ମୁମ୍ବାଇ/ରାଞ୍ଚି: ଆଜି ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ଏକକାଳୀନ ସମସ୍ତ 288 ଆସନରେ ଭୋଟିଂ ହୋଇଥିବା ବେଳେ ଝାଡଖଣ୍ଡରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ 38 ଆସନରେ ମତଦାନ ହୋଇଛି । ମକପୁଲିଂ ଶେଷ ହେବା ପରେ ସକାଳ 7 ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପରେ ସନ୍ଧ୍ୟା 6ଟା ସୁଦ୍ଧା ମତଦାନ ଗ୍ରହଣ ଶେଷ ହୋଇଛି । ଆସନ୍ତା 23ରେ ଆସିବ ଫଳାଫଳ ।
ଉଭୟ ରାଜ୍ୟରେ ରାଜନୈତିକ ସମୀକରଣ ଓ ପ୍ରତିଦ୍ବନ୍ଦ୍ବିତା ରୋଚକ ମୋଡରେ ଥିବା ବେଳେ ମତଦାତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଉଭୟ ରାଜ୍ୟରେ ଭୋଟିଂ ଆରମ୍ଭରୁ ମତଦାନ କେନ୍ଦ୍ରଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସଂଧ୍ୟା 6ଟାରେ ଭୋଟିଂ ସରିଥିବା ବେଳେ ପରେ କଡା ସୁରକ୍ଷା ମଧ୍ୟରେ ‘ଇଭିଏମ’ ଓ ‘ଭିଭିପ୍ୟାଟ’କୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।
- ମହାରାଷ୍ଟ୍ର ରାଜନୀତି:-
ବିଜେପି ନେତୃତ୍ବାଧୀନ ମେଣ୍ଟ ଶାସିତ ମହାରାଷ୍ଟ୍ରର ନିର୍ବାଚନୀ ରାଜନୀତି ଓ ପ୍ରତିଦ୍ବନ୍ଦ୍ବିତା ରୋଚକ ସ୍ଥିତିରେ ରହିଛି । ବିଜେପି ନେତୃତ୍ବାଧୀନ ଶାସକ ମେଣ୍ଟ (ମହାୟୁତି ମେଣ୍ଟ) ସହ କଂଗ୍ରେସ- ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ ‘ଶରଦ ପାଓ୍ବାର-ଏନସିପି’ ନେଇ ଗଠିତ ତ୍ରିକୋଣୀୟ ମେଣ୍ଟ ମହାବିକାଶ ଅଗାଡି (MVA) ମଧ୍ୟରେ କଡା ମୁକାବିଲା ହେଉଛି । 288 ଆସନ ପାଇଁ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ଗ୍ରାଉଣ୍ଡରେ ମୋଟ 4,136 ପ୍ରାର୍ଥୀ ଥିବା ବେଳେ ପ୍ରାୟ 9.7 କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସମଗ୍ର ମହାରାଷ୍ଟ୍ରରେ ଏଥର 1,00,186 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଯାହା ଗତ ନିର୍ବାଚନଠାରୁ ପ୍ରାୟ 4 ହଜାର ଅଧିକ ।
#WATCH | Baramati: On allegations against Supriya Sule and Nana Patole, Maharashtra Deputy CM and NCP candidate from Baramati Assembly constituency, Ajit Pawar says " an inquiry will be done and the truth will come in front of the people..."
— ANI (@ANI) November 20, 2024
on the cm face, he says "we will have… pic.twitter.com/3pNhRDYL64
- କି’ଏ କେତେ ପ୍ରାର୍ଥୀ ଲଢାଇଛନ୍ତି:-
ଭାରତୀୟ ଜନତା ପାର୍ଟି ସର୍ବାଧିକ 149 ପ୍ରାର୍ଥୀ ଦେଇଥିବା ବେଳେ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା 81 ଓ ଅଜିତ ପାଓ୍ବାର ନେତୃତ୍ବାଧୀନ ‘ଏନସିପି’ 59 ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ମିଳିତ ବିରୋଧୀ କ୍ୟାମ୍ପରୁ କଂଗ୍ରେସ ସର୍ବାଧିକ 101 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା (ଉଦ୍ଧବ ଗୋଷ୍ଠୀ) 95, ଶରଦ ‘ପାଓ୍ବାର-ଏନସିପି’ 86 ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ଛଡା ମୟାବତୀଙ୍କ ‘ବହୁଜନ ସମାଜବାଦୀ ପାର୍ଟି’ ବିଏସପି ଓ ଅସଦୁଦ୍ଦିନ ଓଓ୍ବେସୀଙ୍କ ନେତୃତ୍ବାଧୀନ ‘AIMIM’ ମଧ୍ୟ ଯଥାକ୍ରମେ 237 ଓ 17 ଆସନରେ ପ୍ରାର୍ଥୀ ଲଢାଇ ନିର୍ବାଚନୀ ମୈଦାନରେ ବଳ କଷୁଛନ୍ତି ।
#WATCH | #JharkhandElection2024 | People queue up outside a polling booth in Dumka as they await their turn to cast vote for the second and final phase of the state assembly elections. pic.twitter.com/JVN7PD1sDe
— ANI (@ANI) November 20, 2024
- ଝାଡଖଣ୍ଡରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ:-
81 ଆସନ ବିଶିଷ୍ଟ ଝାଡଖଣ୍ଡରେ ଚଳିତମାସ (ନଭେମ୍ବର) 13 ତାରିଖରେ ପ୍ରଥମ ପର୍ଯ୍ୟାୟ 43 ଆସନରେ ମତଦାନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ 38 ଆସନରେ ଭୋଟ ଗ୍ରହଣ ହେଉଛି । ଆଜି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ‘ଜେଏମଏମ’ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ ଓ ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ଅମର କୁମାର ବାଉରୀ ପ୍ରମୁଖ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ଝାଡଖଣ୍ଡ ବିଧାନସଭା ନିର୍ବାଚନ, ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ ଏହା ମଧ୍ୟ ପଢନ୍ତୁ:- ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ: ୱାୟନାଡ ଲୋକସଭା ସହ 31 ବିଧାନସଭା ଆସନରେ ଉପନିର୍ବାଚନ |
ମୋଟ 14,218 ମତଦାନ କେନ୍ଦ୍ରରେ ମୋଟ 1.23 ଲକ୍ଷ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ । 472 ଜଣ ପୁରୁଷ, 55 ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀଙ୍କୁ ମିଶାଇ ଆଜି ପର୍ଯ୍ୟାୟରେ ମୋଟ 528 ପ୍ରାର୍ଥୀ ମୈଦାନରେ ରହିଛନ୍ତି । ‘ଜେଏମଏମ’ ଓ ‘ବିଜେପି’ ମଧ୍ୟରେ କଡା ଟକ୍କର ହେଉଛି । ଚମ୍ପାଇ ସୋରେନ ଓ ସୀତା ସୋରେନ ବିଜେପିରେ ସାମିଲ ହେବା ପରେ ବିଜେପି, ଜେଏମଏମ ଉପରେ ଭାରି ପଡିବ ବୋଲି ଦାବି କରୁଛି । 2019 ବିଧାନସଭା ନିର୍ବାଚନରେ ‘ଜେଏମଏମ’ 30 ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ-ଜେଏମଏମ ଓ ଆରଜେଡି 47 ଆସନ ସହ ରାଜ୍ୟରେ ମେଣ୍ଟରେ ସରକାର ଗଠନ କରିଥିଲେ ।
- 23 ଫଳାଫଳ;-
ଆଜି ଭୋଟିଂ ସରିବା ପରେ 23 ତାରିଖରେ ଉଭୟ ରାଜ୍ୟର ଜନାଦେଶ ପ୍ରକାଶ ପାଇବ । ଉଭୟ ରାଜ୍ୟରେ ରାଜନୈତିକ ସ୍ଥିତି ରୋଚକ ଥିବାରୁ ଏହାର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମେଣ୍ଟ କ୍ଷମତା ହାସଲ କଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ନେଇ ଦ୍ବନ୍ଦ୍ବ ଦେଖାଯିବାର ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ