ETV Bharat / politics

ରସୁଲଗଡ ହତ୍ୟାକାଣ୍ଡ ରାଜନୀତି, ସହଦେବଙ୍କ ପରିବାର ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ - RASULGARH MURDER CASE

ରସୁଲଗଡ ପୋଲିସ ଇନଫର୍ମର ହତ୍ୟା ଘଟଣାକୁ ନେଇ ମୁହାଁମୁହିଁ ବିଜେପି- ବିଜେଡି । ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

Sahadev Nayak murder case
Sahadev Nayak murder case (ETV Bharat Odisha)
author img

By ETV Bharat Odisha Team

Published : Jan 10, 2025, 10:02 PM IST

ଭୁବନେଶ୍ୱର: ରସୁଲଗଡ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ବିଜେପି- ବିଜେଡି । ମୃତକଙ୍କ ପରିବାର ସହ ରହି ବିଜେପି ରାଜନୀତି କରୁଥିବା ବିଜେଡି ବିଧାୟକ ଅଭିଯୋଗ ଆଣିଥିବା ବେଳେ ଜବାବ ରଖିଛନ୍ତି ବିଜେପି ବିଧାୟକ । ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ଏବେସୁଦ୍ଧା ୫ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ ।

ରସୁଲଗଡ ହତ୍ୟା ଘଟଣାରେ ତେଜିଲା ରାଜନୀତି

ଜାନୁଆରୀ ୮ ତାରିଖ ଦିନ ଭୋର ସମୟରେ ରାଜଧାନୀ ଭୁବନେଶ୍ୱରର ରସୁଲଗଡ ଓଭରବ୍ରିଜରେ ହତ୍ୟାକାଣ୍ଡ ଘଟିଥିଲା । ପୂର୍ବରୁ ପୋଲିସ ମିତ୍ର ଥିବା ସହଦେବ ନାୟକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା ।ଘଟଣାରେ ଏବେସୁଦ୍ଧା ୫ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ଧରୁନି ।

ବିଜେଡିର ଅଭିଯୋଗ

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏହି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରି କହିଛନ୍ତି," ସରକାର ବଦଳିବା ପରେ ଅପରେସନ ସ୍ପାଇଡର, ଆଣ୍ଟି ଡ୍ରଗ୍ସ ଡ୍ରାଇଭ ମନ୍ଥର ହୋଇପଡିଛି । ସହଦେବ ନାୟକଙ୍କୁ ପୂର୍ବରୁ ଫସାଇବାକୁ ଉଦ୍ୟମ କରାଯାଉଥିବା ସେ ପୂର୍ବରୁ ଗଣମାଧ୍ୟମରେ କହିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କୁ ଧମକ ଦିଆଯାଉଥିବା ନେଇ ପୋଲିସକୁ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପ୍ରବାସୀ ଭାରତୀୟ ଦିବସରେ ରାଜଧାନୀ ପୋଲିସ ଛାଉଣୀରେ ଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଲା । ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦାବି କରୁଛୁ । ମୁଖ୍ୟମନ୍ତ୍ରୀ ଗୃହ ଦାୟିତ୍ୱରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗୃହ ବିଭାଗର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠୁଛି ।"

ବିଜେପି ରଖିଲା ପ୍ରତିଜବାବ

Sahadev Nayak murder case (ETV Bharat Odisha)

ଅନ୍ୟପଟେ ବିଜେଡି ପ୍ରଶ୍ନର ଉତ୍ତର ରଖି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, " ସହଦେବ ନାୟକ ହତ୍ୟା ଘଟଣା ଦୁଃଖଦାୟକ । ପରିବାର ପ୍ରତି ଆମର ସମବେଦନା ରହିଛି । ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଦୋଷୀଙ୍କୁ ଧରିବା ପାଇଁ । ପୋଲିସ ବି ୫ ଜଣକୁ ଗିରଫ କରି ତଦନ୍ତ ଚଳାଇଛି । ଘଟଣାରେ ଯେତେ ବଡ ବ୍ୟକ୍ତି ହେଲେ ବି ତାଙ୍କୁ ଧରାଯିବ । ଆଜି ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହୋଇଛି । ତାଙ୍କ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀ ରହିଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ପରେ ମୁଖ୍ୟମନ୍ତ୍ରୀ ସହଦେବଙ୍କ ପରିବାରକୁ ଭେଟିବେ । ଦୋଷୀକୁ ଦଣ୍ଡ ଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଜନୈତିକ ରୁଟି ସେକିବା ପାଇଁ ଚାହୁଁଛି ବିଜେଡି । ଡବଲ ଷ୍ଟାଣ୍ଡ କଥା କହୁଛି ବିଜେଡି । ଦୋମୁହାଁ ନୀତି ଧରିଛି ବିଜେଡି । ଋଷି ହତ୍ୟାକାଣ୍ଡରେ ତା ପରିବାରକୁ କେତେ ଆପଣଙ୍କ ସରକାର ସମବେଦନା ଜଣାଇଛନ୍ତି ବିଜେଡି ସ୍ପଷ୍ଟ କରୁ।"

ଏହାମଧ୍ୟ ପଢନ୍ତୁ...

ରସୁଲଗଡ ବୀଭତ୍ସ ହତ୍ୟାକାଣ୍ଡ, ଧରାପଡିଲେ 3 ଅଭିଯୁକ୍ତ

ପୋଲିସ ମିତ୍ରଙ୍କ ଗଡିଲା ମୁଣ୍ଡ, ବିଜେଡିର କାଛୁ ଉପାଖ୍ୟାନ ଉତ୍ତର ଦେଲା ବିଜେପି

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

ସହଦେବ ନାୟକ ହତ୍ୟା ଘଟଣା:
ଜାନୁଆରୀ ୮ ତାରିଖ ଦିନ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ରାଜଧାନୀ ପୋଲିସ ଛାଉଣୀରେ ଥିବା ବେଳେ ସକାଳୁ ସକାଳୁ ରସୁଲଗଡ ଓଭରବ୍ରିଜ ଉପରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବରୁ ଥିବା ଜଣେ ପୋଲିସ ମିତ୍ର ତଥା ପୋଲିସ ଇନଫର୍ମର ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ଏବେସୁଦ୍ଧା କମିଶନରେଟ ପୋଲିସ ୫ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ୩ଟି ସ୍ପେଶାଲ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.