ଡିସେମ୍ବର 1, 2024 ରେ ICC ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ବିସିସିଆଇ ସଚିବ ହେବା ପରେ ସାଇକିଆ ତାଙ୍କର ପ୍ରଥମ କାର୍ଯ୍ୟ ଭାବେ ବିସିସିଆଇ ସଭାପତି ରୋଜର ବିନିଙ୍କ ସହ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ନେଇ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।
Congratulated Shri @lonsaikia dangoriya on being elected as the Secretary and Shri @prabhtejb ji as the Treasurer of the Board of Control for Cricket in India (BCCI) along with the Apex Council Members of Assam Cricket Association at BCCI's Mumbai office, today.
— Taranga Gogoi (@tarangagogoi) January 12, 2025
Wishing you both… pic.twitter.com/ZQywtwjYF9
ଦେବଜିତ ସାଇକିଆ ସମ୍ପର୍କରେ...
ଆସାମର ଦେବଜିତ ସାଇକିଆ ଓକିଲ, ପୂର୍ବତନ କ୍ରିକେଟର ଏବଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି । ସେ ଜଣେ ପୂର୍ବତନ ଫ୍ଲାଷ୍ଟକ୍ଲାସ କ୍ରିକେଟର ଥିଲେ, ଯିଏ ୧୯୯୦ ରୁ ୧୯୯୧ ମଧ୍ୟରେ ୱିକେଟକିପର ଭାବରେ ଚାରୋଟି ମ୍ୟାଚ୍ ଖେଳିଥିଲେ । ଯଦିଓ ତାଙ୍କର କ୍ରିକେଟ୍ କ୍ୟାରିୟର ବହୁତ କମ ଦିନ ପାଇଁ ଥିଲେ, ସେ ମୋଟ ୫୩ ରନ୍ କରିଥିଲେ ଏବଂ କିପି୍ରେ 9 ଜଣଙ୍କୁ ଆଉଟ କରିଥିଲେ ।
କ୍ରିକେଟ ପୂର୍ବରୁ ଓକିଲାତି କ୍ଷେତ୍ରରେ ଦେଇଥିଲେ ପାଦ:
କ୍ରିକେଟ କ୍ୟାରିୟର ପରେ ସାଇକିଆ ଓକିଲାତି କ୍ଷେତ୍ରରେ ପାଦ ରଖିଥିଲେ । ସେ 28 ବର୍ଷ ବୟସରେ ଗୌହାଟି ହାଇକୋର୍ଟରେ ଜଣେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କର ଆଇନଗତ କ୍ୟାରିୟର ପରେ, ସେ ଖେଳ କୋଟା ମାଧ୍ୟମରେ ରେଳବାଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରେ ମଧ୍ୟ ଚାକିରି ପାଇଥିଲେ । ସାଇକିଆଙ୍କ କ୍ରିକେଟ ପ୍ରଶାସନ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ହେମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଆସାମ କ୍ରିକେଟ ଆସୋସିଏସନ (ACA)ର ଛଅ ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ଥିଲେ । ପରେ ସେ ୨୦୧୯ ମସିହାରେ ACA ସଚିବ ହୋଇଥିଲେ ।