ଓଡିଶା

odisha

ହିମାଚଳ ରାଜନୀତି ହଲଚଲ; ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ, ବିଜେପିର 15 ବିଧାୟକ ସସପେଣ୍ଡ

By ETV Bharat Odisha Team

Published : Feb 28, 2024, 11:40 AM IST

Vikramaditya Singh Resigns: ହିମାଚଳ ରାଜନୀତିରେ ବଡ ହଇଚଇ । ସଙ୍କଟରେ ସୁଖୁ ସରକାର । ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ । ବିଜେପିର 15 ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି । ଅଧିକ ପଢନ୍ତୁ

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ

ସିମଲା:ହିମାଚଳ ରାଜନୀତିରେ ବଡ ହଲଚଲ । ସତ୍ୟ ପାଲଟିବ କି ଚର୍ଚ୍ଚା, ମହାରାଷ୍ଟ୍ର ଭଳି ଭାଙ୍ଗିବ କି ହିମାଚଳ ସରକାର ? ଇସ୍ତଫା ଦେଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ । କ୍ୟାବିନେଟ ମନ୍ତ୍ରୀପଦରୁ ଆଜି ସେ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସେ ଏହି ଘୋଷଣା କରିଛନ୍ତି । ଏହାସହ ଆଜି ସେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ବର୍ତ୍ତମାନ ସୁଖୁ ସରକାର ସଙ୍କଟକୁ ଆସି ଯାଇଛନ୍ତି । ଅନ୍ୟପଟେ ବିଧାନସଭା ଅଧିବେଶନରେ 15ଜଣ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି ।

ହିମାଚଳ ପ୍ରଦେଶର କଂଗ୍ରେସ ପ୍ରମୁଖ ପ୍ରତିଭା ସିଂଙ୍କ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ମୁଁ ଇସ୍ତଫା ଦେଉଛି । ସରକାରରେ ରହିବା ପାଇଁ ମୋର ଅଧିକାର ନାହିଁ । ଆମେ ଚାହୁଁ ଯେ, ସରକାର ସଙ୍କଟରୁ ବର୍ତ୍ତିଯାଉ । ମୁଁ କାହାକୁ ଭୟ କରେ ନାହିଁ । ଯେଉଁଠାରେ ଭୁଲ ରହିଛି ତାହା ମୁଁ କହିବି । ଆମେ ପ୍ରିୟଙ୍କା ଗାନ୍ଧୀଙ୍କ ସହ କଥା ହୋଇଛୁ । ମୁଁ ଭାବୁଛି ଦଳ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବ ।"

ଏହା ମଧ୍ୟ ପଢନ୍ତୁ: ହିମାଚଳରେ ଭୁଶୁଡ଼ିବ କି ସୁଖୁ ସରକାର? ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲା ବିଜେପି, ଫ୍ଲୋର ଟେଷ୍ଟ ଦାବି

ବିଧାୟକଙ୍କୁ ଅଣଦେଖା:ସେ ଆହୁରି ମଧ୍ୟ କହିଛନ୍ତି, "ସୁଖବିନ୍ଦର ସିଂ ଅନେକ ବିଧାୟକଙ୍କୁ ଅଣଦେଖା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ବିଧାୟକ କ୍ରୋଧିତ ହୋଇଥିଲେ ଏବଂ ବର୍ତ୍ତମାନ ମଧ୍ୟ ସ୍ଥିତି ଠିକ ନାହିଁ । ଏହି ପରିସ୍ଥିତିରେ ସରକାରଙ୍କ ସହ ରହିବା ମୋ ପାଇଁ ଠିକ ହେବ ନାହିଁ । ତେଣୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ମୁଁ ଆଗାମୀ ସମୟରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ବିଚାର କରିବି । "

ମୁଖ୍ୟମନ୍ତ୍ରୀ ସୁଖୁଙ୍କୁ ଟାର୍ଗେଟ:ସେ କହିଛନ୍ତି, ‘ମୋତେ ଦୁଃଖର ସହିତ କହିବାକୁ ପଡୁଛୁ ଯେ, ମନ୍ତ୍ରୀ ଭାବେ ମୋତେ ଅପମାନିତ କରାଇବାକୁ ଚେଷ୍ଟା କରାଯାଇଥିଲା । ଆମକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି । ସମସ୍ତଙ୍କ ସାମୂହିକ ଉଦ୍ୟମ ଦ୍ୱାରା ସରକାର ଗଠନ କରାଯାଇଥିଲା । ବର୍ତ୍ତମାନ ମୁଁ କୌଣସି ଚାପରେ ଆସିବି ନାହିଁ ।’

ବିଧାୟକଙ୍କ ସ୍ବର ଚାପିବାକୁ ଚେଷ୍ଟା:ବିକ୍ରମାଦିକତ୍ୟ ସିଂ କହିଛନ୍ତି, "ବିଧାୟକଙ୍କ ସହିତ ଅନେକ ବାର ଅଣଦେଖା କରାଯାଇଛି । ବିଧାୟକଙ୍କ ସ୍ବର ଦମନ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଯେଉଁ କାରଣରୁ ଆଜି ମୁଁ ଏହି ପନ୍ଥା ବାଛିଛି । ଦଳର ନେତୃତ୍ବରେ ବାରମ୍ବାର ଏହି ପ୍ରସଙ୍ଗ ଉଠୁଥିଲା । କିନ୍ତୁ କେବେ ଏହାକୁ ଗୁରୁତ୍ବ ଦିଆଯାଇନଥିଲା ।"

ବିଜେପିର 15 ବିଧାୟକଙ୍କୁ ସସପେଣ୍ଡ: ବୁଧବାର ଦିନ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ଗୃହରେ କ୍ୟାବିନେଟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂ କହିଛନ୍ତି, ଭାଜପା ବାଚସ୍ପତିଙ୍କ ସହିତ ଅସଦ୍‌ ବ୍ୟବହାର କରିଛି । ସେ ଜୟରାମ ଠାକୁର, ଜନକ ରାଜ, ରଣଭୀର ନିକ୍କା ଆଦିଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତାବ ନେଇଥିଲା । ଏହା ପରେ ବିଧାନସଭାରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ଗୃହରେ ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନ ଦିଆଯିବା ସହ ବିଶାଳ ଉତ୍ତେଜନା ଦେଖିବା ପରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚେତାବନୀ ଦେଇଛନ୍ତି । ବାଚସ୍ପତି 15 ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details