ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ନିଷ୍ପତ୍ତି ନେବେ । ଭ୍ରମଣ ଯୋଗ ରହିଛି । ଆୟ ଅନୁସାରେ ବ୍ୟୟ କରନ୍ତୁ ।
ବୃଷ: ଆଜି ଆପଣ କିଣାକିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭୁତ୍ଵ ଦେଖାଇ ପାରିବେ ନାହିଁ । ଯିଏ ଦେଖେଇବାକୁ ଚେଷ୍ଟା କରିବେ ସେ ଏଥିରେ ବିଫଳ ହେବେ । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି । ସୁସ୍ବାଦୁ ଭୋଜନ କରିବେ । ପରିବାର ଲୋକଙ୍କ ସହ ମଉଜ ମଜଲିସରେ ସମୟ ଅତିବାହିତ କରିବେ ।
ମିଥୁନ: ଆଜି ଦିନରେ ଆପଣଙ୍କର ଆର୍ଥିକ ଭାବରେ ଲାଭବାନ ହେବ । ଆପଣ ସ୍ବାଦିଷ୍ଟ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି ଏବଂ ବନ୍ଧୁ, ସମ୍ପର୍କୀୟ ଗହଣରେ ମଜା ମଜଲିସ୍ କରିବାର ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ । ପଦୋନ୍ନତି ହେବାର ସମ୍ଭାବନା ରହିଛି ।
କର୍କଟ: ଆଜି ଆପଣଙ୍କର ମନରେ ଦ୍ବନ୍ଦ୍ବ ରହିପାରେ । ତେଣୁ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ,ନଚେତ୍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯାଇପାରନ୍ତି । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୁରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ, ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ଏବଂ ବୃହତ୍ମନା ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବା ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ କରିବେ ତେବେ ସୁଯୋଗ ହାତଛଡା ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଶ୍ଚିତ ଭାବରେ ବିଳମ୍ବ ହେବ । କୋର୍ଟ କାମକୁ ଆଜି ନକରିବା ଭଲ ହେବ । ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ କରିବେ ।
କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।
ତୁଳା: ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ ଯୋଗ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ ।
ବିଛା: ଆଜି ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆପଣ ନୂତନ ପ୍ରୋଗ୍ରାମ୍ ଏବଂ ସ୍କିମ୍କୁ ଆଗକୁ ଘୁଞ୍ଚାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ଭାବନାକୁ ବିପ୍ଳବାତ୍ମକ ଏବଂ ଅନୈତିକ ଘଟଣାରୁ ଦୂରେଇ ରୁହନ୍ତୁ । ଶତ୍ରୁ ସୃଷ୍ଟି ହୋଇପାରନ୍ତି । ସେମାନେ ଆପଣଙ୍କର ଅନିଷ୍ଟ କରିବା ପାଇଁ ଚେଷ୍ଟା କରିବେ ।
ଧନୁ: ଆଜି ଆପଣ ଭାଗ୍ୟବାନ ରହିବେ । ପ୍ରତ୍ୟେକ କୋଣରୁ ଖୁସି ମିଳିବ । ମନୋରଞ୍ଜନ ହୋଇପାରେ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । ବ୍ୟବସାୟରେ ଆସାଠାରୁ ଅଧିକ ଲାଭ ପାଇବେ । ଈସ୍ବର ବିଶ୍ବାସୀ ହେବ । ଶତ୍ରୁଙ୍କୁ ପରାଜିତ କରି ଆଗକୁ ବଢ଼ିବ । ଆକଷ୍ମିକ ଧନଲାଭର ସଂକେତ ରହିଛି । ଦାମ୍ପତ୍ୟଜୀବନ ପ୍ରେମମୟ ହେବ ।
ମକର: ଆଜି ସ୍ୱାସ୍ଥ୍ୟ ଉପରେ ଦୁର୍ଘଟଣା ଜନିତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଖାଇବା ପିଇବା ଉପରେ ସାବଧାନ ରହନ୍ତୁ । ଆକ୍ରମକ ହୁଅନ୍ତୁ ନାହିଁ । ଭାଗ୍ୟବାଦୀ ହୋଇ ନକାରାତ୍ମକ ଭାବକୁ ତ୍ୟାଗ କରନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୂଳ ରହି ନପାରେ । ଆପଣ ଏବଂ ଆପଣଙ୍କ ବ୍ୟବସାୟ ଭାଗୀଦାର ମଧ୍ୟରେ ମନୋମାଳିନ୍ୟତା ହୋଇପାରେ । ସର୍ତକ ରହନ୍ତୁ । ଆପଣ ନିଜର କ୍ଷମତା ପ୍ରୟୋଗ ଦ୍ୱାରା ସରକାରୀ ଅଧିକାରୀମାନଙ୍କ ସହିତ କାରବାର କରିବେ ।
କୁମ୍ଭ: ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶ ଗୁଡିକର କାର୍ଯ୍ୟ ଭାର ଗ୍ରହଣ କରିବେ । ଆପଣ ଭଲ ଖାଦ୍ୟ ଏବଂ ବଢିଆ ପୋଷାକ ପିନ୍ଧିପାରନ୍ତି । ଆପଣ ଯାନବାହାନ କିଣିପାରନ୍ତି । ଆର୍ଥିକ କାରବାର ଦୃଷ୍ଟିରୁ ଦିନଟି ଭଲ ରହିବ । ଆୟ ଭଲ ହେବ । ଶରୀର ସୁସ୍ଥ ରହିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ ।
ମୀନ: ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କ ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ । ଆକ୍ରମକ ହୁଅନ୍ତୁ ନାହିଁ । ଆପଣଙ୍କର ସହକର୍ମୀ ଆପଣଙ୍କୁ ସହାୟତା କରିବେ । ବାପା ମାଆଙ୍କ ଠାରୁ ଶୁଭ ଖବର ପ୍ରାପ୍ତ କରିବେ ।