ETV Bharat / state

ପାରମ୍ପରିକ ନୃତ୍ୟଗୀତ ସହ ପାଳିତ ହେଲା 'ଡଙ୍ଗର ଉତ୍ସବ' - DANGAR UTSAV

ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପର୍ବ 'ଡଙ୍ଗର ଉତ୍ସବ' । କୋରାପୁଟ ଆସିବାସୀ ସଂଗ୍ରହାଳୟ ପକ୍ଷରୁ ପାଳନ କରାଯାଇଛି ଏହି ଉତ୍ସବ ।

Dangar Utsav
Dangar Utsav (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 9:36 PM IST

କୋରାପୁଟ: ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଇଥିବା 'ଡଙ୍ଗର ଉତ୍ସବ' ଆଜି ପାରମ୍ପରିକ ନୃତ୍ୟ ଗୀତ ସହ ପାଳିତ ହୋଇଛି । 1995ରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବ ନାଁରେ ଆରମ୍ଭ ହୋଇଥିବା ଏହା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ 'ପରବ' ନାମରେ ନାମିତ କରାଯାଇ ଏକ ବିଶାଳ ରୂପ ଦିଆଯାଇଥିଲା । ଡ଼ଙ୍ଗର ଉତ୍ସବର ମୂଳ ଉଦ୍ଦେଶ୍ୟକୁ ବଞ୍ଚାଇ ରଖିବା ପାଇଁ କୋରାପୁଟ ଆସିବାସୀ ସଂଗ୍ରହାଳୟ, ଇଣ୍ଟାକ ଓ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଦିବାସୀ ସଂଗ୍ରହାଳୟରେ ପାଳନ କରାଯାଇଛି ଡଙ୍ଗର ଉତ୍ସବ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ଼ଙ୍ଗର ଅଞ୍ଚଳର ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇଆସୁଛି ଏହି ଉତ୍ସବ ।

କୋରାପୁଟକୁ ନୂତନ ପରିଚୟ ଦେଇଛି ଡଙ୍ଗର ଉତ୍ସବ:

Dangar Utsav (ETV Bharat Odisha)

ଡଙ୍ଗର ଉତ୍ସବ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ଆଗେଇ ନେବା ପାଇଁ 1995 ମସିହାରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବ ପାହଡ଼ ଓ ଜଙ୍ଗଲରେ ବସବାସ କରୁଥିବା ଲୋକ ବିଶେଷ କରି ଆଦିବାସୀମାନଙ୍କ ସାଂସ୍କୃତିକ ବିଭବକୁ ନେଇ କୋରାପୁଟକୁ ଏକ ନୂତନ ପରିଚୟ ଦେଇଛି ବୋଲି କହିଛନ୍ତି । କୋରାପୁଟର ସାଂସ୍କୃତିକ ବିଭବ ଅତୁଳନୀୟ ଓ ଜିଲ୍ଲା ପ୍ରଶାସନ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରିବା ଭଳି ବିଭିନ୍ନ ପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଛନ୍ତି ।

କୋରାପୁଟ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ:

କୋରାପୁଟ ଜିଲ୍ଲାର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଜିଲ୍ଲାରେ ନିର୍ମାଣ ହେବ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ । କୋରାପୁଟ ଜିଲ୍ଲାର ଇତିହାସ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଲୋକକଳା ଆଦିକୁ ସଂଗ୍ରହାଳୟରେ ସ୍ଥାନିତ କରାଯିବ । ସଂଗ୍ରହାଳୟ ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଆଦିବାସୀ ସଂଗ୍ରହାଳୟ ତିଆରି କରାଯିବ । କୋରାପୁଟ ଡଙ୍ଗର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ

ଏହା ମଧ୍ୟ ପଢ଼ନ୍ତୁ...ପରବରେ ଜମିଲା ବ୍ୟବସାୟ, କୋଟି କୋଟି ଟଙ୍କାର ବେପାର

ଗୋଟିଏ ଦିନର ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦିବାସୀ ନୃତ୍ୟ, ସଂଗୀତ ଓ ସଂସ୍କୃତି ସମ୍ପର୍କରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଥିଲା । ପାରମ୍ପରିକ ବିହନ ସଂରକ୍ଷଣ ଦିଗରେ ଅଦ୍ଭୁତପୂର୍ବ କାର୍ଯ୍ୟ ସମ୍ପାଦନ କରି ଦେଶର ବିଭିନ୍ନ ମଞ୍ଚରେ ସମ୍ମାନୀତ ହୋଇଥିବା ଜୟପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ରହିଥିଲା । କଥାରେ କଥାରେ ହର୍ଷିତା ବିହନ ସଂରକ୍ଷଣର ଆବଶ୍ୟକତା, ପ୍ରକ୍ରିୟା ଓ ପିଲାଙ୍କ ଭୂମିକା ସମ୍ପର୍କରେ ବିଶେଷ କହିଥିଲେ ।

ଡଙ୍ଗର ଉତ୍ସବ ଆଦିବାସୀଙ୍କ କଳା ପଦର୍ଶନର ମଞ୍ଚ:

ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି, "1995 ମସିହାରେ ପ୍ରଥମ ଜିଲ୍ଲା ପର୍ବ ଭାବରେ ଆରମ୍ଭ ହୋଇଥିବା ଡଙ୍ଗର ଉତ୍ସବ ପରବର୍ତ୍ତୀ ସମୟରେ 'ପରବ' ନାମରେ ନାମିତ ହୋଇଥିଲା । ପ୍ରଥମେ ଆରମ୍ଭ ହୋଇଥିବା ଡଙ୍ଗର ଉତ୍ସବର ସଂସ୍କୃତିକୁ ମନେ ରଖିବା ପାଇଁ ଏହି ଉତ୍ସବ ଆଜି ପାଳନ କରାଯାଇଛି । ଡଙ୍ଗର ଉତ୍ସବ ମାଧ୍ୟମରେ ସ୍ଥାନୀୟ ଆଦିବାସୀ କଳାକାରଙ୍କୁ ଏକ ମଞ୍ଚ ଦିଆଯାଇଛି । ଯାହାଦ୍ବାରା ସେମାନେ ନିଜ କଳାକୁ ପଦର୍ଶନ କରି ଲୋକଲୋଚନକୁ ଆଣିପାରିଛନ୍ତି ।"

ସଂଗ୍ରହାଳୟ ପାଇଁ ଜମି ଚିହ୍ନଟ:

ଜିଲ୍ଲା ସଂଗ୍ରହାଳୟକୁ ନେଇ ଜିଲ୍ଲାପାଳ କହିଛନ୍ତି, "ପରବ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏକ ଜିଲ୍ଲା ସ୍ତରୀୟ ସଂଗ୍ରହାଳୟ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ବର୍ତ୍ତମାନ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି । ଜମି ଚିହ୍ନଟ ପରେ ଆମେ ଏହାର ଡିପିଆର ପ୍ରସ୍ତୁତ କରିବୁ । ସଂଗ୍ରହାଳୟରେ କ'ଣ କ'ଣ ଗ୍ୟାଲେରୀ ରଖାଯାଇ ପାରିବ ସେନେଇ ସାଧାରଣ ଲୋକଙ୍କ ଠାରୁ ମତ ନିଆଯିବ । କୋରାପୁଟ ଜିଲ୍ଲାର ଇତିହାସ ଓ ଜିଲ୍ଲାରେ ଥିବା କଳକାରଖାନ ସମ୍ବନ୍ଧରେ ଗ୍ୟାଲେରୀରେ ରଖିବା ପାଇଁ ଆମେ ଯୋଜନା କରୁଛୁ ।"

କାହିଁକି ପାଳନ ହେଉଛି ଡଙ୍ଗର ଉତ୍ସବ :

ସେପଟେ ଆଦିବାସୀ ସଂଗ୍ରାଳୟର ନିର୍ଦ୍ଦେଶକ ଡ. ଜଗବନ୍ଧୁ ସାମଲ କହିଛନ୍ତି, "1995 ମସିହାରେ ଡଙ୍ଗର ଉତ୍ସବର ଶୁଭାରମ୍ଭ ହୋଇଥିଲା । ଆଦିବାସୀଙ୍କ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଦୀର୍ଘ 3 ସପ୍ତାହ ଧରି ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଆଦିବାସୀ କଳାକାର ଆସି ସେମାନଙ୍କ ବିଭିନ୍ନ ସାମଗ୍ରୀ ଦେଖାଉଥିଲେ । ପରେ ଏହା ପରବ ନାମରେ ନାମିତ ହୋଇଥିଲା । ଯେହେତୁ ପ୍ରଥମେ ଏଠାରେ ଡଙ୍ଗର ନାମରେ ଉତ୍ସବର ଆୟୋଜନ କରାଯାଇଥିଲା, ଏହି ସ୍ମୃତିକୁ ମନେ ରଖିବା ପାଇଁ ଡଙ୍ଗର ଉତ୍ସବ ପାଳନ କରାଯାଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.