ETV Bharat / bharat

ବଦଳୁଛି କି କାଶ୍ମୀର ରାଜନୀତି ? ଓମାରଙ୍କ ଟ୍ବିଟ୍‌କୁ ମୋଦିଙ୍କ ରିଟ୍ବିଟ୍‌ ବଢାଇଲା ଚର୍ଚ୍ଚା - Z MORH TUNNEL

ବିଜେପିର ନିକଟତର ହେଉଛି କି ନ୍ୟାସନାଲ କନଫରେନ୍ସ । କାଲି ଜେଡ-ମୋଡ ଟନେଲ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବଦଳୁଛି କି କାଶ୍ମୀର ରାଜନୀତି ! ଗସ୍ତ ପୂର୍ବରୁ ଓମାରଙ୍କ ଟ୍ବିଟକୁ ପ୍ରଧାନମନ୍ତ୍ରୀଙ୍କ ରିଟ୍ବିଟ୍‌ ବଢାଇଲା ଚର୍ଚ୍ଚା
ବଦଳୁଛି କି କାଶ୍ମୀର ରାଜନୀତି ! ଗସ୍ତ ପୂର୍ବରୁ ଓମାରଙ୍କ ଟ୍ବିଟକୁ ପ୍ରଧାନମନ୍ତ୍ରୀଙ୍କ ରିଟ୍ବିଟ୍‌ ବଢାଇଲା ଚର୍ଚ୍ଚା (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 5:11 PM IST

ଶ୍ରୀନଗର: ବଦଳୁଛି କାଶ୍ମୀର ରାଜନୀତି । ଧାରା-୩୭୦ ଉଚ୍ଛେଦ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଦେଖିଥିବା କାଶ୍ମୀରରେ ଅବଦୁଲ୍ଲା ପରିବାର ନିକଟକୁ କ୍ଷମତା ଫେରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନ୍ୟାସନାଲ କନଫରେନ୍ସ ସମର୍ଥନରେ କଂଗ୍ରେସ ରହିଛି । ହେଲେ ଓମାର ଓ ତାଙ୍କ ଦଳ ‘ଭାରତୀୟ ଜନତା ପାର୍ଟି’ର ନିକଟତର ହେଉଥିବା ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ କେତେକ ସକରାତ୍ମକ ସଙ୍କେତ ମଧ୍ୟ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି ।

ସୋନମାର୍ଗକୁ ସଂଯୋଗ କରୁଥିବା ଜେଡ-ମୋଡ୍‌ ଟନେଲ୍କୁ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମର ସମୀକ୍ଷା ସମ୍ପର୍କରେ ଏକାଧିକ ଫଟୋ ଟ୍ବିଟ୍‌ ମଧ୍ୟ କରିଛନ୍ତି । ତେବେ ରୋଚକ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓମାରଙ୍କ ଟ୍ବିଟରେ ପ୍ରତିକ୍ରିୟା ରଖିଛନ୍ତି । ମୋଦି ଏହାକୁ ଲମ୍ବା କ୍ୟାପ୍ସନ ସହ ରି-ଟ୍ବିଟ ମଧ୍ୟ କରିଛନ୍ତି ।

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କଲେ ଓମାର:

ଟ୍ବିଟରେ ଓମାର ଫଟୋ ସେୟାର କରି ଲେଖିଛନ୍ତି,ପ୍ରଧାନମନ୍ତ୍ରୀ ଜୀଙ୍କ ସୋମବାର ଗସ୍ତର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆଜି ସୋନମାର୍ଗ ଗସ୍ତ କରିଛି । ଜେଡ-ମୋଡ୍‌ ଟନେଲର ଉଦଘାଟନ୍‌ ଫଳରେ ବର୍ଷ ସାରା ସୋନମାର୍ଗକୁ ପର୍ଯ୍ୟଟନ ପାଇଁ ରାସ୍ତା ଖୋଲିବ । ଶୀତଦିନେ ସ୍ଥାନୀୟ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଶ୍ରୀନଗରରୁ କାର୍ଗିଲ ଓ ଲେହକୁ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ ।’

  • ରିଟ୍ବିଟ୍‌ କଲେ ପ୍ରଧାନମନ୍ତ୍ରୀ: ‘ଆପଣ ଠିକ କହିଛନ୍ତି’

ପ୍ରଧାନମନ୍ତ୍ରୀ ମୋଦି ଓମାରଙ୍କ ଏହି ଟ୍ବିଟକୁ ରିଟ୍ବିଟ କରିଛନ୍ତି । ଲେଖିଛନ୍ତି,‘‘ଟନେଲ ଉଦଘାଟନ୍‌ ପାଇଁ ମୁଁ ସୋନମାର୍ଗ ଓ ଜମ୍ମୁ କାଶ୍ମୀର ଗସ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଛି । ଆପଣ (ଓମାର) ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତି ପାଇଁ ଏହି ଟନେଲର ଉପକାରିତାକୁ ସଠିକ୍ ଭାବରେ ବର୍ଣ୍ଣନା କରିଛନ୍ତି । ଆକାଶମାର୍ଗରୁ ନିଆଯାଇଥିବା ଚିତ୍ର ଏବଂ ଭିଡିଓଗୁଡିକୁ ବେଶ ଭଲ ଲାଗୁଛି ।’’

ଏହା ମଧ୍ୟ ପଢନ୍ତୁ:-

ମୁଁ ମଣିଷ, ମୁଁ ଭଗବାନ ନୁହେଁ, ମୋ ଦ୍ବାରା ଭୁଲ ନିଶ୍ଚିତ ହେବ: ପ୍ରଧାନମନ୍ତ୍ରୀ ମୋଦି - PM MODI PODCAST

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ

ନୂଆବର୍ଷରେ ମୋଦିଙ୍କୁ ଭେଟିଲେ ଦିଲଜିତ ଦୋସାଞ୍ଜ, ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

କୁଏତରେ ଶୁଭିଲା ଜୟ ଜଗନ୍ନାଥ, ଓଡ଼ିଆ ପୁଅ ସହ କଥା ହେଲେ ମୋଦି

  • କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ:

ଆସନ୍ତାକାଲି (ଜାନୁଆରୀ 13, ସୋମବାର) ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀର ଗସ୍ତ କରି ଏହି ଚର୍ଚ୍ଚିତ ଟନେଲର ଉଦଘାଟନ କରିବେ । ଏହି ଅତ୍ୟାଧୁନିକ ଟନେଲ୍ କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସୋନମାର୍ଗକୁ ଏକ ସର୍ବକାଳୀନ ଯୋଗାଯୋଗ ସୁବିଧା ପ୍ରଦାନ କରିବ । ପ୍ରବଳ ତୁଷାରପାତ ସତ୍ତ୍ବେ ମଧ୍ୟ ଏହି ଟନେଲରେ ଯାତାୟତ ପ୍ରଭାବିତ ହେବନାହିଁ । ପର୍ଯ୍ୟଟକମାନେ କୌଣସି ଋତୁରେ ସୋନମାର୍ଗ ପହଞ୍ଚି ପାରିବେ । ସମୁଦ୍ର ପତ୍ତନ ଠାରୁ ପ୍ରାୟ 8,650 ଫୁଟ ଉଚ୍ଚରେ ନିର୍ମିତ ଏହି ଟନେଲର ଲମ୍ବ ରହିଛି ଦୀର୍ଘ 6.5 କିଲୋମିଟର । ଆସନ୍ତାକାଲି କାର୍ଯ୍ୟକ୍ରମରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.