ଯାଜପୁରରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ, ଆସିଛନ୍ତି 17 ଦେଶରୁ ବୌଦ୍ଧ ଧର୍ମାବଲମ୍ବୀ - PADMASAMBHAVA BUDDHA SAMMILANI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 12, 2025, 9:58 PM IST

ଯାଜପୁର: ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିରେ ଆଜି ଠାରୁ ଆରମ୍ଭ ହୋଇଛି ପ୍ରଥମ ଗୁରୁ ପଦ୍ମସମ୍ଭବ ବୁଦ୍ଧଧର୍ମ ସମ୍ମିଳନୀ । ଗୁରୁ ପଦ୍ମସମ୍ଭବ ହେଉଛନ୍ତି ପ୍ରଥମ ଆନ୍ତର୍ଜାତିକ ବୌଦ୍ଧ ଧର୍ମ ପ୍ରଚାରକ । 8ମ ଶତାବ୍ଦୀରେ ଯାଜପୁରରେ ଜନ୍ମ ନେଇଥିଲେ ଯୋଗଜନ୍ମା ପୁରୁଷ ପଦ୍ମସମ୍ଭବ । ଏହି ସମ୍ମିଳନୀରେ 17ଟି ଦେଶରୁ 1500ରୁ ଊର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ ଓ ବୌଦ୍ଧ ଭିକ୍ଷୁ ଯୋଗ ଦେଇଛନ୍ତି । ଆଜି ବୌଦ୍ଧ ଗ୍ରନ୍ଥ ଟ୍ରିପିଟକର ଗାଥା ଗାନ କରି ଆରମ୍ଭ ହେଇଛି ଏହି ସମ୍ମିଳନୀ । 
 

ଧର୍ମଗୁରୁ ଓ ବୌଦ୍ଧଭିକ୍ଷୁମାନେ ସାମୁହିକ ମନ୍ତ୍ର ଉଚ୍ଚାରଣ କରିବା ସହ ନିକଟବର୍ତ୍ତୀ ବୌଦ୍ଧ କିର୍ତ୍ତୀରାଜିରେ ପରିପୂର୍ଣ୍ଣ ଥିବା ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି । ଆନ୍ତର୍ଜାତିକ ଲାଇଟ୍ ବୌଦ୍ଧ ଧର୍ମ ଫାଉଣ୍ଡେସନ ପକ୍ଷରୁ ଏହି ଧର୍ମ ସମ୍ମିଳନୀର ଆୟୋଜନ କରାଯାଇଛି । ଏଠାରେ ଜାନୁଆରୀ 12, 13 ଓ 14 ତାରିଖ 3ଦିନ ଧରି ଚାଲିବ ଏହି ବୌଦ୍ଧ ସମ୍ମିଳନୀ । ରାଜ୍ୟ ତଥା ଦେଶ, ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ ଓ ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼୍ଡୀ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମିଳନୀକୁ ତତ୍ୱାବଧାନ କରଥିଲେ l
 

ଏହା ମଧ୍ୟ ପଢ଼ନ୍ତୁ..ବୁଦ୍ଧ ମୂର୍ତ୍ତିକୁ ଭୈରବ ଭାବି ପୂଜା କରୁଥିଲେ ଗାଁ ଲୋକେ... ଆଉ ତା ପରେ - jain idol worshipped as buddha

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.