ETV Bharat / state

ବ୍ରହ୍ମପୁରରେ ହତ୍ୟା, କେରଳରୁ ହତ୍ୟାକାରୀ ଗିରଫ, କ୍ରାଇମ ସିନ ରିକ୍ରିଏସନ୍ କଲା ପୋଲିସ - BERHAMPUR LODGE MURDER CASE

ବ୍ରହ୍ମପୁର ଲଜରେ ମହିଳାଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ । କେରଳରୁ ହତ୍ୟାକାରୀକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଲଜରେ ପୋଲିସର କ୍ରାଇମ ସିନ ରିକ୍ରିଏସନ ।

ବ୍ରହ୍ମପୁର ଲଜ୍‌ରେ ମହିଳାଙ୍କୁ ହତ୍ୟା, ବର୍ଷେ ପରେ କେରଳରୁ ଫେରାର ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଲଜ୍‌ରେ ମହିଳାଙ୍କୁ ହତ୍ୟା, ବର୍ଷେ ପରେ କେରଳରୁ ଫେରାର ଅଭିଯୁକ୍ତ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : Nov 20, 2024, 10:43 AM IST

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡିରେ ଏକ ଲଜ୍‌ରେ ଗତବର୍ଷ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ କେରଳରୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ପୋଲିସର ଏକ ଟିମ୍‌ କେରଳ ଥ୍ରୀସୁର ପୋଲିସ ସହଯୋଗରେ ଅନ୍ୟ ଏକ ମାମଲାରେ ଜେଲରେ ଥିବା ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଆଣିଛି । ଅଭିଯୁକ୍ତକୁ ଉକ୍ତ ହୋଟେଲକୁ ନେଇ ହତ୍ୟାକାଣ୍ଡର ସିନ ରି-କ୍ରିଏସନ ପ୍ରକ୍ରିୟା ମଧ୍ୟ ପୋଲିସ ଶେଷ କରିଛି ।

  • କଣ ଥିଲା ପୂରା ଘଟଣା

ବ୍ରହ୍ମପୁର ଏସପି ଶ୍ରବଣା ବିବେକ କହିଛନ୍ତି,‘‘ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ରୋଡ ସ୍ଥିତ ଏକ ଲଜ୍‌ର ଏକ ରୁମରେ ଗତବର୍ଷ (୨୦୨୩) ନଭେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପ୍ରାଥମିକ ତଦନ୍ତ କରିଥିଲା । ସେଥିରେ ମହିଳା ଜଣକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ବାସିନ୍ଦା ଓ ତାଙ୍କ ନାମ କେ.କ୍ରିଷ୍ଣା ବେଣୀ (ବୟସ ୩୫) ବୋଲି ଜଣା ପଡିଥିଲା । ମହିଳାଙ୍କ ସହ ତାଙ୍କ ସ୍ବାମୀ ଭାବେ ପରିଚୟ ଦେଇ ଲଜରେ ଥିବା ସମୀଦମନ.ଏଏସ ନାମକ ଜଣେ ଯୁବକ ଫେରାର ଥିବା ଜଣାପଡିଥିଲା । ପରେ ମହିଳାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଅଭିଯୁକ୍ତକୁ ଚିହ୍ନଟ ପରେ ଗିରଫ କରିବା ପାଇଁ ପୋଲିସ ପ୍ରକ୍ରିୟା ଜାରି ରହିଥିଲା ।’’

ବ୍ରହ୍ମପୁର ଲଜ୍‌ରେ ମହିଳାଙ୍କୁ ହତ୍ୟା, ବର୍ଷେ ପରେ କେରଳରୁ ଫେରାର ଅଭିଯୁକ୍ତ ଗିରଫ (ETV Bharat Odisha)
  • କେରଳର ଏକ ଜେଲରେ ଥିଲା ଅଭିଯୁକ୍ତ:-

ମହିଳାଙ୍କୁ ହତ୍ୟା କରିବା ପରେ ଗଞ୍ଜେଇ ଚାଲାଣ ମାମଲାରେ ଏହି ଅଭିଯୁକ୍ତ ଜଣକ ଗିରଫ ହୋଇ କେରଳର ଏକ ଜେଲରେ ଥିଲା । ଏହି ସୂଚନା ମିଳିବା ପରେ ବ୍ରହ୍ମପୁର ପୋଲିସ ଅନ୍ତଃରାଜ୍ୟ ଆକ୍ସନ ଆରମ୍ଭ କରିଥିଲା । ବ୍ରହ୍ମପୁର ପୋଲିସ ସ୍ଥାନୀୟ ପୋଲିସ ସହଯୋଗରେ ତାକୁ ଜେଲରୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି କ୍ରମେ ତାକୁ ବ୍ରହ୍ମପୁର ଅଣାଯାଇ ଗତକାଲି ହତ୍ୟାକାଣ୍ଡ ଘଟିଥିବା ଲଜ ରୁମରେ ସିନ ରି-କ୍ରିଏସନ କରାଯାଇଛି ।

ବ୍ରହ୍ମପୁର ଲଜ୍‌ରେ ମହିଳାଙ୍କୁ ହତ୍ୟା, ବର୍ଷେ ପରେ କେରଳରୁ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଲଜ୍‌ରେ ମହିଳାଙ୍କୁ ହତ୍ୟା, ବର୍ଷେ ପରେ କେରଳରୁ ଅଭିଯୁକ୍ତ ଗିରଫ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ

ଏହା ମଧ୍ୟ ପଢନ୍ତୁ :- ଶୋଇଥିବା ବେଳେ ଲାଗିଗଲା ନିଆଁ, ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

  • ମହିଳାଙ୍କ ସହ ଲିଭ-ଇନ୍ ରେ ରହୁଥିଲା ଅଭିଯୁକ୍ତ

ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ, ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସହିତ ଲିଭ୍-ଇନରେ ରହୁଥିଲା । ଅଭିଯୁକ୍ତ କେରଳର ବାସିନ୍ଦା ହୋଇଥିବା ବେଳେ ହତ୍ୟାର ଶିକାର ମହିଳାଙ୍କ ଘର ଆନ୍ଧ୍ର ପ୍ରଦେଶ । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଗଞ୍ଜେଇ ଚୋରା ଚାଳାଣକାରୀ । ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରେ ପରିଚୟ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳାଙ୍କର ପୂର୍ବରୁ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏକ 19 ବର୍ଷର ପୁଅ ମଧ୍ୟ ରହିଛି । ଅଭିଯୁକ୍ତ ସମୀଦମନ ପ୍ରରୋଚନାରେ ମହିଳାଙ୍କ ପୁଅ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ହୋଇ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଥିଲା । ଏହି କାରଣରୁ ଲିଭ-ଇନ୍‌ରେ ରହୁଥିବା ସତ୍ତ୍ବେ ମଧ୍ୟ ମହିଳା ଓ ଅଭିଯୁକ୍ତ ସମୀଦମନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଆଉ ନାହାନ୍ତି 'କ୍ରାଇମ ପେଟ୍ରୋଲ' ଫେମ ଅଭିନେତା ନିତିନ ଚୌହାନ, ଫ୍ୟାନ୍ସ ଓ ସେଲିବ୍ରିଟିଙ୍କ ଶୋକ

ଏହା ମଧ୍ୟ ପଢନ୍ତୁ:-ମାଆ-ଝିଅ ଡବଲ ମର୍ଡର ଉପରୁ ହଟୁଛି ପରଦା, ପୋଲିସର କ୍ରାଇମ ସିନ ରିକ୍ରିଏସନ

  • ଦମ୍ପତିର ପରିଚୟ ଦେଇ ଲଜରେ ରହୁଥିଲେ:

ଉଭୟ ସ୍ଵାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ଗତବର୍ଷ (2023) ନଭେମ୍ବର ମାସର ବ୍ରହ୍ମପୁର ଆସି ଉକ୍ତ ଲଜ୍‌ରେ ରୁମ ବୁକ୍‌ କରିଥିଲେ । ତେବେ କିଛି ଦିନ ରହିବା ପରେ ଲଜ୍‌ ଭଡା ଓ ଅନ୍ୟ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ସମୀଦମନ, ବାନ୍ଧବୀ କ୍ରିଷ୍ଣାବେଣୀଙ୍କୁ ହତ୍ୟା କରିଥିଲା । ସେଠାରୁ ସେ ସିଧା କେରଳ ଫେରାର ହୋଇଯାଇଥିଲା । ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିବା ସହ ଗଞ୍ଜେଇ ଚାଲାଣ ଜାରି ରଖିଥିଲା । ଏକ ଅବକାରୀ ମାମଲାରେ କେରଳ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ବେଳେ ଏବେ ବ୍ରହ୍ମପୁର ପୋଲିସ ତାକୁ ଗିରଫ କରି ଓଡିଶା ଆଣି ହତ୍ୟାକାଣ୍ଡର ଫର୍ଦ୍ଦାଫାସ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.