ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର, ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ - ILLEGAL SAND MINING

କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ILLEGAL SAND MINING
ILLEGAL SAND MINING (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 4:29 PM IST

ଭବାନୀପାଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଦିନ ତମାମ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଅନେକ ବାଲିଘାଟ ଥିବା ବେଳେ ଏଥିରୁ ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଜିଲ୍ଲାବାସୀ ଅଭିଯୋଗ ଆଣିଛନ୍ତି । ସେପଟେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର:

କଳାହାଣ୍ଡି ଜିଲ୍ଲାରେ ଅନେକ ନଦୀ ରହିଛି । ବିଶେଷ କରି ଜିଲ୍ଲାର ତେଲ ନଦୀ, ହାତୀ ନଦୀ ଓ ଉତେଇ ଏବଂ ରେତ୍ ନଦୀ ରହିଛି । ତେବେ ଏହି ସବୁ ନଦୀ ଘାଟମାନଙ୍କରୁ ଦିନ ତମାମ ଶହଶହ ଟ୍ରିପ ବେଇଆନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଛି । କିଛି ଦିନ ତଳେ ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଯେ, ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ବାଲି ଉଠାଣ ଯାଇପାରିବ ନାହିଁ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବେଧଡକ ଭାବରେ ବାଲି ଚାଲାଣ ହେଉଛି । ଜିଲ୍ଲାରେ ୧୦୦ଟି ବାଲିଘାଟ ରହିଛି । ସେଥିମଧ୍ୟରୁ ୪୦ଟି ବାଲିଘାଟ ଲିଜରେ ରହିଥିବାବେଳେ ଅନ୍ୟ ୬୦ ପ୍ରତିଶତ ଘାଟ ବେଆଇନ ଭାବରେ ଚାଲିଛି ଥିବା ନେଇ କଳାହାଣ୍ଡିବାସୀ ଅଭିଯୋଗ କରିଛନ୍ତି ।

ILLEGAL SAND SMUGGLING IN KALAHANDI (ETV Bharat Odisha)

ବିନା ଟ୍ରାଞ୍ଜିଟ ପର୍ମିଟରେ ବାଲି ଚାଲାଣ:

କେବଳ ଏତିକି ନୁହେଁ ଅନେକ ବାଲିଘାଟରେ ବିନା ଟ୍ରାଞ୍ଜିଟ ପର୍ମିଟରେ ମଧ୍ୟ ବାଲି ଚାଲାଣ ହେଉଛି । ଗତ 2 ଦିନ ତଳେ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଖଣି ବିଭାଗର ଏକ ସମୀକ୍ଷା ବୈଠକ ମଧ୍ଯ କରିଥିଲେ । ବୈଠକରେ ଜିଲ୍ଲା ଖଣି ଅଧିକାରୀ ମୁରଲୀଧର ନାଏକ ଓ DDM ବିଶ୍ଵନାଥ ସୋରେନଙ୍କ ଉପରେ ବର୍ଷିବା ସହିତ ତାଗିଦ୍ ମଧ୍ଯ କରିଥିଲେ । ଜିଲ୍ଲାରେ ଯେପରି ବେଆଇନ ବାଲି ଚାଲାଣ ହେବ ନାହିଁ ସେନେଇ ଖଣି ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇଛନ୍ତି । ଏହାସହ ବେଆଇନ ବାଲି ଚାଲାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ:

Illegal Sand Mining
Illegal Sand Mining (ETV Bharat Odisha)

ଏନେଇ କଳାହାଣ୍ଡି ବାସିନ୍ଦା ମହମ୍ମଦ ସାହେବ କହିଛନ୍ତି, "ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିକି ଯେଉଁ ଭଳି ଭାବରେ ବାଲି ଚୋରା ଚାଲାଣ ଚାଲିଛି ତାହା ଏକ ନିନ୍ଦନୀୟ ଘଟଣା । ଦିନ ସମୟରେ କୌଣସି ସ୍ଥାନରେ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏହାକୁ ଖୁଲମ୍ ଖୁଲ୍ଲା ଉଲ୍ଲଂଘନ କରିକି ବାଲି ଚୋରା ଚାଲାଣ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଆମେ ଜଣାଇବୁ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ହେବ । ଆମେ ପୂର୍ବରୁ ମଧ୍ୟ ବେଆଇନ ବାଲି ଚାଲାଣ ହେଉଥିଲା । ବାଲି ମାଫିଆମାନେ ମାହୋଲ ଖରାପ କରିଥିଲେ। ଏହାକୁ ବିରୋଧ କରି ଆମେ ରାସ୍ତାକୁ ଓହ୍ଲାଇଥିଲୁ । ତାଗିତ ପରେ ଏହା ବନ୍ଦ ହୋଇଥିଲା । ଏବେ ପୁଣିଥରେ ଏହା ଆରମ୍ଭ ହୋଇଛି । "

ILLEGAL SAND SMUGGLING IN KALAHANDI

ଏହା ମଧ୍ୟ ପଢ଼ନ୍ତୁ...ବାଲି ଚୋରା ଚାଲାଣକୁ ନେଇ ମାଫିଆଙ୍କୁ ବିଜେପିର କଡ଼ା ଚେତାବନୀ

ଏହା ମଧ୍ୟ ପଢ଼ନ୍ତୁ...ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଓଡ଼ିଶା ! ବେଧଡକ ଚାଲିଛି ଚୋରା ଚାଲାଣ, ଚେଇଁ ଶୋଇଛି କି ପ୍ରଶାସନ ? - ILLEGAL SAND SMUGGLING

ଏନେଇ କଳାହାଣ୍ଡି ଜିଲ୍ଳାର ଅନ୍ୟଜଣେ ବାସିନ୍ଦା ସତ୍ୟ ମହାର କହିଛନ୍ତି, "କିଛି ଲୋକ ଜିଲ୍ଲା ପ୍ରଶାସନ ସହିତ ମିଶି ବାଲି ଲୁଟ କରୁଛନ୍ତି । ଫଳରେ ରାଜସ୍ବ ହାନୀ ହେଉଛି । ଏଭଳି ହେବା କାରଣରୁ ଜିଲ୍ଲା ରାଜସ୍ବ ପାଇବାରୁ ବଞ୍ଚିତ ହେବ । ଏହା ସହିତ ହାଇକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ଯ ବେଆନ ବାଲି ଚାଲାଣ ହେଉଛି ।"

କଡ଼ା କାର୍ଯ୍ୟାନୁଷ୍ଠାନ ହେବ:

Illegal Sand Mining
Illegal Sand Mining (ETV Bharat Odisha)

ସେପଟେ ରାଜ୍ୟ ସରକାରଙ୍କ ଖଣି ବିଭାଗ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ବେଆଇନ ଖନନ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ଉପରେ ଆଲୋଚନା କରିଛୁ । ବେଆଇନ ବାଲି ଚାଲାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ତତ୍ପରତା ସହ ହୃଦୟଙ୍ଗମ୍ କରିଛନ୍ତି । ଆସନ୍ତା କାଲିଠାରୁ ଏହା ଉପରେ କାମ ଆରମ୍ଭ ହେବ । ବିନା ଟ୍ରାଞ୍ଜିଟ ପାସରେ ବାଲି ଚାଲାଣ ହୋଇ ପାରିବ ନାହିଁ । ଧରପଗଡ଼ ହେବ । କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଭର ଲୋଡ଼ିଂ ଗାଡିଲ ଆସିବ ନାହିଁ । ଦିନ ତମାମ ବାଲି ଗାଡ଼ି ଚାଲିପାରିବ ନାହିଁ ।'

Illegal Sand Mining
Illegal Sand Mining (ETV Bharat Odisha)

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.