ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ବାଚସ୍ପତି ଓମ ବିର୍ଲା ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଓଡିଶାରେ ପରିବର୍ତ୍ତନର ହାୱା ବହୁଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଲୋକମାନଙ୍କୁ ଦେଇଛନ୍ତି ଆହ୍ଵାନ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବହୁ ବୁଦ୍ଧିଜୀବୀ ତଥା କଟକ ଏବଂ ଭୁବନେଶ୍ଵରରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto
ସେ କହିଛନ୍ତି,"ଓଡିଶାରେ ଲୋକ ପରିବର୍ତ୍ତନ ପାଇଁ ମନ ବଳାଇସାରିଛନ୍ତି । ପୂର୍ବରୁ ବିଜେଡି ସରକାର ଦ୍ବାରା ଗରିବ କଲ୍ୟାଣ ନିମିତ୍ତ ଦିଆଯାଇଥିବା ପ୍ରତିଶୃତି ଗୁଡିକ ପୂରଣ କରାଯାଇନାହିଁ । ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟରେ ଯେତିକି ବିକାଶ ହେବା କଥା ସେତିକି ହୋଇ ପାରିନି । ଗରିବ କଲ୍ୟାଣ, ଭିତ୍ତିଭୂମି ବିକାଶ ଓ ରୋଜଗାର ଦେବା କ୍ଷେତ୍ରରେ ସରକାର ବିଫଳ ହୋଇଛି । ମୋଦିଙ୍କ ନେତୃତ୍ବରେ ଦେଶ ବିଶ୍ବରେ ଆଗକୁ ବଢୁଛି । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆସିଲେ ଉଭୟଙ୍କର ସହଭାଗିତାରେ ରାଜ୍ୟ ରେ ବିକାଶ ହେବ । ବିକଶିତ ଭାରତ-ବିକଶିତ ଓଡିଶାର ସ୍ବପ୍ନ ମଧ୍ୟ ସାକାର ହେବ ।"