ETV Bharat / bharat

ଛତିଶଗଡରେ ଏନକାଉଣ୍ଟର, ଟଳିଲେ ୩ ନକ୍ସଲ - NAXALS KILLED IN ENCOUNTER

ବିଜାପୁର ଜଙ୍ଗଲରେ ୩ ହାର୍ଡକୋର ନକ୍ସଲ ନିପାତ । ୬ ତାରିଖରେ ଆଇଇଡି ବିସ୍ଫୋରଣରେ ଯାଇଥିଲା ୮ ଯବାନଙ୍କ ଜୀବନ ।

ଛତିଶଗଡରେ ଏନକାଉଣ୍ଟର, ଟଳିଲେ ୩ ନକ୍ସଲ
ଛତିଶଗଡରେ ଏନକାଉଣ୍ଟର, ଟଳିଲେ ୩ ନକ୍ସଲ (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 3:57 PM IST

ରାୟପୁର: ଛତିଶଗଡର ବିଜାପୁର ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷାବଳ ଗୁଳିରେ ତିନିଜଣ ହାର୍ଡକୋର ନକ୍ସଲ ନିପାତ ହୋଇଛନ୍ତି । ମଦ୍ଦେଡ ଜିଲ୍ଲାରେ ଏହି ଅପରେସନ ଜାରି ରହିଛି । ନିହତ ୩ ନକ୍ସଲ ୟୁନିଫର୍ମରେ ଥିଲେ । ସୁରକ୍ଷାକର୍ମୀ ସେମାନଙ୍କର ମୃତଦେହ ସହ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି । ବିଜାପୁର ଏଏସପି ଚନ୍ଦ୍ରକାନ୍ତ ଗୋବର୍ଣ୍ଣା ଗଣମାଧ୍ୟମକୁ ଏହି ସୂଚନା କରିଛନ୍ତି ।

  • ଇନପୁଟ୍‌ ସୂଚନା ଆଧାରରେ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ

ବିଜାପୁର ଜିଲ୍ଲାର ବାନ୍ଦେପାରା ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆଜି କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ଫୋର୍ସ ଦ୍ବାରା ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆଜି ସକାଳେ ସଶସ୍ତ୍ର ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିୟମ ହୋଇଥିଲା । ଏଥିରେ ୩ ଜଣ ନକ୍ସଲ ନିପାତ ହୋଇଛନ୍ତି । ୩ ନକ୍ସଲଙ୍କ ମୃତଦେହ, ଏକାଧିକ ମାରଣାସ୍ତ୍ର ଓ କିଛି ମାଓ ସାମଗ୍ରୀ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଛି । ଅନ୍ୟ କିଛି ନକ୍ସଲ ଜଙ୍ଗଲ ମଧ୍ୟକୁ ଖସିଯାଇଥିବା ସନ୍ଦେହରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:-

ଛତିଶଗଡରେ ନକ୍ସଲଙ୍କ ବଡ଼ ଆକ୍ରମଣ, ୮ ଯବାନ ଶହୀଦ - BIJAPUR NAXAL ATTACK

ଏନକାଉଣ୍ଟରରେ ୪ ନକ୍ସଲ ନିପାତ, ଯବାନ ଶହୀଦ

ନୂଆପଡା ସୀମାନ୍ତରେ ଏନକାଉଣ୍ଟର, 3 ନକ୍ସଲ ସଫା - NAXAL ENCOUNTER

  • ୬ ତାରିଖରେ ୮ ଯବାନଙ୍କ ଜୀବନ ନେଇଥିଲେ ନକ୍ସଲ

ଚଳିତବର୍ଷ ଆରମ୍ଭରୁ ଛତିଶଗଡରେ କ୍ରମାଗତ ଏନକାଉଣ୍ଟର ଜାରି ରହିଛି । ଜାନୁଆରୀ 3 ତାରିଖରେ ଗରିଆବନ୍ଧ ଜିଲ୍ଲାରେ ଏନକାଉଣ୍ଟର ହୋଇଥିଲା । ଏହାପରେ 4 ତାରିଖରେ ଦାନ୍ତେୱାଡାରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ । ପରେ 6 ତାରିଖରେ ଦୁଇଟି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା ।

ଉକ୍ତ ଦିନ ବିଜାପୁର ଜଙ୍ଗଲରେ ନକ୍ସଲ ଖଞ୍ଜିଥିବା ‘ଆଇଇଡି’ ବିସ୍ଫୋରଣରେ ୮ ଜଣ ଯବାନ ଶହୀଦ ହେବା ସହ ଜଣେ ସ୍ଥାନୀୟ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯବାନମାନେ ଏକ ଘରୋଇ ଭ୍ୟାନରେ ଅପରେସନରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ଦ୍ବାରା ରାସ୍ତାରେ ଖଞ୍ଜାଯାଇଥିବା ‘ଆଇଇଡି’ ବିସ୍ଫୋରଣ ହୋଇଥିଲା । ଏଥିରେ ଉକ୍ତ ଗାଡିରେ ଥିବା ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବିସ୍ଫୋରଣ ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଆଜି ଇନପୁଟ୍‌ ସୂଚନାକୁ ଆଧାର କରି ସୁରକ୍ଷାକର୍ମୀ ୩ ହାର୍ଡକୋର ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.