ETV Bharat / state

ଗୋପାଳପୁର ବନ୍ଦରରେ ପ୍ରସ୍ତାବିତ LNG ଟର୍ମିନାଲ ଓ ଜେଟି ନିର୍ମାଣକୁ ବିରୋଧ - LNG TERMINAL AT GOPALPUR PORT

ଗୋପାଳପୁର ବନ୍ଦରରେ ପ୍ରସ୍ତାବିତ ଏଲଏନଜି ଟର୍ମିନାଲ ଓ ଜେଟି ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ପ୍ରବଳ ବିରୋଧ, ପ୍ରତିଶ୍ରୁତି ପାଳନ ହେଉନଥିବା ଅଭିଯୋଗ ।

LNG terminal public hearing
LNG terminal public hearing (ETV Bharat Odisha)
author img

By ETV Bharat Odisha Team

Published : Feb 14, 2025, 4:58 PM IST

ବ୍ରହ୍ମପୁର: ଗୋପାଳପୁର ବନ୍ଦରରେ ପ୍ରସ୍ତାବିତ ଏଲଏନଜି ଟର୍ମିନାଲ ଓ ଜେଟି ନିର୍ମାଣକୁ ବିରୋଧ । ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆୟୋଜିତ ଜନଶୁଣାଣିରେ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ବିରୋଧ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପରିବେଶ ପ୍ରଦୂଷଣ ହେବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଅଭିଯୋଗ ଆସିଥିବା ବେଳେ କିଛି ଲୋକ ଏହି ପ୍ରକଳ୍ପକୁ ସମର୍ଥନ କରିଛନ୍ତି ।

ପ୍ରସ୍ତାବିତ ଏଲ୍.ଏନ୍.ଜି ଟର୍ମିନାଲ ପ୍ରକଳ୍ପକୁ ବିରୋଧ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗୋପାଳପୁରରେ ପ୍ରସ୍ତାବିତ ଏଲ୍.ଏନ୍.ଜି ଟର୍ମିନାଲ ପ୍ରକଳ୍ପ ନିମନ୍ତେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର କାଳୀପଲ୍ଲୀ ପଞ୍ଚାୟତରେ ଗୁରୁବାର ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଗୋପାଳପୁର ବନ୍ଦର ଠାରେ ଏଲଏନଜି ଲିମିଟେଡ଼ ଦ୍ୱାରା ପ୍ରସ୍ତାବିତ ଭାସମାନ ଷ୍ଟୋରେଜ ଏବଂ ରିଗ୍ୟାସିଫିକେସନ ୟୁନିଟ ଆଧାରିତ ଏଲଏନଜି ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଧାର୍ଯ୍ୟ ହୋଇଥିଲା ‌। ଏଥିରେ କାଳିପଲ୍ଲୀ, କଣମଣା ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗ୍ରାମବାସୀମାନେ ଯୋଗ ଦେଇଥିଲେ ।

LNG terminal public hearing (ETV Bharat Odisha)

ଜନଶୁଣାଣି ବେଳେ ସ୍ଥାନୀୟ ବାସିନ୍ଦାଙ୍କ ହଙ୍ଗାମା:

କମ୍ପାନୀ କର୍ତ୍ତୃପକ୍ଷ ଅତ୍ୟନ୍ତ ତରବରିଆ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଚାହୁଁଥିବା ଅଭିଯୋଗ ଆଣିବା ସହ ଏହାକୁ ପୁନର୍ବିଚାର କରିବାକୁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ଗ୍ରାମବାସୀ । ଜନଶୁଣାଣି ଆରମ୍ଭ ହେବାର କିଛି ସମୟ ପରେ ବୈଠକସ୍ଥଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଜନଶୁଣାଣି କାର୍ଯ୍ୟକ୍ରମ କରୁଥିବା ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ, ଜିଲ୍ଲାପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୩ଟି ପଞ୍ଚାୟତର ଲୋକେ ଏହାକୁ ବିରୋଧ କରିଥିଲେ । ଜନଶୁଣାଣିକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।

'ଜନଶୁଣାଣି ସମୟରେ ମିଳୁଥିବା ପ୍ରତିଶ୍ରୁତି ହେଉନି ପାଳନ:

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ,"ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ ଯେକୌଣସି କମ୍ପାନୀ କରାଯିବା ପାଇଁ ହେଉଥିବା ଜନଶୁଣାଣି ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ସୁଯୋଗ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ସହ ଅନେକ ସୁବିଧା ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଉଛି । କିନ୍ତୁ କମ୍ପାନୀ ହେବା ପରେ ସୁବିଧା ତ ଦୂରର କଥା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିବେଶ ପ୍ରଦୂଷଣ ହେବା ସହ ଲୋକମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରସ୍ତାବିକ କମ୍ପାନୀମାନେ ଜମି ନେବା ପରେ ଲୋକଙ୍କୁ କାମ ଦେଉନଥିବା ବେଳେ ଓ ଅଳ୍ପ ସଂଖ୍ୟକ ଲୋକଙ୍କୁ କାମ ଦେଲେ ମଧ୍ୟ ନିୟମିତ ଦରମା ଦେଉନାହାନ୍ତି । ବାହାର ଲୋକଙ୍କୁ ଆଣି ସେଠାରେ କାମ ଦେଉଛନ୍ତି କମ୍ପାନୀମାନେ ।"

କମ୍ପାନୀ ହେବା ଦ୍ୱାରା ଏହି ଅଞ୍ଚଳରେ କିଡନୀ ଭଳି ଦୂରାରୋଗ ବ୍ୟାପୁଥିବା ପୂର୍ବରୁ ନଜିର ରହିଛି । ତେଣୁ କେଉଁ କମ୍ପାନୀ ହେବ ତାହାର ସବିଶେଷ ତଥ୍ୟ ଦେବା ସହ, ନିଯୁକ୍ତି ସୁଯୋଗ, ତିନି ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରିବା ନେଇ ଲିଖିତ ଭାବେ ଦେବେ ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯିବ ବୋଲି ଜନଶୁଣାଣିରେ କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସ୍ଥାନୀୟ କାଳୀପଲ୍ଲୀ ପଞ୍ଚାୟତର ବାସନାପୁଟି ବାସିନ୍ଦା ସି.ଏଚ୍ ରଘୁନାଥ ରେଡ୍ଡୀ କହିଛନ୍ତି,"ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଯେଉଁ ଜନଶୁଣାଣି ହୋଇଥିଲା ତାହାକୁ ବିରୋଧ କରିବାର କାରଣ ହେଲା ଏହାଦ୍ୱାରା ଅଞ୍ଚଳର ପ୍ରଦୂଷଣ ବୃଦ୍ଧି ପାଇବା ସହିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେବ । ଯେଉଁଥିପାଇଁ ଏହାକୁ ବନ୍ଦ କରିବା ସହ ଜେଟି ନିର୍ମାଣକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।"

କାଳୀପଲ୍ଲୀ ସରପଞ୍ଚଙ୍କ ପ୍ରତିନିଧି ବି.ଚନ୍ଦ୍ରମଣି ପାତ୍ର କହିଛନ୍ତି,"ଜିଲ୍ଲାପ୍ରଶାସନ ଦ୍ୱାରା ଯେଉଁ ଜନଶୁଣାଣି ହେଲା ଏହା ତରବରିଆ ଭାବରେ ହେଲା । ପୂର୍ବରୁ କମ୍ପାନୀ କରାଯାଇ କୌଣସି ସୁଫଳ ମିଳିନଥିବା ବେଳେ ଇତିମଧ୍ୟରେ ଅଞ୍ଚଳବାସୀ ଅନେକ ରୋଗର ଶିକାର ହୋଇଛନ୍ତି । ବିକାଶ ନାଁରେ ଶିଳ୍ପ ଦରକାର କିନ୍ତୁ ଏହାରି ନାମରେ ଯେଉଁ ଠକାମି କରୁଛନ୍ତି ତାହାକୁ ନିନ୍ଦା କରୁଛି । ଏଥିସହ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ମତାମତ ନନେଇ କରାଯିବା ନେଇ ପ୍ରସ୍ତାବ ଦେବା ସହିତ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ଦେବାକୁ ଦାବି କରିଛୁ ।"

ସେପଟେ କାଳୀପଲ୍ଲୀ ଗ୍ରାମର ଜି.ଧର୍ମରାଜୁ ରେଡ୍ଡୀ କହିଛନ୍ତି," ଶିକ୍ଷିତ ବ୍ୟକ୍ତିବିଶେଷ ଚାହୁଁଛନ୍ତି କମ୍ପାନୀ ହେଲେ ଅନେକ ନିଯୁକ୍ତି ପାଇପାରିବେ, ଲୋକେ ରୋଜଗାରକ୍ଷମ ହୋଇପାରିବେ । ଲୋକେ ବିରୋଧ କରିବାର କାରଣ ହେଉଛି ପୂର୍ବରୁ ଆସିଥିବା କମ୍ପାନୀର କାର୍ଯ୍ୟକୁ ନେଇ ଲୋକମାନଙ୍କ ମଧ୍ୟରେ ବିରକ୍ତଭାବ । ଯେଉଁଥିପାଇଁ ଏଠାରେ ପ୍ଲାଣ୍ଟ ହୋଇପାରୁନାହିଁ । ପ୍ଲାଣ୍ଟ ହେଲେ ଲୋକେ ନିଯୁକ୍ତି ପାଇପାରନ୍ତେ । ଅନୁକୂଳ ପରିବେଶ ହୋଇପାରୁନାହାନ୍ତି ।"

୧୦୦ ଏକର ଜମିରେ ହେବ ପ୍ରସ୍ତାବିତ ପ୍ରକଳ୍ପ

ଗୋପାଳପୁର ପୋର୍ଟର ୨୦ ଏକର ଜମି ଓ ଇଡକୋର ୮୦ ଏକର ଜମିରେ ପ୍ରସ୍ତାବିତ ଏଲଏନଜି ଟର୍ମିନାଲ ଓ ଜେଟି ନିର୍ମାଣ ପାଇଁ ପ୍ରକଳ୍ପ କରାଯିବା ପାଇଁ ଯୋଜନା ରଖିଛି କମ୍ପାନୀ । ଏକ ତରଳ ପଦାର୍ଥକୁ ଗ୍ୟାସରେ ପରିବର୍ତ୍ତନ କରାଯିବାର କାର୍ଯ୍ୟ କରିବ ଏହି କମ୍ପାନୀ । ଏହାଦ୍ୱାରା ବାୟୁ ଓ ଜଳ ବଡଧରଣର ପ୍ରଦୂଷଣ ହେବ ନାହିଁ ବୋଲି କୁହାଯାଉଥିବା ବେଳେ କିଛି ମାତ୍ରାରେ ଏହା ପ୍ରଭାବିତ ହେବା ବୋଲି ଆଶଙ୍କା କରାଯାଉଛି । ଯାହାକୁ ଅଞ୍ଚଳବାସୀ ବିରୋଧ କରୁଛନ୍ତି ।

ଏନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦୀପକ ସାହୁ କହିଛନ୍ତି, "୨୦ ଜଣ ସେମାନଙ୍କ ମତାମତ ଦେଇଛନ୍ତି । ଜନଶୁଣାଣିରେ ସଂଗୃହିତ ହୋଇଥିବା ଜନସାଧାରଣଙ୍କ ତଥ୍ୟକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ପଠାଯିବ । ଏହାପରେ ସେହି ପ୍ରସ୍ତାବିତ କମ୍ପାନୀକୁ ପରିବେଶ ମଞ୍ଜୁରୀ ମିଳିବ କି ନାହିଁ ସେଠାରେ ନିଷ୍ପତ୍ତି ନିଆଯିବ ।"

ଏହାମଧ୍ୟ ପଢନ୍ତୁ...

ଜନଶୁଣାଣି କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ, ଉଡିଲା ଚେୟାର

ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing

କୋଇଲା ଖଣି ବିରୋଧରେ ପ୍ରଜାମେଳି ! ଜନଶୁଣାଣି କରାଇ ନ ଦେବାକୁ ଶପଥ - Protest Against Coal Mine Projects

ଏହି ଜନଶୁଣାଣିରେ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତିଙ୍କ ସହ ବହୁ ପୋଲିସ ଅଧିକାରୀ ଓ ତିନୋଟି ପଞ୍ଚାୟତର ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.