ETV Bharat / lifestyle

ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେଉଛି ? ଆଜିଠୁ ଛାଡନ୍ତୁ ଏସବୁ ଅଭ୍ୟାସ - JOINT PAIN

ଆପଣଙ୍କ ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେଉଛି କି ? ନିଜର ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ କରି ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । କେମିତି ଜାଣିବା ପାଇଁ ପଢନ୍ତୁ ପୁରା ଖବର

healthy habits for reducing your joint pain
healthy habits for reducing your joint pain (ETV Bharat)
author img

By ETV Bharat Health Team

Published : Nov 20, 2024, 10:47 AM IST

ଗଣ୍ଠି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଂଶ । ଗଣ୍ଠି ସହ ଜଡିତ ସମସ୍ୟା ଆମର ଦୈନନ୍ଦିନ କାର୍ଯ୍ୟ ତଥା ସାଧାରଣ ଜୀବନକୁ ଖୁବ୍ ପ୍ରଭାବିତ କରିଥାଏ । ପୂର୍ବରୁ ଗଣ୍ଠି ସମସ୍ୟା ମୁଖ୍ୟତଃ ବୃଦ୍ଧାବସ୍ଥାରେ ଦେଖାଯାଉଥିଲା । ହେଲେ ଆଜିକାଲି ଖରାପ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ପ୍ରତି ଅବହେଳା କାରଣରୁ କମ୍ ବୟସରୁ ଲୋକମାନେ ଗଣ୍ଠି ଯନ୍ତ୍ରଣା ସମସ୍ୟାରେ ପୀଡିତ ହେଉଛନ୍ତି । ଏନେଇ ଚିକିତ୍ସକ କୁହନ୍ତି, ଖାଦ୍ୟ ଓ ଜୀବନଶୈଳୀ ସହ ଜଡିତ କିଛି ଛୋଟ ଅଭ୍ୟାସକୁ ସୁଧାରି ଆମେ ଆମର ଗଣ୍ଠି ସ୍ବାସ୍ଥ୍ୟ ଦୀର୍ଘ ଦିନ ଯାଏଁ ସୁସ୍ଥ ରଖିପାରିବା ।

କାହିଁକି ଗଣ୍ଠି ଯନ୍ତ୍ରଣା ହୁଏ ?

ନୂଆଦିଲ୍ଲୀର ଅର୍ଥୋପେଡିକ ବିଶେଷଜ୍ଞ ଡଃ ରାକେଶ ଅଗ୍ରୱାଲ କହିଛନ୍ତି ଯେ, ଗଣ୍ଠି ଶରୀରର ଗୁରୁତ୍ବପୂର୍ଣ୍ଣ ଅଂଶ ଯାହା ଆମକୁ ବସିବା, ଉଠିବା ଓ ଚାଲିବାରେ ସାହାଯ୍ୟ କରେ । ହେଲେ ବେଳେବେଳେ ଅଜାଣତରେ ଆମେ ଆମର କିଛି ଭୁଲ୍ ଅଭ୍ୟାସ ଓ କାର୍ଯ୍ୟକଳାପ ହେତୁ ଗଣ୍ଠିକୁ ହାନି ପହଞ୍ଚିଥାଉ ।

ଗଣ୍ଠି ସମସ୍ୟାର ବିଭିନ୍ନ କାରଣ ହୋଇପାରେ ଯେମିତିକି- ବାରମ୍ବାର ଭୁଲ ମୁଦ୍ରାରେ ବସିବା-ଉଠିବା-ଚାଲିବା, ଭାରି ଜିନିଷ ଉଠାଇବା, ମୋଟାପଣ କିମ୍ବା ଆବଶ୍ୟକତାଠୁ ଅଧିକ ବ୍ୟାୟାମ କରିବା ଇତ୍ୟାଦି । ଏସବୁ ଆମର ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ । ଏହାଛଡା ବସୟ ବଢିବା ସହ ଗଣ୍ଠି ସମସ୍ୟା ଏବଂ ଏହାର ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ଖାଦ୍ୟ, ଶରୀରରେ ପୋଷକ ତତ୍ତ୍ବର ଅଭାବ ଗଣ୍ଠି ସ୍ବାସ୍ଥ୍ୟ ପ୍ରଭାବିତ କରିଥାଏ । ଡାକ୍ତର କହିଛନ୍ତି ଯେ, ଅଧିକାଂଶ ସମୟରେ ଗଣ୍ଠି କିମ୍ବା ହାଡରେ ସମସ୍ୟା ହେଲେ ଯନ୍ତ୍ରଣା, ଫୁଲିବା ଭଳି ଲକ୍ଷଣ ଦେଖାଯାଏ । ହେଲେ ଏଗୁଡିକୁ ଅଣଦେଖା କରିବା ଦ୍ବାରା ଭବିଷ୍ୟତରେ ଗୁରୁତର ସମସ୍ୟାର ରୂପ ନେଇଥାଏ ।

ଗଣ୍ଠିକୁ ହାନି ପହଞ୍ଚାଉଥିବା ଅଭ୍ୟାସ:

ଲଗାତାର ଭୁଲ୍ ମୁଦ୍ରାରେ ବସିବା ଯୋଗୁଁ ଗଣ୍ଠି ଉପରେ ଚାପ ପଡିଥାଏ ।

ବାରମ୍ବାର ଓଜନିଆ ଜିନିଷ ଉଠାଇବା ଦ୍ବାରା ଗଣ୍ଠି ଯନ୍ତ୍ରଣା ହୁଏ ।

ଅତ୍ୟଧିକ ବ୍ୟାୟାମ ଗଣ୍ଠିକୁ କ୍ଲାନ୍ତ କରେ ଓ ସେଥିରେ ଯନ୍ତ୍ରଣା ହୋଇପାରେ ।

ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ବସିବା କିମ୍ବା ଗଣ୍ଠିକୁ ସ୍ଥିର ରଖିଲେ ଯନ୍ତ୍ରଣା ହୋଇପାରେ ।

ଅଧିକ ସମୟ ଯାଏଁ ଛିଡା ହୋଇରହିବା ଦ୍ବାରା ଗଣ୍ଠିରେ ଥକ୍କାପଣ ଓ ଯନ୍ତ୍ରଣା ହୋଇପାରେ ।

ମେଦବହୁଳତା ମଧ୍ୟ ଗଣ୍ଠି ଉପରେ ଚାପ ପକାଇଥାଏ ।

ହାଇ ହିଲ୍, ଅତ୍ୟଧିକ ଟାଇଟ୍ କିମ୍ବା ଭୁଲ୍ ସାଇଜ ଜୋତା ପିନ୍ଧିବା ଯୋଗୁଁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ ।

ଭିଟାମିନ ଡି, କ୍ୟାଲସିୟମ, ଓମେଗା ଓ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ବର ଅଭାବରୁ ଗଣ୍ଠି ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ।

ଅଧିକ ଦୌଡିବା ଆଣ୍ଠୁ ଓ ଗୋଡ ଉପରେ ପ୍ରଭାବ ପକାଇଥାଏ ।

ଧୂମ୍ରପାନ ଓ ମଦପାନ ଯୋଗୁଁ ଅଧିକ ଗଣ୍ଠି ଫୁଲିବା ଓ ଯନ୍ତ୍ରଣା ହୋଇପାରେ ।

ଭୁଲ୍ ମୁଦ୍ରାରେ ଶୋଇବା ଦ୍ବାରା ଗଣ୍ଠି ଉପରେ ଚାପ ପଡେ ।

ଦୀର୍ଘ ସମୟ ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ଫଳରେ ହାତ ଓ କାନ୍ଧ ଗଣ୍ଠି ଉପରେ ପ୍ରଭାବ ପଡେ ।

ସ୍ବାସ୍ଥ୍ୟ ପାଇଁ ହାନିକାରକ ଫାଷ୍ଟଫୁଡ ଓ ପ୍ରୋସେସଡ୍ ଫୁଡ୍ ଗଣ୍ଠିରେ ପ୍ରଦାହ ବଢାଇପାରେ ଓ ଗଣ୍ଠି ପାଇଁ କ୍ଷତିକାରକ ହୋଇଥାଏ ।

ଗଣ୍ଠି ଯନ୍ତ୍ରଣା ଅଣଦେଖା କରିବା କିମ୍ବା ଠିକ୍ ସମୟରେ ଚିକିତ୍ସା ନ କରିବା ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।

କେମିତି ଗଣ୍ଠିର ଯତ୍ନ ନେବେ ?

ଡାକ୍ତର ରାକେଶ ଅଗ୍ରୱାଲ କହିଛନ୍ତି, ଗଣ୍ଠି ଫୁଲିବା, ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏଥିସହ ଖାଦ୍ୟ ଓ ଜୀବନଶୈଳୀ ସହ ଜଡିକ କିଛି ଭଲ ଅଭ୍ୟାସ ଆପଣାଇ ବହୁ ପରିମାଣରେ ଗଣ୍ଠି ସମସ୍ୟା ଆଶଙ୍କା କମ୍ କରାଯାଇପାରିବ । ଯେମିତିକି:-

  • ଠିକ୍ ମୁଦ୍ରାରେ ବସିବା, ଉଠିବା, ଚାଲିବା ଓ ଶୋଇବା
  • ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଓ ହାଇଡ୍ରେଟ ରହିବା
  • ଓମେଗା-3, ଭିଟାମିନ ଡି ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା
  • ନିୟମିତ ବ୍ୟାୟାମ କରିବା କିନ୍ତୁ ଅତ୍ୟଧିକ ସମୟ ନ କରିବା
  • ଶରୀରର ଓଜନ ନିୟନ୍ତ୍ରଣ ରଖିବା
  • ଆରାମଦାୟକ ଚପଲ ପିନ୍ଧିବା । ବିଶେଷକରି ହାଇ ହିଲ୍‌ ନ ପିନ୍ଧିବା
  • ଗଣ୍ଠି ଯନ୍ତ୍ରଣା ହେଉଥିଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା

ଯେଉଁମାନଙ୍କର ହାଡ ସମ୍ବନ୍ଧୀୟ ସମସ୍ୟାର ପାରିବାରିକ ଇତିହାସ ଅଛି କିମ୍ବା ଯେଉଁ ଲୋକଙ୍କ ଶରୀରରେ ଭିଟାମିନ ଡି ଓ କ୍ୟାଲସିୟମ ଅଭାବ ରହୁଛି ସେମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ମାନିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ: ପାଦରୁ ଜାଣିହେବ ଆପଣ ସୁସ୍ଥ କି ଅସୁସ୍ଥ, ଏସବୁ ସଙ୍କେତ ଥିଲେ...

ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.