ETV Bharat / state

ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ, ରେଳଲାଇନରୁ ମିଳିଲା 2 ଓଡ଼ିଆଙ୍କ ମୃତଦେହ - BALANGIR MIGRANT LABOUR DEATH

ଦାଦନ ଦୁଃଖ । ଚେନ୍ନାଇ ଟ୍ରେନ ଲାଇନ କଡରୁ ବଲାଙ୍ଗୀରର ୨ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ପରିବାରର ନିବେଦନ ।

2 migrant labour dead body found from Chhenai
2 migrant labour dead body found from Chhenai (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 4:58 PM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ଦାଦନ ଦୁଃଖ । ବଲାଙ୍ଗୀରର ୨ ଯୁବକ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ମୃତଦେହକୁ ଘରକୁ ଫେରାଇ ଆଣିବାକୁ ସରକାର ସାହାଯ୍ୟ ଲୋଡିଛନ୍ତି ପରିବାର ।

ପୁଣି ଦାଦନ ଦୁଃଖ:

ଦାଦନ ପ୍ରପୀଡ଼ିତ ବଲାଙ୍ଗୀର ଜିଲ୍ଲାରେ ପେଟ ପାଟଣା ପାଇଁ ଏବେବି ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଅନେକ ସମୟରେ ନିର୍ଯାତନା ଓ ଶ୍ରମିକର ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ବଲାଙ୍ଗୀର ସହରର ଦୁଇ ଯୁବକ ପେଟ ପାଟଣା ପାଇଁ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

2 migrant labour dead body found from Chhenai
2 migrant labour dead body found from Chhenai (ETV Bharat Odisha)

ଚେନ୍ନାଇ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର:

ଶନିବାର ଚେନ୍ନାଇର ଏକ ରେଳ ଷ୍ଟେସନ ନିକଟରୁ ତାଙ୍କର ମୃତଦେହ ସ୍ଥାନୀୟ ଜିଆରପି ଉଦ୍ଧାର କରିଛି । ଉଭୟ ମୃତକ ବଲାଙ୍ଗୀର ହାଥିଶାଳ ପଡ଼ାର ହୋଇଥିବା ବେଳେ ଜଣେ 24 ବର୍ଷୀୟ ଉମେଶ ପାଣ୍ଡେ ଓ ଅନ୍ୟ ଜଣେ 25 ବର୍ଷୀୟ କୁନୁ ପାଣ୍ଡେ ବୋଲି ଜଣା ପଡ଼ିଛି । ଉଭୟ ପୂର୍ବରୁ ମଧ୍ୟ ତାମିଲନାଡୁ ଯାଇ ଦାଦନ ଶ୍ରମିକ ଭାବରେ ସେଠାରେ କାମ କରୁଥିଲେ ଏବଂ ଏଥର ନୂଆଖାଇରେ ଘରକୁ ଫେରିଥିଲେ । ପୁଣିଥରେ ସେମାନେ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ ।

ମାସକ ପରେ ପଡିଥାନ୍ତା ହାତଗଣ୍ଠି:

ମୃତ ଉମେଶ ପାଣ୍ଡେର ବିବାହ ମଧ୍ୟ ସ୍ଥିର ହୋଇଥିଲା । ଆଉ ମାସକ ପରେ ତାଙ୍କର ବିବାହ ହୋଇଥାନ୍ତା । ଯାହାର ଖର୍ଚ୍ଚ ପାଇଁ ସେ ତାମିଲନାଡୁ ଯାଇଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳୁ ତାମିଲନାଡୁରୁ ଫୋନ ଆସିଥିଲା । ତାଙ୍କର ଆଧାର କାର୍ଡ ଫଟୋ ସହ ତାଙ୍କର ମୃତଦେହର ଫଟୋ ପୋଲିସ ପଠାଇଥିଲା ।

ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ:

ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ପରିବାର ଲୋକେ ଉଭୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ଉଭୟଙ୍କ ମୃତଦେହ ଜିଲ୍ଲାକୁ ଫେରାଇ ଆଣିବା ପାଇଁ ସେମାନେ ସମର୍ଥ ନା ଥିବା ବେଳେ ସରକାରୀ ସାହାଯ୍ୟ ଲୋଡ଼ିଛନ୍ତି । ଅନ୍ୟପଟେ ବଲାଙ୍ଗୀର ପୌରାଧ୍ୟକ୍ଷା ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି । ସେମାନଙ୍କୁ ସବୁ ସାହାଯ୍ୟର ପ୍ରତିଶ୍ରୁତି ଦେବା ସହ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ।

ତଦନ୍ତ ହେଉ:

ମୃତ ଦାଦନ ଶ୍ରମିକ ଉମେଶ ପାଣ୍ଡେଙ୍କ ମା’ ବାସନ୍ତୀ ପାଣ୍ଡେ କହିଛନ୍ତି," ତାଙ୍କ ପୁଅ ଉମେଶ ପାଣ୍ଡେ ଓ ତାର ସାଙ୍ଗ କୁନୁ ବଞ୍ଛୋର ସାଙ୍ଗ ହୋଇ ତାମିଲନାଡୁ କାମ କରିବାକୁ ଯାଇଥିଲେ । ସେମାନେ ପୂର୍ବରୁ ମଧ୍ୟ ତିନି ଥର ଯାଇ ଫେରିଥିଲେ । ମୁଁ ମୋ ପୁଅର ବାହାଘର ଠିକ କରି ସାରିଥିଲି । ଆଉ ମାସକ ପରେ ତାର ବାହାଘର କରିଥାନ୍ତି । ହେଲେ ସେଠୁ ପୋଲିସର ଫୋନ ଆସିଥିଲା । ଦୁଇ ଜଣଙ୍କ ମୃତଦେହ ରେଳ ଷ୍ଟେସନ ପାଖ ରେଳ ଧାରଣାରେ ପଡିଥିବାର କହିଥିଲେ । ଉଭୟଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ହତ୍ୟା ପରେ ରେଳ ଧାରଣା ପାଖରେ ଆଣି ଫିଙ୍ଗା ଯାଇଛି । ଏହାର ତଦନ୍ତ ହେଉ ।"

ଏହାମଧ୍ୟ ପଢନ୍ତୁ...

ଅଧା ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ଘରକୁ ଫେରି ପାରିଲାନି ମୃତଦେହ - Migrant labour death

ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଗଲା ଜୀବନ, କେମିତି ଆସିବ ମୃତଦେହ, ଚିନ୍ତାରେ ପରିବାର ? - Migrant Labor Died In Gujarat

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ବିତିଥିଲେ ବି ଫେରିନି ମୃତଦେହ

କେନ୍ଦ୍ରାପଡାରୁ କେରଳ ଦାଦନ ଚାଲାଣ, 4ଟି ବସକୁ ଅଟକ ରଖିଲେ ଘରୋଇ ବସ ମାଲିକ ସଂଘ - Migration of Jobless Youth

ଅନ୍ୟପଟେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ଏହି ଅଭାବନୀୟ ଘଟଣାର ମୁଁ ଖବର ପାଇଥିଲି । ପୀଡ଼ିତ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲି । ଉଭୟ ପରିବାର ଅତି ଗରିବ ଥିବା ବେଳେ ରୋଜଗାର ପାଇଁ ତାଙ୍କ ପୁଅମାନେ ବାହାର ରାଜ୍ୟକୁ ଯାଇଥିଲେ । ହେଲେ ସେଠି ତାଙ୍କର ମୃତଦେହ ମିଳିଛି । ଏଭଳି ସ୍ଥିତିରେ ମୁଁ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛି । ପ୍ରଶାସନ ତଥା ପୋଲିସକୁ ସହଯୋଗ କରିବା ଓ ମୃତଦେହ ଘରକୁ ଆଣିବାକୁ ସାହାଯ୍ୟ କରିବାକୁ ନିବେଦନ କରିଛି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.