ETV Bharat / politics

ଖୋଲିବ ଋଷି ମୃତ୍ୟୁ ରହସ୍ୟ ପେଡି, ବଢିପାରେ BJD ବିଧାୟକଙ୍କ ଅଡୁଆ - RISHI MURDER MYSTERY

10 ବର୍ଷ ତଳର ରାଜଧାନୀର ଚର୍ଚ୍ଚିତ ଋଷି ମୃତ୍ୟୁ ରହସ୍ୟ ପେଡି ଖୋଲିପାରେ । ଏହି ରହସ୍ୟ ଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକଙ୍କ ସୂଚନା । ପ୍ରତିକ୍ରିୟା ରଖିଲେ ପୂର୍ବତନ ମେୟର

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 10, 2025, 9:38 PM IST

ଭୁବନେଶ୍ବର: ଖୋଲିବ 10 ବର୍ଷ ତଳର ମର୍ଡର ମିଷ୍ଟ୍ରି ଫାଇଲ । 2016ରେ ଘଟିଥିବା ବହୁ ଚର୍ଚ୍ଚିତ ଆଶୁତୋଷ ମହାନ୍ତି ଓରଫ ଋଷି ମୃତ୍ୟୁ ରହସ୍ୟର ଖୋଲିବାକୁ ଯାଉଛି ବିଜେପି । ଏହି ମର୍ଡର ଫାଇଲ ଖୋଲିବାକୁ ସରକାରଙ୍କ ନିକଟରେ ନିବେଦନ କରିବ ବିଜେପି । ଏନେଇ ଆଜି ଏକାମ୍ର ବିଧାୟକ ବାବୁ ସିଂ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଥିବା ସେ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲା କଂଗ୍ରେସ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

ଖୋଲିବ ଋଷି ହତ୍ୟାକାଣ୍ଡର ଗୁମର:
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, " ବିଗତ 10 ବର୍ଷ ତଳେ ଋଷିର ଯେଉଁ ହତ୍ୟାକାଣ୍ଡ ଘଟିଥିଲା ତାହାର ପର୍ଦ୍ଦାଫାସ ବା ତା ପରିବାରକୁ କିଏ ସମବେଦନା ଜଣାଇଥିଲା । ତତ୍କାଳୀନ ମେୟର ସେହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ ଘେରରେ ଅଛନ୍ତି । ସେହି ହତ୍ୟାକାଣ୍ଡର ଫାଇଲ ଖୋଲିବାକୁ ଆମେ ସରକାରଙ୍କୁ ନିଶ୍ଚିତ ଜଣାଇବୁ । ଋଷି ମୃତ୍ୟୁର ଫାଇଲ ଖୋଲିଲେ ତା’ ପରିବାର ନିଶ୍ଚିତ ଶାନ୍ତିରେ ଜୀବନଯାପନ କରିପାରିବେ । ଆଜିବି ତାଙ୍କ ପରିବାର ଦୁଃଖ ଭିତରେ ରହିଛନ୍ତି ।’

ଖୋଲିବ ଋଷି ମୃତ୍ୟୁ ରହସ୍ୟ ପେଡି (ETV Bharat Odisha)

ଯେତେ ତଦନ୍ତ କଲେ ମୁଁ ପ୍ରସ୍ତୁତ:

ବିଜେପି ବିଧାୟକ ବାବୁ ସିଂଙ୍କ ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି, ‘ଯେ କୌଣସି ତଦନ୍ତ ହେଲେ ମୁଁ ପ୍ରସ୍ତୁତ । ମୁଁ ସବୁବେଳେ ସ୍ବାଗତ କରିଛି । ମୁଁ ମୂଳରୁ କହିଛି, ଭବିଷ୍ୟତରେ ବି କହିବି ଜୀବନ ଥିବା ପର୍ଯ୍ୟନ୍ତ..ମୁଁ କେବେ ନଥିଲି । ଯେତେ ପ୍ରକାର ତଦନ୍ତ କଲେ ମୁଁ ପ୍ରସ୍ତୁତ । ଯଦି ଅନ୍ୟାୟରେ ଥାନ୍ତା ମୁଁ ଚ୍ୟାଲେଞ୍ଜ ଦେଇକି ବିଧାୟକ ହୋଇ ଜିତିଲି ।

କାହାକୁ ଭଲ ପାଇଲି ତାହା ବ୍ୟକ୍ତିଗତ:
ସେ ଆହୁରି କହିଛନ୍ତି, ‘ବ୍ୟକ୍ତିଗତ ଭାବରେ ମୁଁ କାହାକୁ ଭଲ ପାଇଲି କାହାକୁ କଣ କଲି ସେଥିରେ ଯେଉଁଟା ନ୍ୟାୟ ନ୍ୟାୟ ଯାହା ଅନ୍ୟାୟ ଅନ୍ୟାୟ ସେଥିରେ କୌଣସି ଅସୁବିଧା ହେବ ନାହି । ମୋ ନାଁରେ ଥାନାରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମାମଲା ନାହିଁ । 22 ବର୍ଷ ରାଜନୈତିକ କ୍ୟାରିୟରରେ କୌଣସି ମାମଲା ନାହିଁ ।’

ଋଷି ମୃତ୍ୟୁ ରହସ୍ୟ:

ଏହି ଘଟଣାଟି 2016ର । ମେ’ 6, 2016ରେ ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ହଷ୍ଚେଲ ଭିତରୁ ମିଳିଥିଲା ଇଞ୍ଜିନିୟରିଂ ଆଶୁତୋଷ ମହାନ୍ତି ଓରଫ ଋଷିଙ୍କ ମୃତତେଦହ । ପୋଲିସ ଏକ ଅପମୃତ୍ୟୁ ମାମଲାର ରୁଜୁ କରିଥିଲା । ଋଷିକୁ ହତ୍ୟା କରାଯାଇଥିବା ସେ ସମୟରେ ଅଭିଯୋଗ ଆଣିଥିଲେ ଋଷିଙ୍କ ବାପା ମା’ ।

ଋଷି ମୃତ୍ୟୁ ରହସ୍ୟ ପେଡି
ଋଷି ମୃତ୍ୟୁ ରହସ୍ୟ ପେଡି (File pic)

ଋଷି ମୃତ୍ୟୁ ସହ କେମିତି ଯୋଡି ହେଲା ପୂର୍ବତନ ମେୟରଙ୍କ ନାଁ:

ଋଷି ମୃତ୍ୟୁର 6 ମାସ ପରେ ଅର୍ଥାତ ଡିସେମ୍ବର ମାସରେ ଏକ ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ତତ୍କାଳୀନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ଅଭିଯୋଗ ଆଣିଥିଲେ, ଏହି ମୃତ୍ୟୁ ପଛରେ ଶାସକ ଦଳର ଜଣେ ଜଣେ ନେତାଙ୍କ ସମ୍ପୃକ୍ତି ରହିଛି । ଏହି ଘଟଣାକୁ ପରେ ଛାତ୍ର କଂଗ୍ରେସ ମୁଦ୍ଦା କରିଥିଲା । ପରେ ବିଜେପି ମଧ୍ୟ ଆନ୍ଦୋଳନ କରିଥିଲା । ଗୋଟିଏ ଦିନରେ ବିଜେପି-ବିଜେଡି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେ ସମୟରେ ତଦନ୍ତ ପରିସରକୁ ଆସିଥିଲେ ଅନନ୍ତ:

ଏହି ଘଟଣାକୁ ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ସେତେବେଳେ ତଦନ୍ତ ପରିସରକୁ ଆସିଥିଲେ ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା । ଏହାକୁ ନେଇ ବିଜେପି ଅନନ୍ତଙ୍କୁ ଟାର୍ଗେଟ କରିଥିଲା । ରାଜନୈତିକ ଚାପ ବଢିବା ପରେ ଡିପିସି ସତ୍ୟବ୍ରତ ଭୋଇଙ୍କ ତତ୍ତ୍ବାବଧାନରେ ଜଣେ ACP ରାଙ୍କର ଅଫିସର ତନାଘନା କରିଥିଲେ । ଋଷିଙ୍କ 3 ସାଙ୍ଗଙ୍କୁ ପଚରାଉଚରା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:

ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ, ରେଳଟ୍ରାକରୁ ମିଳିଥିଲା ମୃତଦେହ

ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ

ମୃତ୍ୟୁର 10 ଦିନ ପୂର୍ବରୁ ଏମିତି ପୋଷ୍ଟ କରିଥିଲେ ଋଷି:

ଋଷିଙ୍କ ସନ୍ଦେହ ଜନକ ମୃତ୍ୟୁର 10 ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଋଷି । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ 2 ଜଣ ବ୍ୟକ୍ତିଙ୍କ କାଉଣ୍ଟଡାଉନ ଆରମ୍ଭ । ଜଣେ ମହିଳା ଓ ରାଜନୈତିକ ବ୍ୟକ୍ତି ବୋଲି ଦର୍ଶାଇଥିଲେ । ଯାହାକୁ ନେଇ ଘଟଣା ଚର୍ଚ୍ଚା ହୋଇଥିଲା ଭିଡିଓ ସୁଟିଂ ପଛରେ ଋଷିଙ୍କ ଜଣେ ବାନ୍ଧବୀଙ୍କ ଭୂମିକା ଥିଲା । ଋଷିଙ୍କ ମା’ ବାପା ମଧ୍ୟ ଆପତ୍ତି ଉଠାଇଥିଲେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୁଅର ମୃତ୍ୟୁ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି କହିଥିଲେ । ପରେ ଏହାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିନଥିଲା । ବର୍ତ୍ତମାନ ପୁଣି ଏହି ମାମଲାର ତଦନ୍ତ କରିବାକୁ ଦାବି କରାଯିବ କହିବା ପରେ ପୁଣି ଚର୍ଚ୍ଚା ହେଉଛି ଋଷି ମୃତ୍ୟୁ ଉପରୁ ପରଦା ହଟିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.