ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ତେଜିଲା ରାଜନୈତିକ ବୟାନବାଜି - CM MOHAN MAJHI SINGAPORE VISIT

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସିଙ୍ଗାପୁର ଗସ୍ତକୁ ନେଇ ରାଜନୀତି । ଟାର୍ଗେଟ କଲା କଂଗ୍ରେସ ।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ; ଆରମ୍ଭ ରାଜନୈତିକ ବୟାନବାଜି
ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ; ଆରମ୍ଭ ରାଜନୈତିକ ବୟାନବାଜି (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 3:16 PM IST

Updated : Nov 17, 2024, 3:36 PM IST

ଭୁବନେଶ୍ବର: ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଥର ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି," ବିଜେଡି ସରକାର ପରେ ମୋହନ ସରକାର ଜନସାଧାରଣଙ୍କ ଅର୍ଥରେ ବିଦେଶ ଗସ୍ତରେ ଯାଉଛନ୍ତି । କିନ୍ତୁ ରାଜ୍ୟରୁ ବଡ଼ କମ୍ପାନୀ ଫେରିଯାଉଛନ୍ତି, ଯାହା ରାଜ୍ୟ ଲାଗି ଦୁର୍ଭାଗ୍ୟଜନକ ।" ସେପଟେ ବିଜେଡ଼ି କହିଛି,"ପୁଞ୍ଜି ଆଣନ୍ତୁ, ହେଲେ ଦୋଷଦର୍ଶୀ ହେଲେ ହେବନାହିଁ । ଦୂରଦୃଷ୍ଟି ସମ୍ପର୍ଣ୍ଣ ହେବା ଉଚିତ ।"

'ନବୀନ ବାବୁ ଯାହା କରୁଥିଲେ, ଏବେ ମୋହନ ସରକାର ତାହା କରୁଛନ୍ତି':

ରାଜନୈତିକ ବୟାନବାଜି (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ତାରା କହିଛନ୍ତି,"ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ 24 ବର୍ଷ ବିଦେଶ ବୁଲିଲେ । କେତେ ନିବେଶ ହେଲା, କେତେ ଶିଳ୍ପ ପ୍ରତିଷ୍ଠା ହେଲା,ତାହା ରାଜ୍ୟବାସୀ ଜାଣିଛନ୍ତି । ଏବେ ମୋହନ ସରକାର ବୁଲୁଛନ୍ତି । ନବୀନ ବାବୁ ଯାହା କରୁଥିଲେ, ମୋହନ ସରକାର ତାହା କରୁଛନ୍ତି । ନବୀନ ବାବୁ ଆଉ ଏବେ ମୋହନ ବାବୁ ସରକାର ଅର୍ଥରେ ବିଦେଶ ବୁଲୁଥିଲେ । ଲୋକଙ୍କ ଟ୍ୟାକ୍ସରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶ ବୁଲୁଛନ୍ତି, ଇଏ ମଧ୍ୟ ବୁଲିବେ । ଏମିତି ବୁଲି ବୁଲି ସଫା ହୋଇଯିବେ ।"

'ରାଜ୍ୟକୁ ଧ୍ବଂସ କରିବାକୁ ଏ ବିଦେଶ ଯାତ୍ରା':

ସେ ଆହୁରି ମଧ୍ୟ କହିଛନ୍ତି,"ପୋସ୍କୋ, JSW, ନିପନ୍ନ, ମିତ୍ତଲ ପଳେଇଲା । ଯେତିକି ବିଦେଶକୁ ମାଇନ୍ସ ପଠାଉଛ, ତାକୁ ବନ୍ଦ କରାଯାଉ । ରାଜ୍ୟ ମରୁଭୂମି ହୋଇଗଲାଣି । ଆଜି ଯିଏ ଜନ୍ମ ନେବେ, 20 ବର୍ଷ ପରେପଚାରିବ ଯେ ମୋ ବାପା ମୋ ପାଇଁ କ'ଣ କରିଛନ୍ତି । ରାଜ୍ୟକୁ ଧ୍ବଂସ କରିବାକୁ ଏ ବିଦେଶ ଯାତ୍ରା । ବିଜେଡି 25 ବର୍ଷ ପରେ ବିଜେପିର ଏ ପାଞ୍ଚ ବର୍ଷରେ ସବୁ ସାରି ଦେବେ । ଏହା ଓଡ଼ିଶା ଯୁବକଙ୍କ ପାଇଁ ଦୁର୍ଭାଗ୍ୟ ।"

ଏମିତି କହିଲା ବିଜେଡ଼:
ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ନିବେଶମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି । ତେଣୁ ବାହାରକୁ ଯାଇ ରୋଡ଼ ସୋ' କରିବାର ଆବଶ୍ୟକତା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଯାଇଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ 2016ରେ କନକ୍ଳେଭ ହୋଇଥିଲା । ତା'ପରେ 2018 ଓ ପରବର୍ତ୍ତୀ କନକ୍ଲେଭ କୋଭିଡ କାରଣରୁ ବିଳମ୍ବ ହୋଇ 2022ରେ ହୋଇଥିଲା । ଓଡ଼ିଶାରେ ଖଣି, ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି ଆସିଥିଲା । ତେଣୁ ମାନୁଫ୍ୟାକଚରିଂ ୟୁନିଟ ଉପରେ ଆମର ଫୋକ୍ସ ଦିଆଯାଇଥିଲା । ଏଥିରେ 2 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଚୂଡାନ୍ତ ହୋଇଥିଲା । ତା' ପରେ IT ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃତୀୟରେ ଏରୋସ୍ପେସ ଉପରେ ଫୋକସ ଦିଆଗଲା । "

ଏହା ମଧ୍ୟ ପଢନ୍ତୁ...ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ...' ସିଙ୍ଗାପୁରରୁ ଆସିବ ବଡ଼ ପୁଞ୍ଜି', ପ୍ରଥମ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ...BMC ସହ USA କୁପରଟିନୋ ମେୟରଙ୍କ ଆଲୋଚନା, ଭୁବନେଶ୍ୱରକୁ ଦେଲେ ସିଷ୍ଟର ସିଟି ମାନ୍ୟତା

'ଭଲ ବାତାବରଣ ନରହିଲେ, ନିବେଶକ ଆସିବେ ନାହିଁ ':

ଦେବୀ ଆହୁରି ମଧ୍ୟ କହିଛନ୍ତି, "ସବୁ କନକ୍ଲେଭ ମିଶିକି 16 ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା । ସେଥିରୁ ଅନେକ କାମ ହେଉଛି । ଅନେକର କାମ ଆରମ୍ଭ ହେଉଥିଲା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇଛନ୍ତି । ଇଜ ଅଫ ଡୁଇଙ୍ଗ ବିଜନେସକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି । ଇଜ ଅଫ ଡୁଇଙ୍ଗ ବିଜନେସର କର୍ମଶାଳା ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା । କେନ୍ଦ୍ରରୁ ନିର୍ମଳା ସୀତାରମଣ ବି ସେ ସମୟରେ ଆସିଥିଲେ । ଇଜ ଅଫ ଡୁଇଙ୍ଗ ବିଜନେସ ଯେତେ ସ୍ୱଚ୍ଛ ହେବ । ନିବେଶ ସହ ନିବେଶକଙ୍କ ଆଗ୍ରହ ବଢିବ । ଯଦି ଆଇନଗତ ବା ଜମି ଅଧିଗ୍ରହଣ ପରି ସମସ୍ୟା ରହିବ, ନିବେଶକ ଆଗ୍ରହ ପ୍ରକାଶ କରିବେ ନାହିଁ । ଭଲ ବାତାବରଣ ନରହିଲେ, ନିବେଶକ ଆସିବେ ନାହିଁ ।"

'ଦୁରଦୃଷ୍ଟି ସମ୍ପର୍ଣ୍ଣ ହେବା ଉଚିତ':
ସେ ଆହୁରି ମଧ୍ୟ କହିଛନ୍ତି, "ପୋସ୍କୋ ଆଣିବେ ବୋଲି ରାଜ୍ୟ ସରକାର କହିଲେ, କିଏ ମନା କରୁଛି ? ନବୀନ ପଟ୍ଟନାୟକଙ୍କ ସମୟରେ ବି ପୋସ୍କୋ ଆସିଥିଲା । ସେ ସମୟରେ କିଛି ବିଜେପି ନେତା ଏହାକୁ ବିରୋଧ କରିଥିଲେ । PMOରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମନିଟର କରିବା ସତ୍ତ୍ବେ କଂଗ୍ରେସ ନେତା ବି ବିରୋଧ କରୁଥିଲେ । ଖାଲି ବିରୋଧ କରିବାକୁ ଯାଇ ବିରୋଧ ନ କରାଯାଉ । ପ୍ରକୃତ ନିବେଶ ଯେଉଁଥିରେ ବାତାବରଣ ପ୍ରଦୂଷଣ ନ ହେଉ । ପୁଞ୍ଜି ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜି ଆଣନ୍ତୁ, ହେଲେ ଦୋଷଦର୍ଶୀ ହେଲେ ହେବନାହିଁ । ଦୁରଦୃଷ୍ଟି ସମ୍ପର୍ଣ୍ଣ ହେବା ଉଚିତ । ବାସ୍ତବ ଦର୍ଶୀ ହୋଇ କାମ କରିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 17, 2024, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.