ETV Bharat / politics

ଜୟନାରାୟଣ ଜାମିନ ରାଜନୀତି: ପ୍ରଶ୍ନରେ ଘେରିଲା ବିଜେଡି, ଜବାବ ଦେଲା ଶାସକ ଦଳ - POLITICS ON JAYANARAYAN BAIL

ଜୟନାରାୟଣ ଆଗୁଆ ଜାମିନ ଆବେଦନ ଖାରଜକୁ ନେଇ ରାଜନୀତି । ଶାସକ ଦଳକୁ ପ୍ରଶ୍ନବାଣରେ ଘେରିଲା ବିଜେଡି । ଜବାବ ରଖିଲା ବିଜେପି ।

ଜୟନାରାୟଣ ରାଜନୀତି
ଜୟନାରାୟଣ ରାଜନୀତି (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 5:17 PM IST

ଭୁବନେଶ୍ବର: ମହିଳା ଆଇଆଇସି ମାଡ ମାରିବା ଘଟଣାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାକୁ ନେଇ ରାଜ୍ୟରେ ସରଗରମ ରାଜନୀତି । ବିଜେପି ବିଧାୟକ ଜୟନାରାୟଣଙ୍କ ଉକ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ଏହାକୁ ନେଇ ବିଜେଡିକୁ ଜବାବ ଦେଇଛି ଶାସକ ଦଳ ବିଜେପି । ଯାହାକୁ ନେଇ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି ।

ଶାସକ ଦଳକୁ ଘେରିଲା ବିଜେଡି:

ଜୟନାରାୟଣ ରାଜନୀତି (ETV Bharat Odisha)

ଜୟ ନାରାୟଣଙ୍କ ଆଗୁଆ ଜାମିନ ଖାରଜ ପ୍ରସଙ୍ଗକୁ ନେଇ ନେଇ ବିଜେପିକୁ ଘେରିଛି ବିଜେଡି । ଏନେଇ ବିଜେଡି ବିଧାୟକ ପ୍ରତାପ ଦେବ, ‘ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । ଏହାକୁ କୁହାଯାଏ କ୍ଷମତାର ଅଂହକାର । ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକ ମାନେ ଆଇନଠୁ ଊର୍ଦ୍ଧ୍ବରେ । ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା । ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ସରକାର ତାକୁ ଜଦି ଅନୁସରଣ କରନ୍ତି ଅର୍ଥ ବିଜେପିର ସମସ୍ତଙ୍କୁ ସୁରକ୍ଷା ଦିଅନ୍ତୁ । ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।’

ଏହା ମଧ୍ୟ ପଢନ୍ତୁ:

ବିଜେପି ବିଧାୟକ ଜୟନାରାୟଣଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଆଗୁଆ ଜାମିନ ଆବେଦନ ଖାରଜ

ଜୟନାରାୟଣ ମିଶ୍ର-ମହିଳା ଥାନାଧିକାରୀ ଧସ୍ତାଧସ୍ତି ଘଟଣା, ଉଭୟ ପକ୍ଷରୁ ଥାନାରେ ଏତଲା

Jayanarayan Mishra-IIC scuffle: ମୋ ଉପରେ ଅତ୍ୟାଚାର ହୋଇଛି, ମୁଁ କାହିଁକି କ୍ଷମା ମାଗିବି କହିଲେ ଜୟନାରାୟଣ

ସେ ଆହୁରି କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୋଲିସ ମାନିବା ଦରକାର ନା ନାହିଁ । ପୋଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବନାହିଁ । ସରକାର ଓ ଆଇନକୁ କେହି ଡରିବେ ନାହିଁ । ଏହା ମେସେଜ ଯିବ ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ।’

ଜବାବ ରଖିଲା ଶାସକ ଦଳ:

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ‘ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି,ଆଇନ ତା ବାଟରେ ଯିବ । ଯେଉଁ ମାନେ ବ୍ୟସ୍ତ ବ୍ୟଗ୍ର ହୋଇ ପଡ଼ୁଛନ୍ତି ସେମାନଙ୍କ ସରକାର ଥିବା ବେଳେ ସେମାନେ କଣ କରୁଥିଲେ । ପ୍ରତାପ ଜେନା, ଅରୁଣ ସାହୁ, ପ୍ରବଣ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ରଙ୍କ କ୍ଷେତ୍ରରେ କଣ ପଦକ୍ଷେପ ନେଇଥିଲା ବିଜେଡି ସରକାର । ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି । ନିଜ କାହାଣୀ ନିଜେ କହୁଛନ୍ତି । ବିଜେପି ସରକାର ଲୋକଙ୍କ ସରକାର, ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବେ ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.