ବାଲିଯାତ୍ରାରେ ସୋନୁ ନିଗମଙ୍କ ଧମାକା; ପୁଚୁକି ଗାଲି ଗୀତରେ ଝୁମିଲେ ଦର୍ଶକ - SINGER SONU NIGAM IN BALI JATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 20, 2024, 10:26 AM IST

କଟକ: ଗତକାଲି (ମଙ୍ଗଳବାର) ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାର ସାସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ । ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଉଛୁଳିଥିଲା ଉଭୟ ଉପର ଓ ତଳ ପଡିଆ । ପାଖାପାଖି ଅଢେ଼ଇ ଘଣ୍ଟା ଧରି ସୋନୁ ନିଗମଙ୍କ ନନଷ୍ଟପ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ହିନ୍ଦୀ ସହିତ ଓଡ଼ିଆ ଭଜନ ଓ ଆଧୁନିକ ଗାଇଥିଲେ ସୋନୁ । ସୋନୁ ନିଜେ ପୂର୍ବରୁ କଣ୍ଠଦାନ କରିଥିବା ଶ୍ରୀ ଜଗନ୍ନାଥଙ୍କ ଭଜନ ‘ତୋ ଆଗରେ କିଛି ଧୂପ’ ପରିବେଷଣ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଜୋତା ଓହ୍ଲାଇ ଜଗନ୍ନାଥଙ୍କୁ ନମନ କରିଥିଲେ । ଏହାପରେ 'ପୁଚୁକି ଗାଲି, ଫେସନ ବାଲି' ଏବଂ 'ସୁନେଲି ସୁନେଲି ଖରା' ଆଦି ହିଟ ଓଡିଆ ଗୀତ । ଯାହା ଓଡିଆ ସଙ୍ଗୀତପ୍ରେମୀ ଓ ବିଶେଷ ଭାବେ ସୋନୁଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥିଲା ।

ବାଲିଯାତ୍ରା ଆସି ନିଜ ପସନ୍ଦଦାର ଗୀତକୁ ପାଖରୁ ଶୁଣିବା ଏକ ସୌଭାଗ୍ୟର କଥା ବୋଲି କହିଛନ୍ତି ଦର୍ଶକ । ଏହାସହ ଡ୍ରୋନ ସୋ’ର ମଜା ମଧ୍ୟ ଉଠାଇଛନ୍ତି । ଅନ୍ୟପଟେ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୨ ତାରିଖ ପରିବର୍ତ୍ତେ ୨୩ ତାରିଖରେ ଉଦଯାପିତ ହେବ ରାଜ୍ୟ ତଥା ଦେଶର ଏହି ଐତିହାସିକ ମହୋତ୍ସବ । କଟକର ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ପାଇଁ ଗୋଟିଏ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେଣୁ ଯେଉଁ ସ୍ତାନୀୟ କଳାକାର ଚଳିତ ବାଲିଯାତ୍ରାରେ କଳା ପଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଶେଷ ଦିନ ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । 

ଏହା ମଧ୍ୟ ପଢନ୍ତୁ ...ବାଲିଯାତ୍ରାରେ ଅସୀମାଙ୍କୁ ଅଧାରୁ ଅଟକାଇଲା ପୋଲିସ, ତେଜିଲା ରାଜନୀତି

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.