ETV Bharat / politics

ଫୋକସରେ ଆଦିବାସୀ ଭୋଟବ୍ୟାଙ୍କ, ବିକାଶକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ - TRIBAL WELFARE POLITICS

ଆଦିବାସୀଙ୍କ ବିକାଶ ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ବିକାଶର ଶ୍ରେୟ ନେବାକୁ ବିଜେଡି-ବିଜେପି ମୁହାଁମୁହିଁ ।

TRIBAL WELFARE POLITICS
TRIBAL WELFARE POLITICS (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 5:33 PM IST

ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗ୍ରାମାଞ୍ଚଳ ଗଡ଼ ଦଖଲ ଲାଗି କସରତ ଆରମ୍ଭ କରିଛି ଶାସକ ବିଜେପି । ନିକଟରେ ଆଦିବାସୀଙ୍କ ଭଗବାନ ଭାବେ ପରିଚିତ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି ବିଜେପି ସରକାର । ଏହା ଆଦିବାସୀଙ୍କ ସମର୍ଥନ ହାତେଇବାରେ ବିଜେପି ପ୍ରତି ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ସାଧାରଣ ନିର୍ବାଚନରେ ବିଫଳତା ପରେ ଆଗକୁ ଆସୁଥିବା ଗ୍ରାମାଞ୍ଚଳ ଭୋଟରେ ଆଦିବାସୀ ସମର୍ଥନ ନିଜ ପାଖରେ ରଖିବାକୁ ପ୍ରୟାସ କରୁଛି ବିଜେଡି ।

ବିଜେଡିର ଆଦିବାସୀ କାର୍ଡ:

TRIBAL WELFARE POLITICS (ETV Bharat Odisha)

ବିଜେଡି ମଧ୍ୟ ଭଗବାନ ବିର୍ସା ମୁଣ୍ଡା ନାଁ ଆଦିବାସୀ କାର୍ଡ ଖେଳିଛି । ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ନବୀନ ସରକାର ସମୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ନାଁରେ ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ସହିତ ଆଦିବାସୀ ସମ୍ପ୍ରଦାୟର ପ୍ରିୟ ଖେଳ ହକିକୁ ସ୍ଥାନୀୟରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହନ ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ସ୍ତରରୁ କଲେଜ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ 'ଅନ୍ୱେଷା ଯୋଜନା' ମାଧ୍ୟମରେ ସେମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି । ସାକ୍ଷରତା ପହଞ୍ଚିନଥିବା ବଣ୍ଡା ଜନଜାତିଙ୍କର ଶିକ୍ଷାର ବିକାଶ ହୋଇ ସଫଳତା ଆଡ଼କୁ ଅଗ୍ରସର ହୋଇଛନ୍ତି । ବଣ୍ଡା ଜନଜାତି ସମ୍ପ୍ରଦାୟରୁ ଜଣେ ଝିଅ ଓଏଏସ ପାଇବା ଏଇ ସଫଳତାର ଏକ ଉଦାହରଣ ।"

'ଆଦିବାସୀଙ୍କ ବିକାଶକୁ ଫୋକସ'
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଅତିକମରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ, ୩ଟି ମେଡିକାଲ କଲେଜର ନାମ ଆଦିବାସୀ ବରପୁତ୍ରଙ୍କ ନାଁରେ ନାମିତ ହୋଇଛି । ସେଗୁଡିକ ହେଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ଶହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ଓ ରେଣ୍ଡୋ ମାଝୀ ମେଡିକାଲ କଲେଜ । ଆଦିବାସୀଙ୍କ ବିକାଶକୁ ଫୋକସ କରିବା ଲକ୍ଷ୍ୟ ତଥା ଆଦିବାସୀଙ୍କ ପୁରାତନ ସଭ୍ୟତା ଓ ସଂସ୍କୃତିର ବିକାଶ ପାଇଁ ନବୀନଙ୍କ ଦ୍ୱାରା ରାଜ୍ୟର ୨୩ଟି ଜିଲ୍ଲାରେ ସ୍ପେସିଆଲ ଡେଭେଲପମେଣ୍ଟ କାଉନସିଲ ଗଠନ କରାଯାଇଥିଲା ।"

ଏହା ବି ପଢନ୍ତୁ...ଜନଜାତୀୟ ଗୌରବ ଦିବସ, ମନ୍ତ୍ରୀ କହିଲେ ‘77 ବର୍ଷ ପରେ ଆଦିବାସୀଙ୍କୁ ମିଳିଛି ସମ୍ମାନ ଓ ସ୍ବାଭିମାନ’
ଏହା ବି ପଢନ୍ତୁ...ଶପଥ ଗ୍ରହଣ ପୂର୍ବରୁ ବସ୍ତି ବୁଲିଲେ ଭାବି ମୁଖ୍ୟମନ୍ତ୍ରୀ, କହିଲେ ବିଜେପି ସରକାରରେ ଆଦିବାସୀଙ୍କ ବିକାଶକୁ ମିଳିବ ପ୍ରାଧାନ୍ୟ - Mohan Majhi

ଏହା ବି ପଢନ୍ତୁ...ସହରବାସୀଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ଗାଁର ଆଦିବାସୀ ମାଅ

ବିଜେଡି ମିଡିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ କହିଛନ୍ତି, "ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଥିଲେ । ଆଦିବାସୀଙ୍କ କଥିତ ଭାଷା ମୁଣ୍ଡାରୀ, ହୋ, ସଉରା, ଭୂମିଜ ଓ କୁଇ ଇତ୍ୟାଦିକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । ତେଣୁ ରାଜ୍ୟର ବିଜେପି ସରକାର ଯଦି ପ୍ରକୃତରେ ରାଜ୍ୟର ଆଦିବାସୀମାନଙ୍କ ବିକାଶ ଚାହୁଁଛନ୍ତି, ନବୀନଙ୍କ ସମୟରେ ନିଆଯାଇଥିବା ଲୋକାଭିମୁଖୀ ପଦକ୍ଷେପ ଗୁଡିକୁ ମଧ୍ୟ ଆଗକୁ ନେବାର ଆବଶ୍ୟକ ରହିଛି।"

'ଆଦିବାସୀଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ'

ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଲା ବିଜେପି। ଓଡ଼ିଶାରେ ଆଦିବାସୀଙ୍କ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା କୁସୁମ ଟେଟେ। ପୂର୍ବତନ ବିଧାୟିକା କୁସୁମ ଟେଟେ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରେ ଥିବା ମୋଦି ସରକାର ଏବଂ ରାଜ୍ୟର ମୋହନ ସରକାର ସବୁ ସମୟରେ ପ୍ରତିଶ୍ରୁତିବଦ୍ଧ। ଏହାକୁ ନେଇ ବିଜେଡି ଯେଉଁ ଅଭିଯୋଗ କରିଛି ତାହା ଭିତ୍ତିହୀନ । ଗତ ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି ସରକାର କେବେବି ଆଦିବାସୀଙ୍କୁ ସମ୍ମାନ ଦେଇନାହିଁ ବରଂ ତାଙ୍କ ଶାସନ ସମୟରେ ରାଜ୍ୟର ଜନଜାତି ଅତ୍ୟାଚାରିତ ହୋଇଛନ୍ତି। ମୋହନ ସରକାର ପଦକ୍ଷେପ ନେଉଛନ୍ତି । ଜନଜାତିଙ୍କ ଶିକ୍ଷା, ସଂସ୍କୃତି ଓ ଭାଷାକୁ ମାନ୍ୟତା ଦିଆଯିବ। ଆଦିବାସୀ ଜନଜାତିଙ୍କ ଭାଷା ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ହୋ,ମୁଣ୍ଡାରୀ, ଭୂମିଜ, କୁଇ, ସଉରା ଓ ଭାଷାକୁ ଅଷ୍ଟମ ଅନୁଛେଦ ସାମିଲ କରିବା ଯାହା ଯାହା ପଦକ୍ଷେପ ଆବଶ୍ୟକ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ କେନ୍ଦ୍ର ସରକାର। ସେହିପରି ଆଦିବାସୀ ଭାଷା ବଞ୍ଚେଇ ରଖିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ମଧ୍ୟ କରାଯିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.