ETV Bharat / state

ମହାକୁମ୍ଭ 2025: ଓଡ଼ିଶାରୁ ପ୍ରୟାଗରାଜ ଗଡୁଛି ସ୍ୱତନ୍ତ୍ର ଟ୍ରେନ, ନଜର ପକାନ୍ତୁ - MAHA KUMBHA MELA 2025

ମହାକୁମ୍ଭ ୨୦୨୫ ପାଇଁ ରେଳବାଇର ସ୍ୱତନ୍ତ୍ର ପ୍ରସ୍ତୁତି, ଓଡିଶାରୁ ଗଡୁଛି ସ୍ଵତନ୍ତ୍ର ଟ୍ରେନ ।

special trains for Maha kumbha Mela 2025
special trains for Maha kumbha Mela 2025 (ETV Bharat Odisha)
author img

By ETV Bharat Odisha Team

Published : Jan 12, 2025, 11:03 PM IST

ଭୁବନେଶ୍ୱର: ମହାକୁମ୍ଭ ମେଳା ୨୦୨୫କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ ।

ପ୍ରୟାଗରାଜକୁ ଓଡିଶାରୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍:

1. ଭୁବନେଶ୍ୱର -ତୁଣ୍ଡଲା- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ

ଏହି ଟ୍ରେନ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଗତି କରିବ । ୨୦୨୫ ଜାନୁଆରୀ ୧, ୮, ୨୨ ତାରିଖ ଓ ଫେବ୍ରୁଆରୀ ୫, ୧୯, ୨୬ ତାରିଖ ଦିନ କେବଳ ବୁଧବାର ଦିନମାନଙ୍କରେ ଏହି ଟ୍ରେନ ଯାତ୍ରା କରିବ । ଭୁବନେଶ୍ୱରଠାରୁ ଅପରାହ୍ନ ୧୨ଟା ୩୦ମି.ରେ ଛାଡି କେନ୍ଦୁଝରଗଡ- ବୋକାରୋ- ଗୟା- ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।

2. ପୁରୀ -ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍

ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର,ଭଦ୍ରକ, ବାଲେଶ୍ୱର ଜିଲ୍ଲା ଦେଇ ଗତି କରିବ । ୨୦୨୫ ଜାନୁଆରୀ ୬ ଓ ୨୦ ତାରିଖ ଓ ଫେବ୍ରୁଆରୀ ୧୭ ତାରିଖ ଦିନ କେବଳ ସୋମବାରରେ ପୁରୀଠାରୁ ଅପରାହ୍ନ ୧୨.୩୦ ମି.ରେ ଛାଡି ଭୁବନେଶ୍ୱର- ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।

3. ଟିଟିଲାଗଡ- ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍

ଏହି ଟ୍ରେନ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା (ସୁନ୍ଦରଗଡ଼ ଜିଲ୍ଲା ) ଜିଲ୍ଲା ଦେଇ ଡ଼ିଡ଼ିୟୁ-ପ୍ରୟାଗରାଜ ଗତି କରିବ । ଏହି ଟ୍ରେନ୍ ୨୦୨୫ ଜାନୁଆରୀ ୯, ୧୬, ୨୩ ତାରିଖ ଓ ଫେବ୍ରୁଆରୀ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ ୧୨.୩୦ ମି.ରେ ଛାଡି ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର ,ଝାରସୁଗୁଡା, ରାଉରକେଲା, ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।

4. ବିଶାଖାପାଟନମ୍- ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍

ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ଦେଇ ଏହି ଟ୍ରେନ ଯାତ୍ରା କରିବ । ଏହି ଟ୍ରେନ୍ ୨୦୨୫ ଜାନୁଆରୀ ମାସ ୯, ୧୬, ୨୩ ତାରିଖ ଓ ଫେବୃଆରୀ ମାସ ୬, ୨୦, ୨୭ ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ ୦୫ଘ.୩୫ ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।

5. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍

ଏହି ବ୍ରହ୍ମପୁର/ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର,ନରାଜ ମାର୍ଥାପୁର (କଟକ ଅଞ୍ଚଳ), ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ଦେଇ ଯାତ୍ରା କରିବ ।ଏହି ଟ୍ରେନ୍ ୨୦୨୫ ଜାନୁୟାରୀ ମାସ ୫ ଓ ୧୯ ତାରିଖ ଏବଂ ଫେବୃୟାରୀ ମାସ ୧୬ ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି ୧୦ଘ.୨୦ମି.ରେ ଛାଡି ଭୁବନେଶ୍ୱର- ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ । ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ।

6. ତିରୁପତି - ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍

ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଦେଇ ଏହି ଟ୍ରେନ ଗତି କରିବ ।

7. ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍

ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଦେଇ ଏହି ଟ୍ରେନ ଯିବ ।

ଏହାମଧ୍ୟ ପଢନ୍ତୁ...

ମହାକୁମ୍ଭ ମେଳା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ, ଏମିତି ବ୍ୟବସ୍ଥା କରିଛି ରେଳବାଇ - SPECIAL TRAIN FOR MAHAKUMBH

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁମ୍ଭ ଓ୍ବାର ରୁମ୍ ଉଦଘାଟନ କରାଯାଇଛି । ଏହା ୨୪ ଘଣ୍ଟା କାର୍ଯ୍ୟ କରିବ । ଅନ୍ୟପଟେ ୯ଟି ରେଳ ଷ୍ଟେସନରେ ୧ ହଜାର ୧୭୬ଟି ସିସିଟିଭି ଲଗାଯାଇଛି । ଏହି ଓ୍ବାର ରୁମରୁ ସିସିଟିଭିଗୁଡିକ ଯାଞ୍ଚ କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.