ଭୁବନେଶ୍ବର:ବିଜେଡିର ନୂଆ କମିଟି ଗଠନ ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଗଠନ କରିଛନ୍ତି ଏହି ନୂଆ କମିଟି । ସାରା ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟର ସମନ୍ବୟ ରକ୍ଷା ପାଇଁ 15 ଜଣିଆ ଟିମ ଗଠନ କରିଛନ୍ତି ନବୀନ ।
କିଏ ରହିଛନ୍ତି ସଦସ୍ୟ ?
15 ଜଣିଆ ଟିମରୁ କିଛି ପୁରୁଖା ନେତା ବାଦ ପଡିଛନ୍ତି । ଏହି 15 ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର । ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି ପ୍ରମୁଖଙ୍କ ନାଁ ଏହି କମିଟିରେ ସାମିଲ ରହିଛି । ସେହିପରି ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି କମିଟିରେ ଅଛନ୍ତି । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ମଧ୍ୟରେ ସମନ୍ୱୟ ରଖି ଏହି କମିଟି ଗଠନ ହୋଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD
ଏହା ବି ପଢନ୍ତୁ...ତୁଟୁନି ‘ମମତା’ କଳି: ସଂଗଠନ ଦୁର୍ବଳ ମାନିଲା ବିଜେଡି, ଗଣେଶ୍ବର କହିଲେ ପର ଘର ଭାଙ୍ଗୁଛନ୍ତି - Mamata Mohanta Switching Politics