ଓଡିଶା

odisha

ETV Bharat / politics

ମହାବୀରଙ୍କ ଆର୍ଶୀବାଦ ନେଇ ନାମାଙ୍କନ ଭରିବାକୁ ବାହାରିଲେ ରୁଦ୍ର - Odisha Assembly Election 2024

Odisha Assembly Election 2024: ଆଜି ନାମାଙ୍କନ ଭରିବେ ରୁଦ୍ର ପ୍ରତାପ ମହାରଥୀ । ବାଟ ମହାବୀରଙ୍କ ଆର୍ଶୀବାଦ ନେଇ ପରିବାର ସହ ବିଶାଳ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ବାହାରିଲେ ରୁଦ୍ର । ଅଧିକ ପଢନ୍ତୁ

By ETV Bharat Odisha Team

Published : May 3, 2024, 12:40 PM IST

ମହାବୀରଙ୍କ ଆର୍ଶୀବାଦ ନେଇ ନାମାଙ୍କନ ଭରିବାକୁ ବାହାରିଲେ ରୁଦ୍ର
ମହାବୀରଙ୍କ ଆର୍ଶୀବାଦ ନେଇ ନାମାଙ୍କନ ଭରିବାକୁ ବାହାରିଲେ ରୁଦ୍ର (Etv Bharat)

ମହାବୀରଙ୍କ ଆର୍ଶୀବାଦ ନେଇ ନାମାଙ୍କନ ଭରିବାକୁ ବାହାରିଲେ ରୁଦ୍ର (Etv Bharat)

ନିମାପଡ଼ା: ଆଜି ପିପିଲିରୁ ନାମାଙ୍କନ ଭରିବେ ରୁଦ୍ର ପ୍ରତାପ ମହାରଥୀ । ଏଥିପାଇଁ ସେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ପ୍ରଥମେ ପିପିଲି ବିଜେଡି କାର୍ଯ୍ୟାଳୟ ନିକଟରେ ଥିବା ବାଟ ମହାବୀର ମନ୍ଦିରରେ ନିଜ ପରିବାର ସହିତ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବାହାରି ଯାଇଛନ୍ତି । ତାଙ୍କ ସହ ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ମହାରଥୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ଦାସ ଅଛନ୍ତି ।

ଏହି ଅବସରରେ ରୁଦ୍ର ପ୍ରତାପ କହିଛନ୍ତି, ''ହଜାର ହଜାର ସଂଖ୍ୟାରେ ଡେଲାଙ୍ଗ ପିପିଲର ମାଆମାନେ, ଯୁବକସାଥୀ ଓ ବୁଦ୍ଧିଜୀବୀମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଅଞ୍ଚଳବାସୀ ମୋତେ ପୁନର୍ବାର ଏହି ସ୍ବାଭିମାନୀ ମାଟିର ସେବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାକୁ ସୁଯୋଗ ଦେବେ ବୋଲି ମୋର ବିଶ୍ବାସ ।'' ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କୁ ଯେଉଁଭଳି ପିପିଲିବାସୀ ସମର୍ଥନ ଦେଇ ଆସୁଥିଲେ ସେହିଭଳି ସମର୍ଥନ ରୁଦ୍ରଙ୍କ ପ୍ରତି ରହିବ ଏବଂ ସେ ନିଶ୍ଚୟ ବିଜୟଲାଭ କରିବେ ବୋଲି ତାଙ୍କର ମାଆ ପ୍ରତିଭା ମହାରଥୀ ଏବଂ ଭଉଣୀ ପଲ୍ଲବୀ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ତ୍ରିମୁଖୀ ଲଢେଇ, ବିଜେଡିକୁ ଚେକମେଟ୍ ଦେବାକୁ ବିରୋଧୀଙ୍କ ସ୍ବତନ୍ତ୍ର ରଣନୀତି - Odisha Assembly Election 2024

ପିପିଲି ଆସନଟି ବିଜେଡିର ଗଡ଼ ଭାବେ ରହିଆସିଛି । ପୂର୍ବରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଏଠୁ ବିଧାୟକ ଥିବାବେଳେ ତାଙ୍କର ନିଧନ ପରେ ପୁଅ ରୁଦ୍ର ପ୍ରତାପ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପୁଣିଥରେ ତାଙ୍କୁ ଏଠୁ ଟିକଟ ଦେଇଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ତେବେ ପିପିଲିରେ ଏଥର ବି କଡା ଲଢେଇ ଦେଖିବାକୁ ମିଳିବ । ରୁଦ୍ର ପୁନର୍ବାର ଭୋଟରଙ୍କ ଆଶୀର୍ବାଦ ପାଇବାର ଆଶା ରଖିଥିବା ବେଳେ ବିଜେଡି ଗଡରେ ବିଜୟ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟ କସରତ ଚଳାଇଛନ୍ତି । ଏହାକୁ ନେଇ ଏବେ ବେଶ୍ ସରଗରମ ରହିଛି ପିପିଲି ରାଜନୀତି ।

ଏହା ମଧ୍ୟ ପଢନ୍ତୁ: କାକଟପୁରରେ ବିଜେପିର ଶକ୍ତି ପ୍ରଦର୍ଶନ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ ଶୋ - BJP Campaign Kakatpur

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details