ଓଡିଶା

odisha

ETV Bharat / politics

ରାଜ୍ୟରେ 24 ବର୍ଷ ହେଲା ନିଷ୍କ୍ରିୟ ଶାସନ ବ୍ୟବସ୍ଥା ଚାଲିଛି: ଅପରାଜିତା - Aparajita Sarangi Press Meet

MP Aparajita Sarangi Targets State Government: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଗତ ୨୪ ବର୍ଷ ହେବ ଏକ ନିଷ୍କ୍ରିୟ ସରକାର ଚାଲିଥିବା କହିଲେ ଅପରାଜିତା । ଅଧିକ ପଢ଼ନ୍ତୁ

ରାଜ୍ୟରେ 24 ବର୍ଷ ହେଲା ନିଷ୍କ୍ରିୟ ଶାସନ ବ୍ୟବସ୍ଥା ଚାଲିଛି: ଅପରାଜିତା
ରାଜ୍ୟରେ 24 ବର୍ଷ ହେଲା ନିଷ୍କ୍ରିୟ ଶାସନ ବ୍ୟବସ୍ଥା ଚାଲିଛି: ଅପରାଜିତା

By ETV Bharat Odisha Team

Published : May 1, 2024, 8:27 PM IST

ରାଜ୍ୟରେ 24 ବର୍ଷ ହେଲା ନିଷ୍କ୍ରିୟ ଶାସନ ବ୍ୟବସ୍ଥା ଚାଲିଛି: ଅପରାଜିତା

ଭୁବନେଶ୍ବର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟରେ ନିଷ୍କ୍ରିୟ ସରକାର ଚାଲିଛି । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିଧାୟକ ସାଂସଦ କି ନେତା ସାନ ବାବୁଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେନି । ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ବହି ସଂଖ୍ୟାରେ ଲୋକ ଦାଦନ ଯାଉଛନ୍ତି, ଏଥି ପାଇଁ ଦାୟୀ କିଏ? କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।

ସାମ୍ପ୍ରତିକ ରାଜନୈତିକ ସ୍ଥିତି ନେଇ ବିଜେଡି ଉପରେ ବର୍ଷିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, "ଓଡ଼ିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଥିବା ଶାସନକୁ ଆଉ ଜନମତକୁ ହାଇଜାକ କରିଛନ୍ତି । ମୁଁ ନୁହେଁ ରାଜ୍ୟବାସୀ କହୁଛନ୍ତି । ମୁଣ୍ଡ ପିଛା ଆୟରେ ଓଡିଶା ତଳ ଆଡୁ ପଞ୍ଚମ । 24 ବର୍ଷ ହେଲା ବିଜେଡି ଶାସନ କରୁଛି । ଯାହା ନିଷ୍କ୍ରିୟ ଶାସନ ବ୍ୟବସ୍ଥା । କୋରୋନା ପରଠୁ ମୁଖ୍ୟମନ୍ତ୍ରୀ ଦିଶୁ ନାହାନ୍ତି । ସଚିବାଳୟ ଯାଉ ନାହାନ୍ତି । ବୁଲାବୁଲି କରିବାର ବି ଆମେ ଦେଖି ପାରୁନାହୁଁ । କୌଣସି ରାଜ୍ୟରେ ଏଭଳି ବିଚିତ୍ର ସ୍ଥିତି ନାହିଁ । ନିର୍ବାଚନ ବେଳେ ନବୀନ ବାବୁଙ୍କ ନାଁରେ ଭୋଟ ମାଗୁଛନ୍ତି, ହେଲେ ବାକି 5 ବର୍ଷ ସାନ ବାବୁ ଶାସନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସରକାରକୁ ଆଉଟସୋର୍ସକୁ ଦିଅନ୍ତୁ ନାହିଁ । ଆମେ ଟାର୍ଗେଟ କରିବାରୁ ସରକାର ବ୍ୟାକ ଫୁଟକୁ ଗଲେ । ସାନ ବାବୁଙ୍କୁ ଚାକିରି ଛାଡିବାକୁ ପଡିଲା । 5ଟି କାଟିବାକୁ ପଡିଲା । ଓଡିଶାକୁ ଲୁଟ କରିବାର ଲାଇସେନ୍ସ ବିଜେଡିକୁ ନ ଦିଆଯାଉ । ବିଜେଡି ନେତାମାନେ ବିଜେପି କାହିଁକି ଆସୁଛନ୍ତି, ଏବେ ଚିନ୍ତା କରିବାର ବେଳ । ସେମାନେ ଆତ୍ମ ସମ୍ମାନ ପାଇଁ ଦଳ ଛାଡ଼ୁଛନ୍ତି । ସାନ ବାବୁଙ୍କ ପାଇଁ ଟେଣ୍ଟ ବାନ୍ଧିବା କିମ୍ବା ଟ୍ରାଫିକ ବ୍ୟବସ୍ଥା କରିବାକୁ ସେମାନେ ପ୍ରସ୍ତୁତ ହେଉ ନାହାନ୍ତି । ଯୋଜନା ବଦ୍ଧ ଭାବେ ସାନ ବାବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତଙ୍କୁ ଦୁରେଇ ଦେଇଛନ୍ତି ।"



ଅପରାଜିତା ଏହା ମଧ୍ୟ କହିଛନ୍ତି, "ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିଧାୟକ ସାଂସଦ କି ନେତା ସାନ ବାବୁଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେନି । ଇ-ଫାଇଲ ସିଷ୍ଟମରେ ମୁଖ୍ୟମନ୍ତ୍ରୀଙ୍କ ପଖକୁ ଯାଉଥିବା ଫାଇଲ ଦେଖୁଛି କିଏ ? ୟୁଜର ଆଇଡି ଏବଂ ଇ-ସିଗ୍ନେଚର ନେଇ ଏହାର ଫାଇଦା କେହି ଉଠାଉ ନାହାନ୍ତି ତ । ମୋତେ ଅନୁଭୂତି ହେଉଛି ଅନେକ ନିଷ୍ପତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେଉ ନାହାନ୍ତି । ଏହା ଏକ ଗମ୍ଭୀର ବିଷୟ । 5ଟି ଅସ୍ତିତ୍ବକୁ ନେଇ ପ୍ରଶ୍ନ ଉଠାଇବାରୁ 5ଟି ଉଠିଗଲା । ସରକାର ବ୍ୟାକ ଫୁଟକୁ ଗଲେ । ଏଇଟା ଭୁଲ ଗଭାର୍ଣ୍ଣଂଶ ମଡେଲ । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ବାରଣ କାହିଁକି ? ବେକାରୀରେ ଓଡିଶା ନମ୍ବର ୱାନ। ରାଜ୍ୟରେ ଶିକ୍ଷିତ ବେକାରୀ ଅଧିକ । 40 ବିଭାଗରେ ଲକ୍ଷେ ପଦବୀ ଖାଲି । ମୁଖ୍ୟମନ୍ତ୍ରୀ କହିଲେ ଓଡିଶା ଆଇଟି ହବ ହେବ । ହେଲେ ଓଡିଶାର ଆଇଟି ଛାତ୍ରଛାତ୍ରୀ କାହିଁକି ବାହାରକୁ ଯାଉଛନ୍ତି । ଯେହେତୁ ମୁଖମନ୍ତ୍ରୀ ଶାସନର ଡ୍ରାଇଭର ସିଟରେ ନାହାନ୍ତି ସେଥିପାଇଁ ଏମିତି ଅବସ୍ଥା ।


ଅପରାଜିତା ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଦାଦନ ଯାଉଛନ୍ତି, ଏଥି ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ବୟସ ହୋଇ ଗଲାଣି, ସ୍ୱାସ୍ଥ୍ୟ ବି ଦୁର୍ବଳ । ସଚିବାଳୟ ଯାଉ ନାହାନ୍ତି । ଏମିତି ସ୍ଥିତିରେ 2ଟା ଜାଗାରେ ପ୍ରାର୍ଥୀ କରାଯିବାର କାରଣ କ'ଣ । ସାନ ବାବୁ ବ୍ୟାକ ଡୋର ଏଣ୍ଟ୍ରି କରିବେ ଗୋଟିଏ ସିଟରୁ । ସେଥିପାଇଁ ଦୁଇଟି ନିର୍ବାଚନ ମଣ୍ଡଳୀରେ ଛିଡା କରାଯାଇଛି । 2010ରେ 56 ହଜାର କୋଟିର ଖଣି ଦୁର୍ନୀତିରେ ଶାହା କମିଶନଙ୍କ ସୁପାରିଶକୁ ମାନିଲେନି । ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଇ ରୟାଲିଟି ବାଟ ମାରଣା ହେଉଛି । ସବୁ ଖଣିରେ ମାଫିଆ ଅପରେସନ କାହା ଆଶୀର୍ବାଦରେ ଚାଲିଛି ? ରାଜ୍ୟ ସରକାରଙ୍କ ଆଶୀର୍ବାଦରେ ମାଫିଆ ରାଜ ଚାଲିଛି । ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ତାହାବିଲରୁ 4 ହଜାର 200 କୋଟି ଖର୍ଚ୍ଚ ହେଲା । 800 କୋଟିରେ ଶୌଚାଳୟ । ରାଜ୍ୟ ସରକାର ଯଦି ସ୍ୱଚ୍ଛ ତାହେଲେ ଖର୍ଚ୍ଚକୁ ଲୋକ ଲୋଚନକୁ ଆଣନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ - Niali Independent Candidate

ରାମ ମନ୍ଦିର ନିର୍ମାଣ ଲୋକଙ୍କ ଟଙ୍କାରେ ହୋଇଛି । ଅନ୍ଧାରୀ ବିଜେ ଯୋଜନା କହି ଟାର୍ଗେଟ କଲେ । ନିର୍ବାଚନ ବେଳେ ସରକାର ଏହି ଯୋଜନା ଲାଗୁ କରନ୍ତି । ଗଲା ଥର ରେଟ ଥିଲା ମୁଣ୍ଡ ପିଛା 600 ଟଙ୍କା ଏଥର 1000 ଟଙ୍କା କରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ଓଡିଶା ସରକାର ଆବାସ ଯୋଜନାରେ ଅପଲୋଡ଼ା ବିଳମ୍ବ କରିବାରୁ ଲୋକମାନେ ଘର ପାଇଲେନି । ପିଇବା ପାଣି ଯୋଗାଇବାରେ ବି ରାଜ୍ୟ ସରକାରଙ୍କ ଅସହଯୋଗ ପାଇଁ ଘରେ ପାଣି ପହଞ୍ଚିଲାନି । ସବୁ ସରକାରୀ କାର୍ଯ୍ୟକ୍ରମରେ ଅଣ-ଓଡ଼ିଆ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ଟେଣ୍ଡର ଫିକ୍ସି କରି ସବୁ କରିଛନ୍ତି । ଅଣ-ଓଡ଼ିଆ ଖଣି ମାଲିକଙ୍କ ପାଖରେ ଓଡ଼ିଶାର ଜଙ୍ଗଲ ଜମି ରହିଛି । ମଞ୍ଚରେ ଓଡ଼ିଆ ନେତା ରହିବେନି କିନ୍ତୁ କର୍ମୀ ହୋଇ ସାନ ବାବୁ ଏକା ରହିବେ । ଏହା ହିଁ ଓଡ଼ିଆ ଅସ୍ମିତାର ପ୍ରଶ୍ନ । ଅଣ-ଓଡ଼ିଆମାନେ ଲକ୍ଷ୍ମୀ ବସ ପରିଚାଳନା ଦାୟିତ୍ୱ କାହିଁକି ଦିଆଗଲା । ଓଡ଼ିଆ ଲୋକଙ୍କ କ୍ଷମତା ଆଉ ଦକ୍ଷତା ଉପରେ କାହିଁକି ସାନ ବାବୁ ପ୍ରଶ୍ନ ଚିହ୍ନ ଲଗାଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details