ETV Bharat / state

'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ-ହରଣ, ୨୦୧୪ରୁ ବଢ଼ି ଚାଲିଛି ସଂଖ୍ୟା' - ODISHA ASSEMBLY BUDGET SESSION 2025

ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଓଡିଶା ବିଧାନସଭା ବଜେଟ ଅଧିବେଶନ
ଓଡିଶା ବିଧାନସଭା ବଜେଟ ଅଧିବେଶନ (ETV Bharat)
author img

By ETV Bharat Odisha Team

Published : Feb 14, 2025, 5:23 PM IST

ଭୁବନେଶ୍ବର: ପଦାରେ ପଡ଼ିଲା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ । ସ୍ମାର୍ଟ କ୍ଲାସରୁମ ଓ ଡିଜିଟାଲ ପାଠପଢ଼ା ଆଳରେ ସାମନାକୁ ଆସିଛି ଚମକେଇ ଦେଲା ଭଳି ତଥ୍ୟ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି ପଦାରେ ପଡିଛି । ଅଷ୍ଟମ ଶ୍ରେଣୀ ପିଲା ଫେଡାଣ ହରଣ ଜାଣିନଥିବା ତଥ୍ୟ ସାମନାକୁ ଆସିଛି । ପୁଣି ଏହି ସଂଖ୍ୟା ପ୍ରତିବର୍ଷ ବଢି ଚାଲିଛି । ଏକଥା ଖୋଦ୍‌ ମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଛନ୍ତି ।

  • ପିଲା ଜାଣି ନାହାନ୍ତି ଫେଡ଼ାଣ ହରଣ

'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ । ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡ଼ାଣ । ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ । ଏହି ସଂଖ୍ୟା ପ୍ରତି ବର୍ଷ ବଢି ବଢି ଚାଲିଛି । ୨୦୧୪ ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ବେଳେ ୨୦୨୪ ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି । ସେହିପରି ୨୦୧୪ ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ ରେ ତାହା ବଢି ୪୫.୮ ପ୍ରତିଶତ ରେ ପହଞ୍ଚିଛି ।' ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ (ETV Bharat Odisha)

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ‘‘ବର୍ତ୍ତମାନ ସରକାର ନୂଆ ନୂଆ ପଦକ୍ଷେପ ନେଇଛନ୍ତି । ନିପୂଣ ଓଡ଼ିଶା ଲଞ୍ଚ୍‌ କରିଛନ୍ତି ରାଜ୍ୟ ସରକାର । ଏହ ନିପୂଣ ଓଡିଶା ମାଧ୍ୟମରେ ପ୍ରାଥମିକ ସ୍କୁଲରେ ତୃତୀୟ ଶ୍ରେଣୀର ପିଲାଙ୍କୁ ମାତୃଭାଷା, ଗଣିତ, ଖେଳ ମାଧ୍ୟମରେ ପାଠପଢାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଯୋଗୁଁ ପିଲା ଆକର୍ଷିତ ହେଉଛନ୍ତି । ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିଛି । ସେତେବେଳର ସରକାର ପିଲାଙ୍କ ପାଇଁ ଚିନ୍ତା କରୁନଥିଲେ । ପ୍ରାଥମିକ ସ୍ତରରେ ଯେତିକି କରିବା କଥା ତାହା କରିନଥିଲେ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ଆଟେଡାନ୍ସ ବଢିଛି । ଗଣିତ ଭଳି ବିଷୟରେ ପିଲାମାନେ ଭଲ କରୁଛନ୍ତି । ନିପୂଣ ଓଡିଶା ସରକାରର ଏକ ଭଲ ପଦକ୍ଷେପ । ଯେଉଁଥିପାଇଁ ପିଲାମାନେ ପାଠପଢାରେ ଭଲ କରୁଛନ୍ତି । ସେହିପରି ଶିକ୍ଷକ ଅଭାବ ଦୂର ପାଇଁ ସରକାର ପଦକ୍ଷେପ ନେଇଛନ୍ତି, ଯେଉଁ ବିଷୟରେ ପିଲାମାନେ ଦୁର୍ବଳ ଅଛନ୍ତି, ସେ ବିଷୟରେ ତାଙ୍କୁ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବାକୁ ବ୍ୟବସ୍ଥା କରାଯାଉଛି । ସେ ସବୁ ବିଷୟରେ ଅଧିକ ଶିକ୍ଷକ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି।’’

ଓଡିଶା ବିଧାନସଭା ବଜେଟ ଅଧିବେଶନ
ଓଡିଶା ବିଧାନସଭା ବଜେଟ ଅଧିବେଶନ (ETV Bharat)

ଏହା ମଧ୍ୟ ପଢନ୍ତୁ ଚାଷୀ ଓ ଆଇନଶୃଙ୍ଖଳା ନେଇ ବିଧାନସଭା ହୁଲୁସ୍ତୁଲ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଏହା ମଧ୍ୟ ପଢନ୍ତୁ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଖୋଲିବେ ବଜେଟ ପେଡ଼ି, ଏଥର ୩ ଲକ୍ଷ କୋଟି ଛୁଇଁପାରେ ଆକାର

  • ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିବେଦନ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକ ଓ ଅଧ୍ୟାପକ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ‘‘ବର୍ତ୍ତମାନ ପରୀକ୍ଷାର ସମୟ । ସେମାନେ ଆନ୍ଦୋଳନକୁ ନ ଆସନ୍ତୁ । ସରକାର ସେମାନଙ୍କ କଥା ବିଚାର କରୁଛନ୍ତି । ସେମାନଙ୍କ ଦାବି ପାଇଁ କମିଟି ମଧ୍ୟ ଗଠନ ହୋଇଛି । ମୁଁ ନିବେଦନ କରୁଛି, ସେମାନେ ଆନ୍ଦୋଳନ ନ କରି ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ’’ ।

  • ୧୭ରେ ରାଜ୍ୟ ବଜେଟ

ଆସନ୍ତା ୧୭ ତାରିଖରେ 2025-26 ଆର୍ଥିକ ବର୍ଷ ଲାଗି ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.